Voice of Eastern India

C-Voter ସର୍ଭେରେ ଆଶ୍ଚର୍ଯ୍ୟଜନକ ତଥ୍ୟ, ୫୩% NDA ଭୋଟର ପସନ୍ଦ କରୁନାହାନ୍ତି E-20 ପେଟ୍ରୋଲ


ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଇ-୨୦ ପେଟ୍ରୋଲ ଏବେ ଦେଶରେ ବିତର୍କର କାରଣ ପାଲଟିଛି। ପେଟ୍ରୋଲରେ ୨୦% ଇଥାନଲ ମିଶାଇ ସରକାର ବୈଦେଶିକ ମୁଦ୍ରା ସଞ୍ଚୟ କରିବାକୁ ଚାହୁଁଛନ୍ତି। ଏହାଛଡା ଇନ୍ଧନ ପାଇଁ ବିଦେଶ ନିର୍ଭରତା ହ୍ରାସ ପାଇଁ ମଧ୍ୟ ସରକାର ଏହି ବ୍ଲେଣ୍ଡିଂ କରୁଥିବା ଜଣାପଡିଛି। ତେବେ ଦେଶରେ ପେଟ୍ରୋଲ ଇନ୍ଧନ ଉପରେ ନିର୍ଭରଶୀଳ କୋଟି କୋଟି ଲୋକେ ଏଭଳି ବ୍ଲେଣ୍ଡିଂକୁ ପସନ୍ଦ କରୁନଥିବା ପ୍ରଥମ ଥର ଜଣାପଡିଛି। ସି-ଭୋଟର ସର୍ଭେ ପକ୍ଷରୁ ଏ ନେଇ କରାଯାଇଥିବା ସର୍ଭେକ୍ଷଣରେ କେବଳ ଏନଡିଏର ୫୩% ଭୋଟର ଏହି ବ୍ଲେଣ୍ଡିଂ ପେଟ୍ରୋଲକୁ ପସନ୍ଦ କରୁନଥିବା କହିଛନ୍ତି।

ନିକଟରେ ଶେଷ ହୋଇଥିବା ସର୍ଭେକ୍ଷଣ ଅନୁସାରେ ଏନଡିଏର ଅଧାରୁ ଅଧିକ ସମର୍ଥକ ଇ-୨୦ ପେଟ୍ରୋଲ ବ୍ୟବହାର କରିବାକୁ ଚାହୁଁ ନାହାନ୍ତି। ଏଥିରେ ଅନେକ ଲୋକଙ୍କୁ ଏହା ବି ଡର ଯେ ଏପରି ବ୍ଲେଣ୍ଡିଂ ପେଟ୍ରୋଲ ଗାଡିରେ ପକାଇ ଚଳାଇଲେ ବାହନର ଇଞ୍ଜିନ ଖରାପ ହୋଇପାରେ ଓ ମାଇଲେଜ କମିପାରେ। ତେବେ ସର୍ଭେକ୍ଷଣର ନିଷ୍କର୍ସରୁ ଯାହା ଜଣାପଡୁଛି ବାହନର ପ୍ରଦର୍ଶନକୁ ନେଇ ଲୋକଙ୍କ ଚିନ୍ତା କେନ୍ଦ୍ର ସରକାରଙ୍କ ଇଥାନଲ ମିଶ୍ରଣ ନୀତିକୁ ସମର୍ଥନଠାରୁ ଅନେକ ଅଧିକ। ଏପରିକି ଶାସକ ମେଣ୍ଟର ନିଜ ଭୋଟର ବି ଏଥିରେ ସନ୍ତୁଷ୍ଟ ନଥିବା ଜଣାପଡିଛି।

