Voice of Eastern India

Choudwar jail news: ଚୌଦ୍ୱାର ଜେଲ୍ ଅଧୀକ୍ଷକ ସୁଜିତ ରାଉଳଙ୍କ ପାଇଁ ବଢିଲା ଅଡୁଆ, ଆଗୁଆ ଜାମିନ ଖାରଜ


କଟକ ୨୯।୮: ଚୌଦ୍ୱାର ସର୍କଲ ଜେଲ୍ ଅଧିକ୍ଷକ ସୁଜିତ କୁମାର ରାଉଳଙ୍କ ପାଇଁ ବଢିଲା ଅଡୁଆ । ସୁଜିତଙ୍କ ଆଗୁଆ ଜାମିନ ଆବେଦନ ଆଜି ଖାରଜ କରିଛନ୍ତି ହାଇକୋର୍ଟ । ତେଣୁ କୌଣସି ମୁହୂର୍ତ୍ତରେ ପୋଲିସ ତାଙ୍କୁ ଗିରଫ କରିପାରେ । କାରଣ ଆଗୁଆ ଜାମିନ ଖାରଜ ହେବା ସହିତ ମିଳିଥିବା ଅନ୍ତରୀଣ ସୁରକ୍ଷା ମଧ୍ୟ ହଟିଯାଇଛି ।

ଗତ ବର୍ଷ ଚୌଦ୍ୱାର ଜେଲ୍ରୁ ୨ ଜଣ କୁଖ୍ୟାତ ଅପରାଧୀ ଫେରାର ହୋଇଯାଇଥିଲେ । ଯାହାକୁ ନେଇ ଚୌଦ୍ୱାର ଥାନାରେ ଏତଲା ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ମାମଲାରେ ଜେଲର ସନ୍ତୋଷିନୀ ଦାସଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିଲା । କିନ୍ତୁ ସନ୍ତୋଷିନୀ ଅଭିଯୋଗ କରିଥିଲେ କି ଅପରାଧୀ ମାନଙ୍କୁ ଫେରାର କରିବାରେ ଜେଲ୍ ଅଧିକ୍ଷକଙ୍କର ପ୍ରମୁଖ ଭୂମିକା ଥିଲା । ଏପରିକି ଜେଲର ମିନିଟ ବୁକରେ ମଧ୍ୟ ଜାଲିଆତି କରାଯାଇଥିଲା । ଏ ସମସ୍ତ ଅଭିଯୋଗକୁ ଆଧାର କରି ତତ୍କାଳୀନ ଜେଲର ସନ୍ତୋଷିନୀ ଚୌଦ୍ୱାର ଥାନାରେ ଏତଲା ଦାୟର କରିଥିଲେ ।

Also Read:- ହାଇକୋର୍ଟଙ୍କ ନଜର ପରେ ସଜଡ଼ା ହେବ କଟକର ରାସ୍ତା, ଚିହ୍ନଟ ହେଲା ୧୯୬ ସ୍ଥାନ

ପରେ ଅଧିକ୍ଷକ ସୁଜିତ କୁମାର ରାଉଳଙ୍କ ପାଇଁ ସମସ୍ୟା ବଢିଥିଲା । ତେବେ ସମ୍ଭାବ୍ୟ ଗିରଫଦାରୀ ଏଡାଇବାକୁ ସେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ । ଯାହା ଆଜି ଖାରଜ ହୋଇଛି ।



Source link

Leave A Reply

Your email address will not be published.