Voice of Eastern India

E-20 ପ୍ରତିବାଦ ପୂର୍ବରୁ ତହସିନ ପୁନାୱାଲା ଗୃହବନ୍ଦୀ, ପୋଲିସଙ୍କୁ ପିଆଇଲେ ଆଖୁରସ


ନୂଆଦିଲ୍ଲୀ: ଚିନି ଦୁର୍ନୀତି ବିରୋଧରେ ଜନ୍ତର-ମନ୍ତରରେ ବିକ୍ଷୋଭ ପ୍ରଦର୍ଶନ ପାଇଁ ଶନିବାର ଘରୁ ବାହାରିବାମାତ୍ରେ ଦିଲ୍ଲୀ ପୋଲିସ ମୋତେ ନଜର ବନ୍ଦୀ କରିଥିବା କାର୍ଯ୍ୟକର୍ତ୍ତା ତହସିନ ପୁନାୱାଲା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ସରକାରଙ୍କ ଯେଉଁ ନୀତି କାରଣରୁ ଦେଶରେ ଚିନି ଦର ବଢୁଛି ସେଥିରୁ ରାଜନୈତିକ ରୂପେ ପ୍ରଭାବଶାଳୀ ଲୋକଙ୍କ ଲାଭ ହେଉଛି ହେଲେ ଖାଉଟିଙ୍କୁ ଏ ବାବଦେ ପୈଠ କରିବାକୁ ପଡୁଛି। ତାଙ୍କ ବିରୋଧର କେନ୍ଦ୍ର ମଧ୍ୟ ଇ-୨୦ ଇନ୍ଧନ ଥିଲା। ଏ ନେଇ ପୁନାୱାଲା ଏକ୍ସରେ ଏକ ପୋଷ୍ଟ କରିଥିବା ବେଳେ ତାଙ୍କୁ ପୋଲିସ ଗୃହବନ୍ଦୀ କରିବା ଉପରେ ପ୍ରଶ୍ନ ଉଠାଇଛନ୍ତି।

ପୁନାୱାଲା କହିଛନ୍ତି ଯେ ତାଙ୍କ ଦ୍ୱାରା ସ୍ଥାପିତ ‘ନାଗରିକ ଅଧିକାର ସମୂହ’ ଦେଶରେ ବଢୁଥିବା ଚିନି ଦର ବିରୋଧରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରିବାକୁ ନିଷ୍ପତ୍ତି ନେଇଛି, ଯାହାକୁ ସେ ‘ଚିନି ଦୁର୍ନୀତି’ ବୋଲି କହୁଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଏହି ନୀତି ରାଜନୈତିକ ରୂପେ ପ୍ରଭାବଶାଳୀ ଲୋକଙ୍କ ପିଲାଙ୍କୁ ଲାଭ ଦେବାକୁ ଓ ଦେଶରେ ଚିନି ଦର ବଢାଇବାକୁ ଲାଗି କରାଯାଇଛି । ତେବେ ଏହାକୁ ବିରୋଧ କରାଯିବା ପୂର୍ବରୁ ସବୁଥର ଭଳି ଏଥର ମଧ୍ୟ ଦିଲ୍ଲୀ ପୋଲିସ ମୋ ଘରକୁ ଆସି ମୋତେ ଅଟକ କରିଛି। ମୋତେ ପୋଲିସ ନଜରବନ୍ଦୀ କରିଛି ହେଲେ ଏ ବାବଦେ ମୋତେ ଜଣାବି ନାହିଁ। ମୋତେ ଏଥି ପାଇଁ କୌଣସି ନୋଟିସ୍ ବି ଦିଆଯାଇନି ବୋଲି ସେ କହିଛନ୍ତି।

ପରେ ପୁନାୱାଲା ଆହୁରି ଅନେକ ପୋଷ୍ଟ କରିଛନ୍ତି। ଏଥିରେ ତାଙ୍କୁ ଓ ତାଙ୍କର ଅନ୍ୟ ସହଯୋଗୀଙ୍କୁ ମଧ୍ୟ ଅଟକ କରାଯାଇଥିବା ସେ କହିଛନ୍ତି। ସେ ସଂକେତ ଦେଇଛନ୍ତି ଯେ ଯଦି ସେ ପୋଲିସ କଟକଣା ସତ୍ତ୍ୱେ ବାହାରକୁ ବାହାରନ୍ତି ତେବେ ପୋଲିସ ତାଙ୍କୁ ଗିରଫ କରିବ। ସେ କହିଛନ୍ତି ଯେ ଗତ କାଲି ଜନ୍ତର-ମନ୍ତରରେ ବିରୋଧ ପ୍ରଦର୍ଶନ କାଳରେ ଉପୁଜିଥିବା ଆଇନଶୃଙ୍ଖଳା ବିଷୟରେ ପୋଲିସ ମୋତେ କହିଛି। ତେବେ ଗତକାଲି ସେଠାରେ ବନ୍ଦେ ମାତରମ ଓ ହନୁମାନ ଚାଳିଶା ପାଠ ହେଉଥିଲା ସେଠାରେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିଲା କିପରି ବୋଲି ପୁନାୱାଲା ପ୍ରଶ୍ନ କରିଛନ୍ତି।

ପୋଲିସ ତାଙ୍କୁ ବିରୋଧ ପ୍ରଦର୍ଶନ ପାଇଁ ଘରୁ ବାହାରକୁ ନ ବାହାରିବା ପାଇଁ କହିବାର ଭିଡିଓ ସହିତ ପୁନାୱାଲା ଆଉ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି। ଏଥିରେ ସେ ପୋଲିସ କର୍ମଚାରୀଙ୍କୁ ଆଖୁ ରସ ପିଆଉଥିବାର ଦେଖା ଯାଉଛି। ଏହାକୁ ସେ ଚିନି ଦର ବୃଦ୍ଧି ଓ ଇଥାନଲ ପାଇଁ ଆଖୁ ଉପଯୋଗ ବିରୋଧରେ କରିଛନ୍ତି। ଏଥିରେ ସେ ଦର୍ଶାଇଛନ୍ତି ଯେ ଆଗକୁ ଆଖୁରସ ଦର ଆହୁରି ବଢିପାରେ।



Source link

Leave A Reply

Your email address will not be published.