Voice of Eastern India

Accident: ଦ୍ରୁତଗତିରେ ଆସି ହାଇଓ୍ବାକୁ ପଛରୁ ପିଟିଲା BMW କାର୍, ଚାଲିଗଲା ଦୁଇ ଜୀବନ


କଳାହାଣ୍ଡି ୧୩।୦୬: ଦାମୀ କାରରେ କିଏ ବା ବସିବାକୁ ଭଲନପାଏ। ଅନେକଙ୍କ ସଉକ ବିଳାସପୂର୍ଣ୍ଣ କାର୍। ଏଥିରେ ଥାଏ ଅତ୍ୟାଧୁନିକ ସେଫ୍ଟି ଫିଚର୍ସ। କିନ୍ତୁ ଲକ୍ଜରୁରିୟସ୍ ଗାଡ଼ି ଆପଣ ଜୀବନ ରକ୍ଷା କରିଦେବ ବୋଲି ଭାବୁଛନ୍ତି, ବୋଧହୁଏ ଏହା ଆପଣଙ୍କ ଭୁଲ ଧାରଣା। ବିଏମଡବ୍ଲୁ ଭଳି ଦାମୀ ଗାଡି ବି ଜୀବନ ବଞ୍ଚାଇପାରିଲାନି। ଚାଲିଗଲା ଦୁଇ ଦୁଇଟା ଜୀବନ।

କଳାହାଣ୍ଡି ଜିଲା ଭବାନୀପାଟଣା ବାଇପାସ ରାସ୍ତାରେ ଭୟଙ୍କର ଦୁର୍ଘଟଣା। ବିଳମ୍ବିତ ରାତି ରାସ୍ତାରେ ଠିଆ ହୋଇଥିବା ହାଇଓ୍ବାକୁ ପଛରୁ ପିଟିଲା ଦ୍ରୁତଗାମୀ ବିଏମଡବ୍ଲୁ କାର୍। ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଚାଲିଗଲା ୨ ଜଣଙ୍କ ଜୀବନ। ମୃତ ହରିୟାଣା ବୋଲି ଜଣାପଡିଛି। ତେବେ ପରିଚୟ ମିଳିପାରିନାହିଁ। ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ଟିମ ପହଞ୍ଚି ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଭବାନୀପାଟଣା ବାଇପାସରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି l ରାସ୍ତାରେ ଠିଆ ହୋଇଥିବା ହାଇୱାକୁ ପଛକୁ ପିଟିଥିଲା ବିଏମଡବ୍ଲୁ କାର । ଦୁର୍ଘଟଣା ଏତେ ଭୟଙ୍କର ଥିଲା କାରଟିର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଚୁରମାର୍ ହୋଇଯାଇଥିଲା। ଚାଳକ ଓ ଅନ୍ୟ ଜଣେ କାରରେ ଚାପି ହୋଇ ରହିଯାଇଥିଲେ। ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି କାରକୁ କାଟି ମୃତଦେହ ଉଦ୍ଧାର କରିଛନ୍ତି l ଅନ୍ୟପଟେ ଭବାନୀପାଟଣା ସଦର ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି l



Source link

Leave A Reply

Your email address will not be published.