Voice of Eastern India

Jaleswar bike accident: ଅଫିସ୍ ଯାଉଥିଲେ ଯୁବକ, ବାଟରେ ଛକି ବସିଥିଲା ଯମ.. ଆଉ ଫେରିଲେନି ଘରକୁ




ଜଳେଶ୍ବର ୨୪।୮: ଅଫିସ୍‌କୁ ବାହାରିଥିଲେ । ହେଲେ ଅଫିସ୍‌ରେ ପହଞ୍ଚି ପାରିଲେନି । ଅଫିସ୍ ଯିବା ବାଟରେ ଯେମିତି ଛକି ବସିଥିଲା ଯମ । ଚାହୁଁ ଚାହୁଁ ନେଇଗଲା ଜୀବନ । ଏମିତି ଏକ ହୃଦୟ ବିଦାରକ ଦୁର୍ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅଞ୍ଚଳରେ । ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ଚାଲିଯାଇଛି ଜଣଙ୍କ ଜୀବନ । ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତି । ମୃତକ ଜଣକ ହେଲେ ଜଳେଶ୍ୱର ଥାନା ବ୍ରଜାରଶୋଳ ଗ୍ରାମର ଜଗନ୍ନାଥ ଗିରି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ବ୍ରଜାରଶୋଳ ଗ୍ରାମର ପ୍ରଫୁଲ୍ଲ ଗିରିଙ୍କର ୨୯ ବର୍ଷର ପୁଅ ଜଗନ୍ନାଥ ଗିରି ଏକ ବାଇକ୍ ଯୋଗେ ଜଳେଶ୍ୱର ଅଞ୍ଚଳରେ ଥିବା ଇଣ୍ଡସିନ ବ୍ୟାଙ୍କକୁ ଯାଉଥିଲେ । ସେହି ସମୟରେ ଜଳେଶ୍ୱର ବଜାରରୁ ୩ ଜଣ ଯୁବକ ପ୍ରବଳ ମଦ୍ୟପାନ କରି ଅନ୍ୟ ଏକ ବାଇକ୍ ଯୋଗେ ଦ୍ରୁତ ଗତିରେ ଆସୁଥିଲେ । ରାଜପୁର ପୁରୁଣା ଏସଡିପିଓ ଅଫିସ ସମ୍ମୁଖରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା । ଧକ୍କା ହେବା ପରେ ସମସ୍ତେ ବାଇକରୁ ଛିଟିକି ପଡିଥିଲେ । ଜଗନ୍ନାଥଙ୍କ ସହିତ ୩ ଜଣ ଗୁରୁତର ହୋଇଥିଲେ ।

Also Read:- ପୋଲିସ-CRPFର ମିଳିତ ଅପରେସନ୍, ସରଣ୍ଡା ଜଙ୍ଗଲରୁ ବିପୁଳ ମାଓ ସାମଗ୍ରୀ ଜବତ

ସ୍ଥାନୀୟ ଲୋକମାନେ ସେମାନଙ୍କୁ ଉଦ୍ଧାର କରି ଅଟୋ ଯୋଗେ ଜଳେଶ୍ୱର ସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ସେଠାରେ ଜଗନ୍ନାଥଙ୍କୁ ମୃତ ଘୋଷଣା କରିଥିଲେ । ଦୁଇ ଜଣ ଗୁରୁତରକୁ ପ୍ରାଥମିକ ଚିକିତ୍ସା ପରେ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଘଟଣାସ୍ଥଳରେ ଜଳେଶ୍ୱର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଅନ୍ୟପଟେ ରାସ୍ତା ଖରାପ ପାଇଁ ଦୁର୍ଘଟଣା ଘଟିଥିବା ନେଇ ପ୍ରଶାସନକୁ ଦାୟୀ କଲେ ସ୍ଥାନୀୟ ବାସିନ୍ଦା ।

Watch Video:



Source link

Leave A Reply

Your email address will not be published.