Voice of Eastern India

୧୩ ମାସର ସର୍ବନିମ୍ନ ସ୍ତରକୁ ଖସିଲା ରୁପା ଦର: ଆଜି ୯ ହଜାର କମିଲା, ସୁନା ମୂଲ୍ୟ ୩ ହଜାରରୁ ଅଧିକ ଶସ୍ତା ହେଲା


Gold silver Price Today: ନଭେମ୍ବର ମାସରେ ସୁନା ଓ ରୁପା ଦର ଲଗାତର ହ୍ରାସ ପାଇବାରେ ଲାଗିଛି। ବୁଧବାର ରୁପା ଦର ୯,୧୦୩ ଟଙ୍କା ହ୍ରାସ ପାଇ କିଲୋଗ୍ରାମ ମୂଲ୍ୟ ୧ଲକ୍ଷ ୪୩ ହଜାର ଟଙ୍କା ହୋଇଛି। ଯାହା ଗତ ୧୩ ମାସରେ ସର୍ବନିମ୍ନ ସ୍ତର। ସେହିପରି ୧୦ ଗ୍ରାମ ୨୪ କ୍ୟାରେଟ ସୁନା ଦର ବୁଧବାର ୩,୬୫୩ ଟଙ୍କା ହ୍ରାସ ପାଇ ୧ ଲକ୍ଷ ୨୧ ହଜାର ଟଙ୍କା ହୋଇଛି।

ଇଣ୍ଡିଆ ବୁଲିଅନ ଆଣ୍ଡ ଜୁଏଲର୍ସ ଆସୋସିଏସନ ଅନୁସାରେ, ସୁନା ନିଜର ସର୍ବୋଚ୍ଚସ୍ତର ୧.୭୬ ଲକ୍ଷ ଟଙ୍କାରୁ ପାଖାପାଖି ୩୨ ପ୍ରତିଶତ ଶସ୍ତା ହୋଇସାରିଲାଣି। ସେହିପରି ରୁପା ୩.୮୦ ଲକ୍ଷ ଟଙ୍କାର ଅଲ୍ ଟାଇମ ହାଇରୁ ୬୩ ପ୍ରତିଶତ ସସ୍ତା ହୋଇ ୧.୪୩ ହଜାର ହେଲାଣି। ଚଳିତ ବର୍ଷ ଜାନୁଆରୀ ମାସରେ ୨୪ କ୍ୟାରେଟ ସୁନା ଦର ୧.୭୬ ଲକ୍ଷ ଟଙ୍କା ପହଞ୍ଚିଥିଲା। ସେହିପରି ରୁପା ୩.୮୦ ଲକ୍ଷ ଟଙ୍କା ପହଞ୍ଚି ଯାଇଥିଲା। ଏହାପର ଠାରୁ ଦର କମ ବେଶି କମ ବେଶି ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଥିଲା। ତେବେ ନଭେମ୍ବର ମାସରେ ବଡ଼ ଧରଣର ହ୍ରାସର ଧାରା ଜାରି ରହିଛି।

କାହିଁକି ଶସ୍ତା ହେଉଛି ରୁପା ?

ଇଣ୍ଡଷ୍ଟ୍ରୀୟଲ ଡିମାଣ୍ଡ ହ୍ରାସ- ରୁପା ବହୁଳ ବ୍ୟବହାର ଇଲେକ୍ଟ୍ରୋନିକ୍ସ, ସୌର ପ୍ୟାନେଲ ଏବଂ କାରଖାନା ଆଦି କାମରେ ହୋଇଥାଏ। ବର୍ତ୍ତମାନ ଏହି କ୍ଷେତ୍ରଗୁଡ଼ିକରେ ମାନ୍ଦାବସ୍ଥା ଲାଗି ରହିଛି। ତେଣୁ ରୁପାର ଚାହିଦା ହ୍ରାସ ପାଇବା ଯୋଗୁ ମୂଲ୍ୟ ହ୍ରାସ ହେଉଛି।

ଗ୍ଲୋବାଲ ମାର୍କେଟରେ ଅଧିକ ସପ୍ଲାଏ- ଖଣିରୁ ଉତ୍ପାଦନ ବଢ଼ିବା ସହିତ ବଜାରକୁ ବହୁଳ ମାତ୍ରାରେ ରୁପାର ସପ୍ଲାଏ ଜାରି ରହିଛି। ହେଲେ ସେହି ଅନୁସାରେ ଚାହିଦା ରହୁ ନାହିଁ। ତେଣୁ ଷ୍ଟକ୍ ମାଲର ମୂଲ୍ୟ ଖସିବାକୁ ବାଧ୍ୟ ହେଉଛି। ଯାହା ରୁପା ଦର ହ୍ରାସର ଆଉ ଏକ କାରଣ।

