Voice of Eastern India

Iran to Trump: ଟ୍ବିଟ୍‌ କରିଦେଲେ ସିଜ୍‌ ହୋଇଯିବନି ହର୍ମୁଜ୍‌… ଟ୍ରମ୍ପଙ୍କୁ ଇରାନର କଡ଼ା ସନ୍ଦେଶ


ନୂଆଦିଲ୍ଲୀ: ହର୍ମୁଜ ପ୍ରଣାଳୀକୁ ଆମେରିକାର ବୋଲି ଘୋଷଣା କରିବା ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ମନ୍ତବ୍ୟ ଉପରେ ଇରାନ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି। ଇରାନ ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ, ହର୍ମୁଜ ପ୍ରଣାଳୀ ଇରାନର ଥିଲା, ଅଛି ଏବଂ ସଦାସର୍ବଦା ଇରାନର ହୋଇ ରହିବ।

ଇରାନର ଉପ-ବୈଦେଶିକ ମନ୍ତ୍ରୀ କାଜେମ ଘରିବାବାଦୀ ସୋସିଆଲ ମିଡିଆ ଏକ୍ସ (X) ରେ ଲେଖିଛନ୍ତି ଯେ, ହର୍ମୁଜ ପ୍ରଣାଳୀକୁ କୌଣସି ଟ୍ୱିଟ୍, ବିମାନବାହୀ ଜାହାଜ, ଆଦେଶ କିମ୍ବା ନିର୍ବାଚନୀ ଭାଷଣ ଦ୍ୱାରା କବଜା କରାଯାଇପାରିବ ନାହିଁ। ଏହି ଗୁରୁତ୍ୱପୂର୍ଣ୍ଣ ଜଳପଥ କେବଳ ଇରାନର ଆଦେଶରେ ହିଁ ବନ୍ଦ କିମ୍ବା ଖୋଲାଯିବ।

 ନ୍ୟୁୟର୍କରେ ଏକ ସଭାକୁ ସମ୍ବୋଧିତ କରି ଟ୍ରମ୍ପ କହିଥିଲେ ଯେ, ଇରାନକୁ ପରାସ୍ତ କରିବା ପରେ ସେ ଖୁବଶୀଘ୍ର ହର୍ମୁଜ ପ୍ରଣାଳୀକୁ ଆମେରିକାର ଅଂଶ ଭାବରେ ଘୋଷଣା କରିବେ। ତେବେ ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ ଅନୁଯାୟୀ, ହ୍ୱାଇଟ୍ ହାଉସର ଜଣେ ଅଧିକାରୀ ପରେ ସ୍ପଷ୍ଟ କରିଥିଲେ ଯେ, ଟ୍ରମ୍ପ ଏହାକୁ ମଜାକରେ କହିଥିଲେ।

ଟ୍ରମ୍ପ ପୂର୍ବରୁ ସୋସିଆଲ ମିଡିଆରେ ଦାବି କରିଥିଲେ ଯେ, ଆମେରିକା ସେନାର ଏହି ଜଳପଥ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିଛି। ମାତ୍ର ଇରାନର ସାମରିକ ବାହିନୀ ଏହାକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିବା ସହ ସମୁଦ୍ରପଥଟି ଇରାନର ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଥିବା ପ୍ରକାଶ କରିଛି। ଫେବୃଆରୀ ୨୮ ରେ ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ଏହି ଯୁଦ୍ଧ ଆରମ୍ଭ ହୋଇଥିଲା, ଯେଉଁଥିରେ ଇରାନର ସର୍ବୋଚ୍ଚ ନେତା ଆଲି ଖାମେନିଙ୍କ ମୃତ୍ୟୁ ଘଟିଥିଲା।



Source link

Leave A Reply

Your email address will not be published.