Voice of Eastern India

Horoscope Today : ନଭେମ୍ବର ୧୮ ତାରିଖ, ବୁଧବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ


ମେଷ– ଆପଣଙ୍କ ପାଇଁ ଲାଭ ଓ ସଫଳତାର ଦିନ ରହିବ। ଦୀର୍ଘଦିନରୁ ଅଟକିଥିବା ଅର୍ଥ ପ୍ରାପ୍ତି ହୋଇପାରେ। ଚାକିରି କ୍ଷେତ୍ରରେ ନୂତନ ସୁଯୋଗ ମିଳିବ। ବ୍ୟବସାୟରେ ଲାଭ ସହିତ ନୂତନ ଗ୍ରାହକଙ୍କ ସହ ସମ୍ପର୍କ ବଢ଼ିବ। ବନ୍ଧୁ ଓ ଶୁଭେଚ୍ଛୁଙ୍କ ସହଯୋଗ ମିଳିବ। ପାରିବାରିକ ଜୀବନ ସୁଖମୟ ରହିବ।

ବୃଷ– କର୍ମକ୍ଷେତ୍ରରେ ଆପଣଙ୍କ ପ୍ରଭାବ ବୃଦ୍ଧି ପାଇବ। ଉଚ୍ଚ ଅଧିକାରୀଙ୍କଠାରୁ ପ୍ରଶଂସା ଓ ସହଯୋଗ ମିଳିପାରେ। ନୂତନ କାର୍ଯ୍ୟ ଆରମ୍ଭ ପାଇଁ ଯୋଜନା କରିବେ। ବ୍ୟବସାୟରେ ଆର୍ଥିକ ଉନ୍ନତି ହେବ। ପିତାଙ୍କ ସହଯୋଗ ମିଳିବ। ପାରିବାରିକ ଦାୟିତ୍ୱ ବଢ଼ିପାରେ। ନିଜର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

ମିଥୁନ– ଭାଗ୍ୟର ସହଯୋଗ ମିଳିବା ସହିତ ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ। ଉଚ୍ଚଶିକ୍ଷା ଓ ପ୍ରତିଯୋଗିତାମୂଳକ କାର୍ଯ୍ୟରେ ଭଲ ଫଳ ମିଳିପାରେ। ଦୂରଯାତ୍ରାର ଯୋଗ ରହିଛି। କର୍ମକ୍ଷେତ୍ରରେ କିଛି ବାଧା ଆସିପାରେ। ଗୁରୁଜନଙ୍କ ପରାମର୍ଶ ଗ୍ରହଣ କରନ୍ତୁ। ଆର୍ଥିକ କାରବାରରେ ସତର୍କ ରୁହନ୍ତୁ।

କର୍କଟ– ଚନ୍ଦ୍ରାଷ୍ଟମ ଯୋଗୁ ମାନସିକ ଅଶାନ୍ତି ଓ କାର୍ଯ୍ୟରେ ବାଧା ଦେଖାଦେଇପାରେ। ଅଯଥା ଚିନ୍ତା ଓ ଅନାବଶ୍ୟକ ଖର୍ଚ୍ଚ ବଢ଼ିପାରେ। ଗୁପ୍ତ ଶତ୍ରୁଙ୍କଠାରୁ ସତର୍କ ରୁହନ୍ତୁ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ତରବର ହୁଅନ୍ତୁ ନାହିଁ। ଯାନବାହନ ଚଳାଇବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ। ଈଶ୍ୱରଙ୍କ ଆରାଧନା ମାନସିକ ଶାନ୍ତି ଦେବ।

ସିଂହ– ଦାମ୍ପତ୍ୟ ଜୀବନରେ ସୁଖ ଓ ସୌହାର୍ଦ୍ଦ୍ୟ ବୃଦ୍ଧି ପାଇବ। ବ୍ୟବସାୟରେ ନୂତନ ଚୁକ୍ତି ଓ ସହଭାଗିତାର ସୁଯୋଗ ମିଳିପାରେ। ଜୀବନସାଥୀଙ୍କ ସହଯୋଗରେ ଅନେକ ସମସ୍ୟାର ସମାଧାନ ହେବ। ଚାକିରି କ୍ଷେତ୍ରରେ ଉନ୍ନତିର ଯୋଗ ରହିଛି। କିନ୍ତୁ ଅନ୍ୟମାନଙ୍କ ସହ ମତଭେଦ ହେବାରୁ ନିଜକୁ ଦୂରେଇ ରଖନ୍ତୁ।

କନ୍ୟା– ଶତ୍ରୁଙ୍କ ଉପରେ ବିଜୟ ପ୍ରାପ୍ତି ହେବ। ଦୀର୍ଘଦିନରୁ ଚାଲିଥିବା ଋଣ ଓ ଆର୍ଥିକ ସମସ୍ୟାର ସମାଧାନ ପାଇଁ ସୁଯୋଗ ମିଳିବ। କର୍ମକ୍ଷେତ୍ରରେ ପରିଶ୍ରମର ଉଚିତ ଫଳ ମିଳିବ। ନୂତନ କାର୍ଯ୍ୟରେ ସଫଳତା ମିଳିବ। ସ୍ୱାସ୍ଥ୍ୟରେ ଉନ୍ନତି ହେବ। ମାମଲା ଓ ବିବାଦରେ ଆପଣଙ୍କ ପକ୍ଷ ଶକ୍ତିଶାଳୀ ରହିବ।