ସୁନା ଦର ହ୍ରାସର ପ୍ରଭାବ- ଅନ୍ତରାଷ୍ଟ୍ରୀୟ ମାର୍କେଟରେ ରୁପା ସୁନାର ଦର ଉପରେ ନିର୍ଭର କରିଥାଏ। ତେଣୁ ବର୍ତ୍ତମାନ ସୁନା ଦର ହ୍ରାସ ପାଉଥିବାରୁ ରୁପା ବି ତାଳ ଦେଇ ଖସି ଚାଲିଛି। ଏହା ମଧ୍ୟ ଦର ହ୍ରାସର ଏକ କାରଣ ବୋଲି କୁହାଯାଉଛି।

Also Read- ନଭେମ୍ବର ୨୧ରୁ ଡିସେମ୍ବର ୧୫: ୨୫ ଦିନରେ ଦେଶରେ ୫୨ ଲକ୍ଷ ବାହାଘର, ଦେଶର ଅର୍ଥନୀତି ପାଇଁ ବୁଷ୍ଟର୍ ଡୋଜ୍

କାହିଁକି କମୁଛି ସୁନା?

୧. ଆମେରିକା ଡଲାର ମୁଜଭୁତ- ଏକ୍ସପର୍ଟମାନଙ୍କର କହିବା କଥା ହେଲା ବର୍ତ୍ତମାନ ସମୟରେ ଆମେରିକୀୟ ଡଲାର ୧୯ ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ତେଣୁ ଏହା ସୁନା ମୁଲ୍ୟ ଉପରେ ଚାପ ପକାଉଛି। ଯେଉଁମାନେ ଅନ୍ୟ ମୁଦ୍ରାରେ ସୁନା କିଣୁଛନ୍ତି, ସେମାନଙ୍କୁ ଏହା ଅଧିକ ମହଙ୍ଗା ପଡ଼ୁଛି। ତେଣୁ ସୁନାର ଚାହିଦା କମିବା ଫଳରେ ଏହାର ଦର ହ୍ରାସ ପାଉଛି।

୨. ଆମେରିକା କେନ୍ଦ୍ରୀୟ ବ୍ୟାଙ୍କ ସୁଧହାର ବୃଦ୍ଧି ଚିନ୍ତା- ଆମେରିକାର ଫେଡେରାଲ ରିଜର୍ଭରେ ଆଉ ଏକ ସୁଧ ହାର ବୃଦ୍ଧିର ଆଶା ବଣ୍ଡ ଲାଭ ବଢ଼ାଇଛି। ତେଣୁ ଅଧିକ ଲାଭ ପାଇବା ଆସାରେ ଅନ୍ୟ ନିବେଶକମାନେ ଏଥିରେ ନିବେଶ କରିପାରନ୍ତି ବୋଲି ବିଶ୍ଳେଷକମାନେ ବିଶ୍ୱାସ କରୁଛନ୍ତି। ତେଣୁ ବିଶେଷଜ୍ଞଙ୍କ ମତରେ ନିରନ୍ତର ମୁଦ୍ରାସ୍ଫୀତି ସହିତ ଆମେରିକାର ସୁଧ ହାର ବୃଦ୍ଧିର ଆଶା ରହିଥିବାରୁ ବିଭିନ୍ନ ବଜାରରେ ସୁନା ବିକ୍ରିକୁ ଏକପ୍ରକାର ବାଧ୍ୟତାମୂଳକ କରିଦେଇଛି।

୩. ସୁନା ବିକ୍ରି କରି କ୍ଷତିଭରଣା କରୁଛନ୍ତି ନିବେଶକ- ଟେକ୍ନୋଲୋଜୀ ଓ ଏଆଇ ଷ୍ଟକ୍ରେ ବିକ୍ରି ମଧ୍ୟ ବୁଲିଅନ ମାର୍କେଟ(ସୁନା-ରୁପା) ଉପରେ ଚାପ ପକାଉଛି। କିଛି ନିବେଶକ ନିଜ ପାଖରେ ଥିବା ସୁନାକୁ ବିକ୍ରି କରି ନଗଦରେ ପରିଣତ କରୁଛନ୍ତି। ଫଳରେ ଯେମିତି ଅନ୍ୟ ନିବେଶରେ ହୋଇଥିବା କ୍ଷତିର ଭରଣା ହୋଇପାରିବ।