ସର୍ଭେକ୍ଷଣରୁ ଦେଖା ଯାଇଛି ଯେ ଏନଡିଏର ୫୨.୫ ପ୍ରତିଶତ ଭୋଟର ସେମାନଙ୍କ ବାହନରେ ଇ-୨୦ ପେଟ୍ରୋଲ ଭରିବାକୁ ପସନ୍ଦ କରୁ ନାହାନ୍ତି। ତେବେ ୧୮.୧% ଏନଡିଏ ସମର୍ଥକ ଏହି ବ୍ଲେଣ୍ଡିଂ ପେଟ୍ରୋଲକୁ ନେଇ ସନ୍ତୁଷ୍ଟ ଥିବା କହିଛନ୍ତି। ତେବେ ସର୍ଭେକ୍ଷଣ ବେଳେ ବିରୋଧୀ ଦଳଙ୍କ ଏପରି ବ୍ଲେଣ୍ଡିଂ ପେଟ୍ରୋଲକୁ ବିରୋଧ ଆହୁରି ତୀବ୍ର ଥିବା ଦେଖା ଯାଇଛି। ଯେଉଁଥିଲେ ୫୭.୯% ଲୋକେ ଏପରି ପେଟ୍ରୋଲ ଗାଡିରେ ବ୍ୟବହାର କରିବେନି ବୋଲି ସ୍ପଷ୍ଟ ମନା କରିଦେଇଛନ୍ତି। ଅନ୍ୟ ରାଜନୈତିକ ଦଳ ସମ୍ପର୍କିତ ୫୫% ଇନ୍ଧନକୁ ଅସ୍ୱୀକାର କରିଦେଇଛନ୍ତି। ମୋଟ ମିଶାଇ ୫୫.୧ ପ୍ରତିଶତ ଉତ୍ତରଦାତା ଇ-୨୦ ପେଚ୍ରୋଲ ଉପଯୋଗ କରିବାକୁ ପସନ୍ଦ କରୁନଥିବା ଜଣାପଡିଛି।

ଏହି ସର୍ଭେକ୍ଷଣ କେନ୍ଦ୍ରୀୟ ସଡ଼କ ପରିହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀଙ୍କ ଦ୍ୱାରା ଇ-୨୦ ପେଟ୍ରୋସ ସମାଲୋଚକଙ୍କୁ ଚ୍ୟାଲେଞ୍ଜ କରିବାର କିଛି ଦିନ ପରେ ଆସିଛି। ଗଡ଼କରୀ ସମାଲୋଚକଙ୍କୁ କହିଥିଲେ ସେମାନେ ଇଥାନଲ ମିଶ୍ରିତ ଇନ୍ଧନ ପ୍ରଭାବିତ ଜଣେ ବ୍ୟକ୍ତିଙ୍କ ଉଦାହରଣ ଉପସ୍ଥାପନ କରନ୍ତୁ। ପ୍ରଦର୍ଶନକାରୀ କେନ୍ଦ୍ରମନ୍ତ୍ରୀଙ୍କ ଚ୍ୟାଲେଞ୍ଜ ସ୍ୱୀକାର କରି କହିଥିଲେ ଯେ ୧ ନୁହେଁ ଆମେ ଏପରି ୬ ଜଣଙ୍କୁ ଉପସ୍ଥାପନ କରିବୁ ଯେଉଁମାନଙ୍କ ଗାଡ଼ି ଇ-୨୦ ପେଟ୍ରୋଲ ଉପଯୋଗ ପରେ ଖରାପ ହୋଇଛି। ତେବେ ସେମାନେ କହିଛନ୍ତି ଆମେ ଏ ସମ୍ପର୍କରେ ମିଡିଆ ସହ ଆଲୋଚନା କରିବା ପୂର୍ବରୁ ଗଡ଼କରୀଙ୍କୁ ଭେଟିବାକୁ ଚାହୁଁଛୁ।

କେନ୍ଦ୍ର ସରକାରଙ୍କ ଦ୍ୱାରା ୨୦ ପ୍ରତିଶତ ଇଥାନଲ ମିଶ୍ରିତ ପେଟ୍ରୋଲ ବିକ୍ରିକୁ ବାଧ୍ୟତାମୂଳକ କରିବା ପାଇଁ ନିଷ୍ପତ୍ତି କୁ ନେଇ ବଢୁଥିବା ସମାଲୋଚନା ପରେ ବିବାଦ ଆରମ୍ଭ ହୋଇଛି। କେନ୍ଦ୍ର ସରକାର କହିଛନ୍ତି ଇ-୨୦ ସୁରକ୍ଷିତ ଓ ସେ ଲୋକଙ୍କ ଚିନ୍ତା ଦୂର କରିବା ପାଇଁ ବିଶେଷଜ୍ଞଙ୍କ ସୂତ୍ରରୁ ବୟାନ ମଧ୍ୟ ଜାରି କରିଛନ୍ତି। ତେବେ ଅନେକ ବାହନ ମାଲିକଙ୍କ ଦାବି ଏପରି ପେଟ୍ରୋଲ ମାଇଲେଜ ହ୍ରାସ କରୁଛି। ଖାସ କରି ସେହି ବାହନ ଯାହା ଇ-୧୦ ଇଞ୍ଜିନ ଲାଗି ଡିଜାଇନ ହୋଇଥିଲା।



Source link

Leave A Reply

Your email address will not be published.