Voice of Eastern India

କଣାସରେ ପୋଲିସ ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ, ତଦନ୍ତ ପାଇଁ ଯାଇଥିବା ବେଳେ ଅଘଟଣ


କଣାସ: ପୁରୀ ଜିଲ୍ଲା କଣାସ ବ୍ଲକ ଅନ୍ତର୍ଗତ ବଡ଼ଓରା ଗ୍ରାମରେ ଜଣେ ପୋଲିସ ଅଧିକାରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିବା ଖବର ସାମ୍ନାକୁ ଆସିଛି। ଗଡ଼ିଶାଗୋଦା ଥାନା ଅଧିକାରୀ ଦିଲ୍ଲୀପ ଧଳ ଏହି ଆକ୍ରମଣର ଶିକାର ହୋଇଥିବା ପ୍ରାଥମିକ ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଏକ ଅଭିଯୋଗର ତଦନ୍ତ କରିବା ପାଇଁ ଥାନା ଅଧିକାରୀ ଦିଲ୍ଲୀପ ଧଳ ବଡ଼ଓରା ଗ୍ରାମକୁ ଯାଇଥିଲେ। ତେବେ ସେଠାରେ ତଦନ୍ତ ସମୟରେ ତାଙ୍କ ଉପରେ ଆକ୍ରମଣ ହୋଇଥିବା ଜଣାପଡ଼ିଛି।

ତେବେ କେଉଁ କାରଣରୁ ଏହି ଆକ୍ରମଣ ହୋଇଛି ଏବଂ ଏଥିରେ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେନେଇ ଏଯାଏଁ ସ୍ପଷ୍ଟ ସୂଚନା ମିଳିନାହିଁ। ଘଟଣାର ପ୍ରକୃତ କାରଣ ଓ ଆକ୍ରମଣକାରୀଙ୍କ ସମ୍ପର୍କରେ ଅଧିକ ତଥ୍ୟ ବିଷୟରେ ପୋଲିସ ଯାଞ୍ଚ କରୁଥିବା ବେଳେ, ୯ ଜଣକୁ ଅଟକ ରଖିଛି। ଅନ୍ୟପଟେ, ଜଣେ କାର୍ଯ୍ୟରତ ପୋଲିସ ଅଧିକାରୀଙ୍କ ଉପରେ ଏଭଳି ଆକ୍ରମଣ ଘଟଣାକୁ ନେଇ କଣାସ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

 



Source link

Leave A Reply

Your email address will not be published.