Voice of Eastern India

ନ୍ୟସନାଲିଷ୍ଟ ସିଟିଜେନସ୍ ପାର୍ଟିରେ ବିଲୟ ହେବେ ବିଦ୍ରୋହୀ TMC ସାଂସଦ, ବାଚସ୍ପତି ଓମ ବିରଳାଙ୍କୁ ଦେଲେ ପତ୍ର


ନୂଆଦିଲ୍ଲୀ: ତୃଣ ମୂଳ କଂଗ୍ରେସ (ଟିଏମସି) ସାଂସଦ କାକୋଲୀ ଘୋଷ ଦସ୍ତିଦାର ରବିବାର କହିଛନ୍ତି ଯେ ୨୦ ଜଣିଆ ବିଦ୍ରୋହୀ ସାଂସଦଙ୍କ ଗୋଷ୍ଠୀ ନ୍ୟାସନାଲିଷ୍ଟ ସିଟିଜେନ୍ସ ପାର୍ଟି (ଏନସିପିଆଇ)ରେ ବିଲୟ ହେବେ। ଏଣୁ ସେମାନେ ଲୋକସଭା ବାଚସ୍ପତି ଓମ ବିରଳାଙ୍କୁ ଭେଟି ସଦନରେ ସେମାନଙ୍କ ବସିବା ଲାଗି ଭିନ୍ନ ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି। କାକୋଲୀ କହିଛନ୍ତି ଯେ ଅଲ ଇଣ୍ଡିଆ ତୃଣ ମୂଳ କଂଗ୍ରେସ (ଏଆଇଟିସି)ରୁ ନିର୍ବାଚିତ ୨୦ ଜଣ ସାଂସଦ ମୋଟ ନିର୍ବାଚିତ ସାଂସଦଙ୍କ ଦୁଇ ତୃତିୟାଂଶରୁ ଅଧିକ। ଆମେ ଆଗକୁ ଦେଶ ଲାଗି କାମ କରିବୁ ଓ ସଂସଦରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଏନଡିଏକୁ ସମର୍ଥନ ଦେବୁ ବୋଲି କହିଛନ୍ତି।

ଏଆଇଟିଏମସିରୁ ବିଦ୍ରୋହୀ ହୋଇଥିବା ସାଂସଦଙ୍କ ମଧ୍ୟରେ ସୁଦୀପ ବନ୍ଦୋପାଧ୍ୟାୟ, କାକୋଲୀ ଘୋଷ ଦସ୍ତିଦାର ଓ ଶତାବ୍ଦୀ ରାୟଙ୍କ ଭଳି ବଡ଼ ନାମ ଅଛନ୍ତି। ସେମାନେ ଏନସିପିଆଇ ନାମକ ଏକ ଛୋଟ ଆଞ୍ଚଳିକ ପାର୍ଟିରେ ବିଲୟ କରିବେ। ଅନ୍ୟପଟେ ତୃଣମୂଳ ନେତା ଅଭିଷେକ ବାନାର୍ଜୀ ଲୋକସଭା ବାଚସ୍ପତିଙ୍କୁ ପତ୍ର ଲେଖି ଏହି ବିଦ୍ରୋହୀ ଗୋଷ୍ଠୀଙ୍କୁ କୌଣସି ମାନ୍ୟତା ନ ଦେବାକୁ ଅନୁରୋଧ କରିଛନ୍ତି। ତୃଣମୂଳ କଂଗ୍ରେସ ପଶ୍ଚିମବଙ୍ଗର ସବୁ ବଡ଼ ରାଜନୈତିକ ଦଳ । ମମତା ବାନାର୍ଜୀ ଏହାର ମୁଖ୍ୟ ଓ ପଶ୍ଚିମବଙ୍ଗରେ ତାଙ୍କର ୧୫ ବର୍ଷର ସରକାର ଥିଲା।

ପାର୍ଟିରେ କିଛି ନେତା ଅନେକ ସମୟରୁ ଅସନ୍ତୁଷ୍ଟ ଥିଲେ। ଏହି ନେତାମାନେ ପାର୍ଟିର ଚାଲିଚଳନ ଓ ନିଷ୍ପତ୍ତିରେ ଖୁସି ନଥିଲେ। ଏପର୍ଯ୍ୟନ୍ତ ସେମାନଙ୍କ ଅସନ୍ତୋଷ ଭିତରେ ଭିତରେ କୁହୁଳୁଥିଲା। ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ଦଳର ପରାଜୟ ପରେ ଏହି ଅସନ୍ତୁଷ୍ଟ ନେତାମାନେ ଖୋଲାଖୋଲି ସାମ୍ନାକୁ ଆସିବା ସହ ଅନ୍ୟ ଦଳକୁ ସମର୍ଥନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଏଥି ପାଇଁ ରବିବାର ଲୋକସଭା ବାଚସ୍ପତିଙ୍କୁ ଭେଟି ସଂସଦରେ ସେମାନଙ୍କ ବସିବା ଲାଗି ଅନ୍ୟ ବ୍ୟବସ୍ଛା କରିବାକୁ ନିବେଦନ କରିଛନ୍ତି।



Source link

Leave A Reply

Your email address will not be published.