Voice of Eastern India

Flood Update : ବନ୍ୟା ପାଣିରେ ଫସିଲେ ଜବାନ, ଜୀବନ ବଞ୍ଚାଇବାକୁ କିଏ ଟିଣ ଉପରେ ତ ଆଉ କିଏ ଗଛ ଡାଳରେ…


ମାଲକାନଗିରି ୦୧।୦୮ : ବନ୍ୟା ପାଣିରେ ଫସିଲେ ଜବାନ ।  ଜୀବନ ବଞ୍ଚାଇବା ଲାଗି କିଏ ଘରର ଟିଣ ଛପର ଉପରେ ତ ଆଉ କିଏ ଗଛର ଡାଳ ଉପରେ ଆଶ୍ରୟ ନେଇଛନ୍ତି । ମାଲକାନଗିରି ସୀମାନ୍ତ ଛତିଶଗଡ ଅବୁଝମାଡ ଜଙ୍ଗଲରୁ ଆସିଛି ଏଭଳି ଏକ ଛାତିଥରା ଦୃଶ୍ୟ ।

ଲଗାଣ ବର୍ଷା ଯୋଗୁଁ ନାରାୟଣପୁର ଜିଲ୍ଲାର ସିତାରାମ ଓ ବାଲେବେଡା ବିଏସଏଫ କ୍ୟାମ୍ପ ପାଣି ଘେରରରେ ଆସିଥିଲା । କିଛି ଚିନ୍ତା କରିବା ପୂର୍ବରୁ ରାତି ପ୍ରାୟ ୧୧ ଟା ସମୟରେ ସଂପୂର୍ଣ୍ଣ ବିଏସଏଫ କ୍ୟାମ୍ପ ବନ୍ୟା ପାଣିରେ ବୁଡି ଯାଇଥିଲା । ରାତି ତମାମ ବର୍ଷାରେ ଭିଜିବା ପରେ ସକାଳେ ବାୟୁ ସେନାର ହେଲିକପ୍ଟର ଯୋଗ ବିଏସଏଫ ଜବାନମାନଙ୍କୁ ଉଦ୍ଧାର କରିଯାଇଥିଲା। ହେଲେ ଜବାନଙ୍କ ଅସ୍ତ୍ରଶସ୍ତ୍ର ଓ ଆସବାବପତ୍ର ସବୁ ବର୍ତ୍ତମାନ ସୁଦ୍ଧା ବନ୍ୟା ପାଣିରେ ବୁଡି ରହିଛି।

Also Read:-LPG Cylinder Price Cut: ଶସ୍ତା ହେଲା କମର୍ସିଆଲ୍ ସିଲିଣ୍ଡର; ଦିଲ୍ଲୀରେ କମିଲା ୨୦୨ ଟଙ୍କା, ଘରୋଇ LPG ଦରରେ ହୋଇନି କୌଣସି ପରିବର୍ତ୍ତନ

ତେବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଜଣେ ଯବାନ କହୁଛନ୍ତି ଯେ, ବର୍ଷାରେ ଚଢେଇ ଭଳି ଆମେ ଛାତ ଉପରେ ଓ ଗଛ ଡାଳରେ ବସିଛୁ।



Source link

Leave A Reply

Your email address will not be published.