Voice of Eastern India

Kalyansinghpur Mob Violence: ଯୁବତୀଙ୍କୁ ହଟ୍ଟହଟ୍ଟା କଲେ, ଏବେ ଘରିଛି ଗିରଫ ଭୟ, ଏବେ ଗାଁ ଏକ ପ୍ରକାର ପୁରୁଷଶୂନ୍ୟ


ରାୟଗଡ଼ା : ହଜିଯାଇଥିଲା ମଣିଷ ପଣିଆ । ମହିଳାଙ୍କୁ ମଧ୍ୟ ଏହି ସମାଜ ସମ୍ମାନ ଦେବାକୁ ଶିଖିଲାନି । ଭିଡହିଂସା, ବର୍ବରତା ଆଉ ତାପରେ ପୋଲିସର କାର୍ଯ୍ୟାନୁଷ୍ଠାନ । କଲ୍ୟାଣସିଂହପୁର ବ୍ଲକର ଇନ୍ତାଲିଗୁଡା ଗ୍ରାମ ଏବେ ଏକ ପ୍ରକାର ପୁରୁଷଶୂନ୍ୟ। କାରଣ ଗାଁର ପୁରୁଷମାନଙ୍କୁ ଲାଗିଛି ପୋଲିସର ଗିରଫଦାରୀ ଭୟ । ଭିଡ ହିଂସାରେ ଗାଁର ଅନେକ ଲୋକେ ସାମିଲ ଥିବା କୁହା ଯାଉଛି । କେବଳ ଏହି ଗାଁ ନୁହେଁ ପାଖ ସାଇନଗର, କାଟିକନାଳ, ଖୁଦଭଟା, ଢାମୁଣିପଙ୍ଗା, କାଡ୍ରା ଓ ପେଡିପଦର ଗାଁରେ ମଧ୍ୟ ଲୋକେ ପୋଲିସ ଭୟରେ ଅନ୍ୟତ୍ର ଚାଲିଯାଇଛନ୍ତି । କାରଣ ପୋଲିସ କୌଣସି ମୂହୁର୍ତ୍ତରେ ମଧ୍ୟ ଲୋକମାନଙ୍କୁ ଚିହ୍ନଟ କରି ଗିରଫ କରିପାରେ । ବର୍ତ୍ତମାନ ସୁଦ୍ଧା ମାମଲାରେ 24ଜଣ ଗିରଫ ହୋଇଥିବା ବେଳେ ଘଟଣା ବେଳେ ଉପସ୍ଥିତି ଥିବା କିଛି ନିରିହ ଲୋକମାନଙ୍କୁ ମଧ୍ୟ ପୋଲିସ ଉଠେଇ ନେଇଯାଇଥିବା ଅଭିଯୋଗ ହୋଇଛି । ତେବେ ଏବେ ବି ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଗତକାଲି କ୍ରାଇମ୍ ସ୍ପଟ୍ ରୁ ଗୋଟିଏ ମୋବାଇଲ୍ ଫୋନ୍ କୁ ଜବତ କରିଛି ପୋଲିସ । ଲୋକଙ୍କ ମଧ୍ୟରେ କୋକୁଆ ଭୟ ଏବେ ବି ଜାରି ରହିଛି ।

ଏହି ଭିଡ ହିଂସା ଭିତରେ ପୀଡିତାଙ୍କୁ ଉଦ୍ଧାର କରିଥିବା ଯୁବକ ବଳରାମ ବାଗ ଓ କଲ୍ୟାଣସିଂହପୁର ଥାନା ଅଧିକାରୀ କଳ୍ପନା ବେହେରା ମଧ୍ୟ ଆକ୍ରୋଶର ଶିକାର ହୋଇଥିଲେ । ପୁଲିସ ଘଟଣାକୁ ଗୁରୁତ୍ବର ନେବା ସହ ତ୍ବରିତ ପଦକ୍ଷେପ ନେଇ ତିନୋଟି ପର୍ଯ୍ୟାୟରେ 24 ଜଣ ଅଭିଯୁକ୍ତକୁ ଗିରଫ୍ କରିଛି । ଅନ୍ୟପଟେ ଏହି ସମ୍ବେଦନଶୀଳ ଘଟଣାକୁ ନିଜଆଡୁ ହସ୍ତକ୍ଷେପ କରିଛନ୍ତି ଜାତୀୟ ମହିଳା କମିଶନ । ଘଟଣାର ତଦନ୍ତ କରି 7 ଦିନ ଭିତରେ ରିପୋର୍ଟ ଦେବାକୁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ଜାତୀୟ ମାନବାଧିକାର କମିଶନରେ ମଧ୍ୟ ମାମଲା ରୁଜୁ ହୋଇଛି । ଅନ୍ୟପଟେ ଏହି ବର୍ବରତାକୁ ସଭ୍ୟ ସମାଜ କଡ଼ା ଭାବେ ନିନ୍ଦା କରିଛି ।

 Also Read- Rayagada News : କଳିଯୁଗର ଦ୍ରୌପଦୀଙ୍କୁ ସହାୟ ହେଲେ ୩ଦେବଦୂତ, ସେମାନଙ୍କୁ ନମନ୍…

ଦିନକୁ ଦିନ ଭିଡହିଂସା ବୃଦ୍ଧି ପାଉଥିବା ବେଳେ ଏହା ଉପରେ ରୋକ କେବେ ଲାଗିବ ତାକୁ ନେଇ ଏବେ ଅନେକ କଳ୍ପନାଜଳ୍ପନା ଆରମ୍ଭ ହୋଇଛି ।



Source link

Leave A Reply

Your email address will not be published.