କମିଛି ସୁନା ଆମଦାନୀ

ଦେଶକୁ ବାହାରୁ ଆସିଥିବା ସୁନା ପରିମାଣରେ ବଡ଼ ହ୍ରାସ ଦେଖିବାକୁ ମିଳିଛି । ସରକାରୀ ଡାଟା ଅନୁସାରେ, ୨୦୨୬ ଏପ୍ରିଲ୍ ଠାରୁ ଅକ୍ଟୋବର ମଧ୍ୟରେ ଭାରତରେ ୨୪.୭୮ ବିଲିୟନ ଆମେରିକୀୟ ଡଲାର ସୁନା ଆମଦାନୀ କରାଯାଇଛି । ଗତ ବର୍ଷ ସମାନ ଅବଧିରେ ଏହି ସଂଖ୍ୟା ୪୧.୨୪ ବିଲିୟନ ଆମେରିକୀୟ ଡଲାର ଥିଲା । ସରଳ ହିସାବ ଦେଖିଲେ ସୁନା ଆମଦାମୀ ମୂଲ୍ୟରେ ପ୍ରାୟ ୩୯.୯ ପ୍ରତିଶତ ହ୍ରାସ ଘଟିଛି । ଏହି ବଡ଼ ହ୍ରାସ ଯୋଗୁ ଦେଶର ଆମଦାମୀ ବିଲ୍ ୧୬.୪୬ ବିଲିୟନ୍ ଡଲାର କମ ହୋଇଛି ।

ଯଦି କେବଳ ଅକ୍ଟୋବର ମାସର ଡାଟା ଦେଖିବା, ତେବେ ଏଥିରେ ସ୍ପଷ୍ଟ ହ୍ରାସ ନଜର ଆସୁଛି । ଅକ୍ଟୋବର ମାସରେ ଭାରତର ସୁନା ଆମଦାନୀ ହ୍ରାସ ପାଇ ୫.୫୧ ବିଲିୟନ ଆମେରିକୀୟ ଡଲାର ହୋଇଛି । ୨୦୨୫ ଅକ୍ଟୋବରରେ ଦେଶରେ ୧୪.୭୨ ବିଲିୟନ ଆମେରିକୀୟ ଡଲାର ସୁନା ଆମଦାନୀ କରାଯାଇଥିଲା । ଅର୍ଥାତ୍ ବାର୍ଷିକ ଆଧାରରେ ଅକ୍ଟୋବରରେ ପ୍ରାୟ ୬୨.୬ ପ୍ରତିଶତର ବଡ଼ ହ୍ରାସ ଦେଖିବାକୁ ମିଳିଛି ।

ବର୍ତ୍ତମାନ ସୁନା କିଣିବାର ଉଚିତ ସମୟ କି?

ଏଠାରେ ଏକ ଦ୍ୱନ୍ଦ୍ୱ ରହିଛି। ବର୍ତ୍ତମାନ ସୁନା ଦରରେ ହେଉଥିବା ହ୍ରାସ ଲଙ୍ଗ ଟର୍ମୀ ନିବେଶଙ୍କୁ ହୁଏତ ଆକର୍ଷିତ କରିପାରେ। ହେଲେ ଏହାର ଅର୍ଥ ଏହା ନୁହେଁ, ଯେ ବର୍ତ୍ତମାନର ହ୍ରାସ ସୁନାର ସର୍ବନିମ୍ନ ହ୍ରାସ ହୋଇପାରେ। ଏହା ପରେ ମଧ୍ୟ ହ୍ରାସ ହୋଇପାରେ କିମ୍ବା ବଢ଼ିପାରେ। ବିଶେଷଙ୍କ କହିବା କଥା ହେଲା ବର୍ତ୍ତମାନ ସୁନା ମାର୍କେଟ୍ ଡାଉନ ରହିଛି। ତେଣୁ ନିବେଶକ ସମୟକୁ ଦେଖି କିସ୍ତି ଅନୁସାରେ ଅଳ୍ପ ଅଳ୍ପ କରି ନିବେଶ କରିବା ଉପରେ ବିଚାର କରିପାରିବେ। କିନ୍ତୁ ଏକାଥରକେ ପୂରା ନିବେଶ କରିବାରୁ ଦୂରେଇ ରହିବା ଉଚିତ୍। ନିବେଶ ସମୟକୁ ମଧ୍ୟ ଧ୍ୟାନରେ ରଖିବା ଖୁବ ଗୁରୁତ୍ୱପୂର୍ଣ୍ଣ ବୋଲି ବିଶେଷଜ୍ଞଙ୍କ ମତ।

 



Source link

Leave A Reply

Your email address will not be published.