Voice of Eastern India

ନୟାଗଡ଼ରେ ଭୟଙ୍କର ଗୋଷ୍ଠୀ ସଂଘର୍ଷ: ଛୁରାମାଡ଼ରେ ଜଣେ ମୃତ, ୨୦ରୁ ଊର୍ଦ୍ଧ୍ୱ ଆହତ


ନୟାଗଡ଼: ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ ଗାତେରି ପଞ୍ଚାୟତର ଆଡ଼ିପଡ଼ା ଗ୍ରାମରେ ଭୟଙ୍କର ଗୋଷ୍ଠୀ ସଂଘର୍ଷ ଘଟିଛି । ଏହି ସଂଘର୍ଷରେ ଛୁରାମାଡ଼ରେ ମନୁ ବାରିକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି । ଏପରିକି ଗାଁରେ ବୋମାମାଡ଼ ହୋଇଥିବା ଖବର ମଧ୍ୟ ମିଳିଛି । ଘଟଣା ପରେ ଗ୍ରାମରେ ତୀବ୍ର ଉତ୍ତେଜନା ଲାଗି ରହିଛି ।

ସୂଚନା ଅନୁଯାୟୀ, ଆଡ଼ିପଡ଼ା ଗ୍ରାମରେ ଦୀର୍ଘଦିନ ଧରି ସବର୍ଣ୍ଣ ଓ ଅସବର୍ଣ୍ଣଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଏହି ବିବାଦକୁ ନେଇ ବୁଧବାର ରାତିରେ କୌଣସି କାରଣରୁ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ହଠାତ୍ ଗଣ୍ଡଗୋଳ ଆରମ୍ଭ ହୋଇଥିଲା। ଦେଖୁ ଦେଖୁ ଏହା ଉଗ୍ର ରୂପ ନେଇଥିଲା। ଉଭୟ ପକ୍ଷ ମଧ୍ୟରେ ମାରପିଟ୍ ସହ ଛୁରାମାଡ଼ ଓ ବୋମାମାଡ଼ ହୋଇଥିବା ଜଣାପଡ଼ିଛି।



ଏହି ସଂଘର୍ଷରେ ଛୁରାମାଡ଼ରେ ଗୁରୁତର ଆହତ ମନୁ ବାରିକଙ୍କ ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ ୨୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ପ୍ରଥମେ ମହିପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରୁ ଗୁରୁତର ଥିବା ୫ ଜଣଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। 


Also Read: ଘରେ କେହି ନଥିବା ବେଳେ ପଶିଲା ଚୋର : ନେଇଗଲା ସୁନା ହାର ଏବଂ ଟଙ୍କା



ଘଟଣା ପରେ ନୂଆଗାଁ ଥାନା ପୋଲିସ ଗ୍ରାମରେ ମୁତୟନ ହୋଇଛି। ତେବେ ଏବେ ବି ଗାଁରେ ଉତ୍ତେଜନା ଜାରି ରହିଥିବାରୁ ପୋଲିସ ସ୍ଥିତି ଉପରେ ନଜର ରଖିଛି। ଗୋଷ୍ଠୀ ସଂଘର୍ଷର ପ୍ରକୃତ କାରଣ ଏବଂ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସମ୍ପର୍କରେ ପୋଲିସ ତଦନ୍ତ ପରେ ଅଧିକ ତଥ୍ୟ ସ୍ପଷ୍ଟ ହେବ।





Source link

Leave A Reply

Your email address will not be published.