ଜୋରହାଟ: ଆସାମରେ ଜୋରହାଟ ଠାରେ ଏକ ବାୟୁସେନା ବିମାନ ଏଏନ-୩୨ ଦୁର୍ଘଟଣାଗ୍ରସ୍ତ ହୋଇଛି। ଜୋରହାଟ୍ ଏୟାରବେସ୍ରେ ବିମାନଟି ଲ୍ୟାଣ୍ଡିଂ କରିବା ପରେ ସେଥିରେ ଲାଗିଲା ନିଆଁ ଲାଗିଯାଇଥିଲା।
ମିଳିଥିବା ପ୍ରାଥମିକ ସୂଚନା ଅନୁସାରେ, ଶନିବାର ବିମାନଟି ଲ୍ୟାଣ୍ଡିଂ କରିବା ପରେ ନିଆଁ ଲାଗିଯାଇଥିଲା। ଏହାପରେ ତୁରନ୍ତ ଜରୁରୀକାଳୀନ ପ୍ରତିକ୍ରିୟା ପାଇଁ ପ୍ରମ୍ପଟିଂ କରାଯାଇଥିଲା। ବର୍ତ୍ତମାନ ଏହି ଘଟଣାରେ ମୃତାହତ ନେଇ କୌଣସି ସୂଚନା ମିଳିପାରି ନାହିଁ। ମାମଲାର ତଦନ୍ତ ଜାରି ରହିଛି।
ବିମାନ ଦୁର୍ଘଟଣା ପରେ ଭାରତୀୟ ବାୟୁ ସେନା ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି। ଏଥିରେ କୁହାଯାଇଛି “ଆଜି ଜୋରହାଟରେ ଏନ-୩୨ ବିମାନ ଦୁର୍ଘଟଣାରେ ଶିକାର ହୋଇଛି। ଘଟଣା ବିଷୟରେ ସବୁ ତଥ୍ୟ ମିଳିବା ପରେ ଅପଡେଟ ସୂଚନା ପ୍ରଦାନ କରାଯିବ” ବିମାନଟି ଲ୍ୟାଣ୍ଡିଂ ପରେ କାହିଁକି ଓ କିପରି ନିଆଁ ଲାଗିଲା ସେନେଇ ତଦନ୍ତ ଜାରି ରହିଛି। ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ସବୁ ଦିଗରୁ ଯାଞ୍ଚ କାର୍ଯ୍ୟ ଆରମ୍ଭ କରିଛନ୍ତି।
