Voice of Eastern India

ବଙ୍ଗୋପସାଗରରେ ୩ ଦିନିଆ ସତର୍କତା, ଜାରି ହେଲା NOTAM, ବିପଦପୂର୍ଣ୍ଣ ଜୋନ୍ ଭାବେ ଘୋଷଣା


ଭୁବନେଶ୍ୱର: ବଙ୍ଗୋପସାଗର ଅଞ୍ଚଳରେ ସମ୍ଭାବ୍ୟ କ୍ଷେପଣାସ୍ତ୍ର ପରୀକ୍ଷଣ ପାଇଁ ଭାରତ ପକ୍ଷରୁ ନୋଟାମ ଏବଂ ସାମୁଦ୍ରିକ ସତର୍କତା ଜାରି କରାଯାଇଛି। ଜାରି ହୋଇଥିବା ସୂଚନା ଅନୁଯାୟୀ, ଏହି ପରୀକ୍ଷଣ ୧ ଡିସେମ୍ବର ସକାଳ ୧୦ଟାରୁ ଆରମ୍ଭ ହୋଇ ୩ ଡିସେମ୍ବର ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ ସମୁଦ୍ର ପତ୍ତନରୁ ଆକାଶମାର୍ଗ ଏବଂ ନିର୍ଦ୍ଧାରିତ ସାମୁଦ୍ରିକ ଅଞ୍ଚଳକୁ ବିପଦପୂର୍ଣ୍ଣ ଜୋନ୍ ଭାବେ ଘୋଷଣା କରାଯାଇଛି।

ଜାରି ହୋଇଥିବା ନକ୍ସା ଅନୁସାରେ, ଓଡ଼ିଶା ଉପକୂଳସ୍ଥିତ ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ କେନ୍ଦ୍ର ଏବଂ ଡକ୍ଟର ଅବଦୁଲ କଲାମ ଦ୍ୱୀପ ନିକଟବର୍ତ୍ତୀ ବଙ୍ଗୋପସାଗରରେ ପ୍ରାୟ ୮୫ରୁ ୧୫୦ କିଲୋମିଟର ପରିଧି ମଧ୍ୟରେ ଏହି ପରୀକ୍ଷଣ କରାଯିବାର ସମ୍ଭାବନା ରହିଛି। ସାଧାରଣତଃ DRDO ଦ୍ୱାରା କୌଣସି କ୍ଷେପଣାସ୍ତ୍ର କିମ୍ବା ପ୍ରତିରକ୍ଷା ପ୍ରଣାଳୀର ପରୀକ୍ଷଣ ପୂର୍ବରୁ ବେସାମରିକ ବିମାନ ଏବଂ ଜାହାଜଗୁଡ଼ିକର ସୁରକ୍ଷା ପାଇଁ ଏଭଳି ସତର୍କତା ଜାରି କରାଯାଇଥାଏ।

ତେବେ ଏହି ୩ ଦିନିଆ ଅବଧି ମଧ୍ୟରେ କେଉଁ ନିର୍ଦ୍ଦିଷ୍ଟ କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯିବ, ସେନେଇ ସରକାର କିମ୍ବା ପ୍ରତିରକ୍ଷା ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ସ୍ପଷ୍ଟୀକରଣ ଦିଆଯାଇ ନାହିଁ।



Source link

Leave A Reply

Your email address will not be published.