Voice of Eastern India

ନ୍ୟାୟ ପାଇଁ ଥାନାକୁ ଆସିଥିଲେ, ଅପେକ୍ଷା କରି କରି ବିଷ ପିଇଦେଲେ ବୃଦ୍ଧ


କେନ୍ଦ୍ରାପଡ଼ା ୨୮।୧୧ : ଥାନା ପରିସରରେ ବିଷ ପିଇଲେ ବୃଦ୍ଧ । କେନ୍ଦ୍ରାପଡ଼ା ସଦର ଥାନା ପରିସରରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପୁଅ-ବୋହୂଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ବାଇପୁର ଗାଁର ଶିବ ପ୍ରସାଦ ପ୍ରଧାନ ବିଷ ପିଇଥିବା ଅଭିଯୋଗ କରିଛନ୍ତି । ଗୁରୁତର ଅବସ୍ଥାରେ ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ କଟକ ସ୍ଥାନାନ୍ତର କରାଯାଇଛି

ଶିବ ପ୍ରସାଦଙ୍କ ଅଭିଯୋଗ ଅନୁସାରେ, ବର୍ଷେରୁ ଅଧିକ ସମୟ ଧରି ପୁଅ ଓ ବୋହୂ ତାଙ୍କୁ ବିଭିନ୍ନ ପ୍ରକାର ନିର୍ଯାତନା ଦେଇ ଆସୁଛନ୍ତି । ଏପରିକି ତାଙ୍କ ନାମରେ ଋଣ କରି ପୁଅ ଟଙ୍କା ଆତ୍ମସାତ କରିଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ନେଇ ଗତ ଜୁନ୍ ୯ ତାରିଖରେ ସେ କେନ୍ଦ୍ରାପଡ଼ା ସଦର ଥାନାରେ ଅଭିଯୋଗ କରିଥିଲେ । ପୁଅ-ବୋହୂଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ସହ ସମସ୍ୟାର ସମାଧାନ ପାଇଁ ପୋଲିସ ତାଙ୍କୁ ବାରମ୍ବାର ଆଶ୍ୱାସନା ଦେଇଥିଲେ ମଧ୍ୟ କିଛି ହୋଇନଥିବା କହିଛନ୍ତି ଶିବପ୍ରସାଦ । ଶୁକ୍ରବାର ସଦର ଥାନାରୁ ଜଣେ ମହିଳା ତାଙ୍କୁ ଫୋନ୍ କରି ଥାନାକୁ ଆସି ଦେଖା କରିବାକୁ କହିଥିଲେ । ଥାନାରେ ପହଞ୍ଚି ଦୀର୍ଘ ସମୟ ଅପେକ୍ଷା କରିବା ପରେ ସେ ବିଷ ପିଇ ଦେଇଥିବା କହିଛନ୍ତି ।

Also Read:-ରାଜଧାନୀରେ ରାସ୍ତାରେ ସାନ କୁମ୍ଭୀର ଏବଂ ବଡ଼ କୁମ୍ଭୀରର ଆତଙ୍କ, ମୁଖା ପିନ୍ଧି ଯୁବକଙ୍କୁ ଗୋଡ଼େଇ ଗୋଡେଇ ହାଣିଲେ…

ଶେଷରେ ଦିନ ପ୍ରାୟ ଗୋଟାଏ ବେଳେ ଥାନା ପରିସରରେ ବାଇପୁର ଗାଁର ଶିବ ପ୍ରସାଦ ପ୍ରଧାନ ନିଜ ସାଙ୍ଗରେ ଆଣିଥିବା ବିଷ ପିଇ ଦେଇଥିଲେ ସେ । ପୁଅ-ବୋହୂଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ସେ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି । ଏହି ଘଟଣାକୁ ନେଇ ପୋଲିସର ପକ୍ଷ କ’ଣ, ପୂର୍ବ ଅଭିଯୋଗ ଉପରେ କି ପଦକ୍ଷେପ ନିଆଯାଇଥିଲା ଏବଂ ଥାନା ପରିସରରେ ଏଭଳି ଘଟଣା କିପରି ଘଟିଲା, ତାହା ଏବେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ।



Source link

Leave A Reply

Your email address will not be published.