ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଓପନର ବୀରେନ୍ଦ୍ର ସେହୱାଗଙ୍କ ସାନ ପୁଅ ବେଦାନ୍ତ ସେହୱାଗ ଗୁରୁବାର ଦିନ କୁଚ୍ ବିହାର ଟ୍ରଫିରେ କମାଲ କରି ଦେଖାଇଛନ୍ତି । ଦିଲ୍ଲୀ ଅଣ୍ଡର-୧୯ ଦଳ ପକ୍ଷରୁ ଖେଳୁଥିବା ବେଦାନ୍ତ ପଞ୍ଜାବ ବିପକ୍ଷ ମ୍ୟାଚ୍ରେ ୭ଟି ୱିକେଟ୍ ନେଇ ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ଏହି ଯୁବ ଅଲରାଉଣ୍ଡର ୨୨.୩ ଓଭର ବୋଲିଂ କରି ୮୮ ରନ୍ ଦେଇ ୭ଟି ୱିକେଟ୍ ନେଇଛନ୍ତି । ଫଳରେ ମଧ୍ୟକ୍ରମରେ ଭଲ ବ୍ୟାଟିଂ କରିଥିବା ସତ୍ତ୍ୱେ ପଞ୍ଜାବ ଦଳ ମାତ୍ର ୨୩୮ ରନ୍ରେ ଅଲଆଉଟ୍ ହୋଇଯାଇଥିଲା।
ଷଷ୍ଠ ୱିକେଟ୍ ପାଇଁ ପଞ୍ଜାବ ଏକ ଭଲ ଭାଗିଦାରୀ ଗଢ଼ି ମ୍ୟାଚ୍କୁ ଫେରିବାକୁ ଚେଷ୍ଟା କରୁଥିଲା। କିନ୍ତୁ ଏହି ସମୟରେ ବେଦାନ୍ତ ଗୁରୁତ୍ୱପୂର୍ଣ୍ଣ ସମୟରେ ୱିକେଟ୍ ନେଇ ପଞ୍ଜାବକୁ ଶକ୍ତ ଝଟକା ଦେଇଥିଲେ। ଅନ୍ୟପଟେ ଚଳିତ ସିଜିନରେ ଦିଲ୍ଲୀ ଅଣ୍ଡର-୧୯ ଦଳର ନେତୃତ୍ୱ ନେଉଥିବା ବେଦାନ୍ତଙ୍କ ବଡ଼ ଭାଇ ଆର୍ଯ୍ୟବୀର ସେହୱାଗ ମଧ୍ୟ ୩୧ ରନ୍ର ଉପଯୋଗୀ ଇନିଂସ ଖେଳିଥିଲେ ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ପଞ୍ଜାବ ଦଳ ଆରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଅଷ୍ଟମ ଓଭର ସୁଦ୍ଧା ମାତ୍ର ୨୨ ରନ୍ରେ ଦୁଇଟି ୱିକେଟ୍ ହରାଇଥିଲା।
ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ପଞ୍ଜାବ ଦଳ ଆରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଅଷ୍ଟମ ଓଭର ସୁଦ୍ଧା ମାତ୍ର ୨୨ ରନ୍ରେ ଦୁଇଟି ୱିକେଟ୍ ହରାଇଥିଲା। ନକୁଳ ଯାଦବ ଏବଂ ବେଦାନ୍ତ ଦଳକୁ ଏହି ସଫଳତା ଦେଇଥିଲେ। ଏହାପରେ ୧୬ତମ ଓଭରରେ ବେଦାନ୍ତ ନିଜର ଦ୍ୱିତୀୟ ୱିକେଟ୍ ନେଇଥିଲେ । ତେବେ ଏଭଳି ସଙ୍କଟଜନକ ସ୍ଥିତିରେ ୱିକେଟକିପର ବ୍ୟାଟର ଦୈୱିକ ଏବଂ ନୂରବୀର ସିଂହ ଷଷ୍ଠ ୱିକେଟ୍ ପାଇଁ ୧୦୨ ରନ୍ର ଦମଦାର ଭାଗିଦାରୀ ଗଢ଼ି ପଞ୍ଜାବ ଇନିଂସକୁ ସମ୍ଭାଳିଥିଲେ। କିନ୍ତୁ ୩୬ତମ ଓଭରରେ ବେଦାନ୍ତ ପୁଣିଥରେ ବୋଲିଂ କରିବାକୁ ଆସି ଗୋଟିଏ ଓଭରରେ ଦୁଇଟି ୱିକେଟ୍ ନେଇଥିଲେ । ସେ ଜମି ରହିଥିବା ନୂରବୀରଙ୍କୁ ଆଉଟ୍ କରିବା ସହ ଶିବମ ମାତ୍ରୀଙ୍କୁ ମାତ୍ର ତିନୋଟି ବଲ୍ରେ ଶୂନ ରନ୍ରେ ପ୍ୟାଭିଲିୟନ ପଠାଇ ଦେଇଥିଲେ।
ପରବର୍ତ୍ତୀ ସମୟରେ ଦୈୱିକ ଏବଂ ସାହିବଜୋତବୀର ସିଂହ ସପ୍ତମ ୱିକେଟ୍ ପାଇଁ ୩୯ ରନ୍ ଯୋଡ଼ିଥିଲେ । ବେଦାନ୍ତ ୬୧ ରନ୍ କରିଥିବା ଦୈୱିକଙ୍କୁ ଆଉଟ୍ କରି ଏହି ଯୋଡ଼ି ଭାଙ୍ଗିଥିଲେ। ଶେଷ ଭାଗରେ ସେ ସାହିବଜୋତବୀର ଏବଂ କୁଶାଲ ବଂଶଲଙ୍କ ୱିକେଟ୍ ନେଇ ପଞ୍ଜାବ ଇନିଂସରେ ପୂର୍ଣ୍ଣଚ୍ଛେଦ ପକାଇବା ସହ ନିଜର ୭ ୱିକେଟ୍ ପୂରଣ କରିଥିଲେ। ଏହାର ଜବାବରେ ଦିଲ୍ଲୀ ଦିନର ଖେଳ ଶେଷ ସୁଦ୍ଧା ୪୦ ଓଭରରେ ୨ ୱିକେଟ୍ ହରାଇ ୧୦୪ ରନ୍ ସଂଗ୍ରହ କରିଥିଲା । ଓପନିଂ କରିବାକୁ ଆସିଥିବା ଅଧିନାୟକ ଆର୍ଯ୍ୟବୀର ୩୧ ରନ୍ କରି ଆଉଟ୍ ହୋଇଥିଲେ।