ତୁଳା– ଦିନ ଶୁଭଫଳଦାୟକ ରହିବ। ସନ୍ତାନଙ୍କଠାରୁ ଶୁଭ ଖବର ମିଳିପାରେ। ଶିକ୍ଷା ଓ ପ୍ରତିଯୋଗିତାରେ ସଫଳତା ମିଳିବ। ପ୍ରେମ ସମ୍ପର୍କରେ ମଧୁରତା ବଢ଼ିବ। ଆକସ୍ମିକ ଧନଲାଭର ଯୋଗ ରହିଛି। ନିବେଶ କରିବା ପୂର୍ବରୁ ଭଲଭାବେ ବିଚାର କରନ୍ତୁ। କଳା ଓ ସୃଜନଶୀଳ କାର୍ଯ୍ୟରେ ସଫଳତା ମିଳିବ।

ବିଛା– ଘରୋଇ ଜୀବନରେ କିଛି ଅଶାନ୍ତି ଦେଖାଦେଇପାରେ। ଜମିବାଡ଼ି ଓ ଗୃହ ସମ୍ବନ୍ଧୀୟ କାର୍ଯ୍ୟରେ ବିଳମ୍ବ ହୋଇପାରେ। ମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। କର୍ମକ୍ଷେତ୍ରରେ ମନୋବଳ ଦୃଢ଼ ରଖନ୍ତୁ। ଅନାବଶ୍ୟକ ଖର୍ଚ୍ଚ ଓ ମାନସିକ ଚାପ ବଢ଼ିପାରେ। ଧୈର୍ଯ୍ୟ ଓ ବିଚାରବୁଦ୍ଧିର ସହ କାର୍ଯ୍ୟ କରନ୍ତୁ।

ଧନୁ– ପରାକ୍ରମ ଓ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଭାଇଭଉଣୀଙ୍କ ସହଯୋଗ ମିଳିବ। ଯୋଗାଯୋଗ ଓ ବ୍ୟବସାୟ କ୍ଷେତ୍ରରେ ଲାଭ ହେବ। ଛୋଟ ଯାତ୍ରାରୁ ଶୁଭଫଳ ମିଳିପାରେ। ନୂତନ ଯୋଜନା କାର୍ଯ୍ୟକାରୀ କରିବାରେ ସଫଳ ହେବେ। ସାମାଜିକ ପ୍ରତିଷ୍ଠା ବଢ଼ିବ। ନିଜ କଥାବାର୍ତ୍ତାରେ ସଂଯମ ରଖନ୍ତୁ।

ମକର– ଆର୍ଥିକ ଦୃଷ୍ଟିକୋଣରୁ ଦିନଟି ମଧ୍ୟମରୁ ଶୁଭ ରହିବ। ପରିବାରରେ ସୁଖ ଓ ଶାନ୍ତି ବଜାୟ ରହିବ। ଧନ ସଞ୍ଚୟ କରିବାର ସୁଯୋଗ ମିଳିବ। କଥାବାର୍ତ୍ତା ମାଧ୍ୟମରେ ଅନ୍ୟମାନଙ୍କ ମନ ଜିଣିପାରିବେ। ଚାକିରି ଓ ବ୍ୟବସାୟରେ ଉନ୍ନତି ହେବ। ଖାଦ୍ୟପେୟ ପ୍ରତି ଯତ୍ନବାନ ରୁହନ୍ତୁ।

କୁମ୍ଭ– ଚନ୍ଦ୍ର ଆପଣଙ୍କ ରାଶିରେ ଅବସ୍ଥାନ କରୁଥିବାରୁ ଆତ୍ମବିଶ୍ୱାସ ଓ ମନୋବଳ ବୃଦ୍ଧି ପାଇବ। ନିଜର ବ୍ୟକ୍ତିତ୍ୱ ଓ କାର୍ଯ୍ୟଦକ୍ଷତା ଦ୍ୱାରା ଅନ୍ୟମାନଙ୍କୁ ପ୍ରଭାବିତ କରିବେ। ନୂତନ କାର୍ଯ୍ୟ ଓ ଯୋଜନା ପାଇଁ ଦିନଟି ଅନୁକୂଳ। କିଛି ନୂତନ ଦାୟିତ୍ୱ ମିଳିପାରେ। ମାନସିକ ଚଞ୍ଚଳତା ଓ ଅହଂଭାବକୁ ନିୟନ୍ତ୍ରଣରେ ରଖନ୍ତୁ।

ମୀନ– ଅଯଥା ଖର୍ଚ୍ଚ ଓ ମାନସିକ ଚିନ୍ତା ବଢ଼ିପାରେ। ବିଦେଶ ସମ୍ବନ୍ଧୀୟ କାର୍ଯ୍ୟରେ ଶୁଭ ଖବର ମିଳିବାର ଯୋଗ ରହିଛି। କର୍ମକ୍ଷେତ୍ରରେ ଗୁପ୍ତ ଶତ୍ରୁଙ୍କଠାରୁ ସତର୍କ ରୁହନ୍ତୁ। ଆଧ୍ୟାତ୍ମିକ କାର୍ଯ୍ୟ ଓ ଧାର୍ମିକ ଚିନ୍ତାଧାରା ପ୍ରତି ଆଗ୍ରହ ବଢ଼ିବ। ଶାରୀରିକ ବିଶ୍ରାମ ନିଅନ୍ତୁ ଓ ଆର୍ଥିକ ନିଷ୍ପତ୍ତିରେ ସତର୍କ ରୁହନ୍ତୁ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682



Source link

Leave A Reply

Your email address will not be published.