Voice of Eastern India

ପ୍ରଦୂଷଣ ପାଇଁ ଦିଲ୍ଲୀ ଏକା ଦାୟୀ ନୁହେଁ : ପଡୋଶୀ ରାଜ୍ୟକୁ ଷ୍ଟାଟସ୍ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ


ନୂଆଦିଲ୍ଲୀ ୨୪।୧୧ : ଦିଲ୍ଲୀରେ ବଢୁଥିବା ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟ ସୋମବାର ଉଦବେଗ ପ୍ରକାଶ କରିଛନ୍ତି। ପ୍ରଦୂଷଣ ହ୍ରାସ ପାଇଁ କେବଳ ବିଏସ୍-୬ ଯାନବାହନ ଚଳାଚଳକୁ ଦେଇଛନ୍ତି ଗୁରୁତ୍ଵ। ଏଥିସହିତ ଦିଲ୍ଲୀ-ଏନସିଆରରେ ବର୍ଦ୍ଧିତ ସଙ୍କଟର ମୁକାବିଲା ସକାଶେ ଅଦାଲତ ଏକ ପାଞ୍ଚ ବର୍ଷିଆ ଆକ୍ସନ ପ୍ଲାନ ମାଗିଛନ୍ତି। ପ୍ରଧାନ ବିଚାରପତି ( ସିଜେଆଇ) ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ ଜୟମାଲ୍ୟ ବାଗଚି ଏବଂ ଜଷ୍ଟିସ ଭି ମୋହନାଙ୍କ ଖଣ୍ଡପୀଠ ବାୟୁ ପ୍ରଦୂଷଣ ସଂକ୍ରାନ୍ତ ମାମଲାର ଶୁଣାଣି କରିଛନ୍ତି। ଅଦାଲତ ଏଥର କେବଳ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) କୁ ନେଇ ଚିନ୍ତାବ୍ୟକ୍ତ କରିନାହାନ୍ତି, ବରଂ ପ୍ରଦୂଷଣର କିଭଳି ମୁକାବିଲା କରିହେବ, ତାହାର ଠୋସ ଯୋଜନା ମାଗିଛନ୍ତି।

ସୁପ୍ରିମକୋର୍ଟ କହିଛନ୍ତି, ପ୍ରଦୂଷଣ ଲାଗି ଦିଲ୍ଲୀ ଏକା ଦାୟୀ ନୁହେଁ । ଏଥିଲାଗି ପଡ଼ୋଶୀ ରାଜ୍ୟଗୁଡ଼ିକର ମଧ୍ଯ ସମାନ ଦାୟିତ୍ୱ ରହିଛି। ପଡ଼ୋଶୀ ରାଜ୍ୟଗୁଡ଼ିକଠାରୁ ଅଦାଲତ ଅଧିକ ଉତ୍ତରଦାୟିତ୍ଵ ଦାବି କରିଛନ୍ତି। କୋର୍ଟ କହିଛନ୍ତି, ଯଦି ବିଏସ୍-୬ ମାନର ଯାନବାହନ ତମାମ ଏନସିଆର୍ (ଜାତୀୟ ରାଜଧାନୀ ଅଞ୍ଚଳ)ରେ ଚଳାଚଳ କରାଯାଇ ନ ପାରିବ, ତେବେ ଏହି ନିୟମ ପ୍ରଥମେ ଦିଲ୍ଲୀରେ କାର୍ଯ୍ୟକାରୀ ହେବା ଆବଶ୍ୟକ। ଏନସିଆରରେ ପ୍ରଦୂଷଣ କମାଇବା ଲାଗି ନିଆଯାଇଥିବା ପଦକ୍ଷେପ ବାବଦରେ ଅଦାଲତ ହରିୟାଣା, ପଞ୍ଜାବ ଓ ଉତ୍ତରପ୍ରଦେଶକୁ ଷ୍ଟାଟସ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Also Read :- ସରିବ କି କଳିଯୁଗ ? ଫେବ୍ରୁଆରୀ ଭିତରେ ଆସିବ ଭୂସ୍ଖଳନ, ଖଣ୍ଡ ଖଣ୍ଡ ହୋଇଯିବ ହିମାଳୟର ବରଫ ! ଚେତାବନୀ ଦେଲେ ବୈଜ୍ଞାନିକ

ଦିଲ୍ଲୀରେ ପ୍ରଦୂଷଣ ବଢ଼ାଉଥିବା ବାଣିଜ୍ୟିକ ଯାନଗୁଡ଼ିକୁ ରୋକିବା ପାଇଁ ଯୋଜନା ବନାଇବାକୁ ହେବ। ଦିଲ୍ଲୀ ସୀମାରେ ହିଁ ଏଗୁଡ଼ିକୁ ରୋକାଯିବା ଜରୁରି। ତେବେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ରୋକାଯିବା ଉଚିତ ନୁହେଁ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି। ସିଜେଆଇ କହିଛନ୍ତି, ବାଣିଜ୍ୟିକ ଯାନକୁ ପ୍ରବେଶ ଅନୁମତି ନ ଦେବା ଲାଗି ଉପଯୁକ୍ତ ଉପାୟ ଖୋଜାଯିବା ଜରୁରି। ସୀମାରେ ପଣ୍ୟାଗାର ନିର୍ମାଣ ଲାଗି ବି ସେ ପରାମର୍ଶ ଦେଇଛନ୍ତି ।



Source link

Leave A Reply

Your email address will not be published.