Voice of Eastern India

କାହିଁକି ଭାଙ୍ଗିଲା ୫ ବର୍ଷର ବୈବାହିକ ସଂସାର ? ଇନଷ୍ଟାଗ୍ରାମରେ ନୀଲଙ୍କୁ ଅନଫଲୋ କଲେ ଐଶ୍ଵର୍ଯ୍ୟା


ମୁମ୍ଵାଇ ୨୯।୧୧; ଟିଭି ଇଣ୍ଡଷ୍ଟ୍ରିର ଚର୍ଚ୍ଚିତ ଯୋଡ଼ି ଐଶ୍ୱର୍ଯ୍ୟା ଶର୍ମା ଓ ନୀଲ ଭଟ୍ଟ। ତାଙ୍କ ସମ୍ପର୍କକୁ ନେଇ ଏବେ ଜୋରଦାର ଚର୍ଚ୍ଚା। ୫ବର୍ଷର ବୈବାହିକ ଜୀବନରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ଦୁହିଁଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବା ଏବଂ ସେମାନେ ଅଲଗା ହୋଇଯାଇଥିବା ନେଇ ଖବର ସାମ୍ନାକୁ ଆସିଛି। ଯାହାକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ନିରାଶା ଦେଖିବାକୁ ମିଳିଛି।

ରିପୋର୍ଟ ଅନୁସାରେ, ଐଶ୍ୱର୍ଯ୍ୟା ଓ ନୀଲଙ୍କ ମଧ୍ୟରେ ବିବାହ ସମ୍ପର୍କ ଆଉ ପୂର୍ବଭଳି ନାହିଁ। ଏପରିକି ଐଶ୍ୱର୍ଯ୍ୟା ଇନଷ୍ଟାଗ୍ରାମରେ ନୀଲଙ୍କୁ ଅନଫଲୋ କରିବା ସହ ତାଙ୍କ ସହିତ ଥିବା ଫଟୋ ଓ ଭିଡିଓ ମଧ୍ୟ ହଟାଇ ଦେଇଥିବା କୁହାଯାଉଛି। ଏହାପରେ ଦୁହିଁଙ୍କ ବିଚ୍ଛେଦ ଖବରକୁ ନେଇ ଚର୍ଚ୍ଚା ଆହୁରି ବଢ଼ିଯାଇଛି। ଏହି ଖବର ଉପରେ ଏଯାଏଁ ଐଶ୍ୱର୍ଯ୍ୟା କିମ୍ବା ନୀଲଙ୍କ ପକ୍ଷରୁ କୌଣସି ଅଧିକାରିକ ବୟାନ ଆସିନାହିଁ।

କେମିତି ଆରମ୍ଭ ହୋଇଥିଲା ଏହି ଯୋଡ଼ିଙ୍କ ପ୍ରେମ କାହାଣୀ?

ଟିଭି ଧାରାବାହିକ ‘ଘୁମ୍ ହୈ କିସିକେ ପ୍ୟାର ମେ’ର ସେଟରୁ ଆରମ୍ଭ ହୋଇଥିଲା ଉଭୟଙ୍କ ପ୍ରେମ ସମ୍ପର୍କ। ଧାରାବାହିକରେ ନୀଲ ବିରାଟ ଏବଂ ଐଶ୍ୱର୍ଯ୍ୟା ପାଖି ଚରିତ୍ରରେ ନଜର ଆସିଥିଲେ। ଏକାଠି କାମ କରୁ କରୁ ଉଭୟଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା, ଆଉ ପରେ ଏହି ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା। ୨୦୨୧ ନଭେମ୍ବର ୩୦ ତାରିଖରେ ଉଜ୍ଜୟିନୀରେ ଦୁହେଁ ବିବାହ କରିଥିଲେ। ଏହାପରେ ‘ସ୍ମାର୍ଟ ଯୋଡ଼ି’ ଏବଂ ‘ବିଗ୍ ବସ୍ ୧୭’ ଭଳି ରିଆଲିଟି ଶୋ’ରେ ଏକାଠି ନଜର ଆସିଥିଲେ।

ଦର୍ଶକଙ୍କ ଭଲପାଇବା ମଧ୍ୟ ଏହି ଯୋଡ଼ିଙ୍କୁ ଖୁବ୍ ମିଳିଥିଲା। କିନ୍ତୁ ଏବେ ସେମାନଙ୍କ ସମ୍ପର୍କକୁ ନେଇ ଆସିଥିବା ଏହି ଖବର ଫ୍ୟାନ୍ସଙ୍କୁ ଚିନ୍ତାରେ ପକାଇଛି। ତେବେ ବିଚ୍ଛେଦ ଖବରରେ କେତେ ସତ୍ୟତା ରହିଛି, ତାହା ଉଭୟଙ୍କ ଅଧିକାରିକ ପ୍ରତିକ୍ରିୟା ପରେ ହିଁ ସ୍ପଷ୍ଟ ହେବ।



Source link

Leave A Reply

Your email address will not be published.