Voice of Eastern India

ଢେଙ୍କାନାଳ ଏସ୍‌ପି ଅଫିସ୍‌ ସମ୍ମୁଖରେ ବାପ-ପୁଅଙ୍କ ଆତ୍ମାହୁତି ଉଦ୍ୟମ, ଉଭୟଙ୍କୁ କାବୁ କଲା ପୋଲିସ


ଢେଙ୍କାନାଳ ୧୨।୬: ଢେଙ୍କାନାଳ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ସମ୍ମୁଖରେ ବାପ-ପୁଅ ଆତ୍ମାହୁତି ଉଦ୍ୟମ କରିଛନ୍ତି । ପେଟ୍ରୋଲ ଢାଳି ହୋଇ ଜିଲ୍ଲା ପୋଲିସ କାର୍ଯ୍ୟାଳୟକୁ ଯିବାବେଳେ ଉଭୟଙ୍କୁ ସୁରକ୍ଷିତ ଭାବେ ପୋଲିସ କାବୁ କରି ନେଇଛି । ତାଙ୍କ ଠାରୁ ପେଟ୍ରୋଲ ବୋତଲକୁ ପୋଲିସ ଜବତ କରିଥିବା ବେଳେ ଉଭୟଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଛି । ଉଭୟେ ବିପଦ ମୁକ୍ତ ଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡିଛି । ଆତ୍ମାହୁତି ଉଦ୍ୟମ କରିଥିବା ବାପ-ପୁଅ ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଭାପୁର ଫାଣ୍ଡି ଅଧୀନରେ ଥିବା ରାଣୀପାଳ ଗ୍ରାମର ବାପା ପଦ୍ମନାଭ ରାଉତ ଏବଂ ପୁଅ ସରୋଜ ରାଉତ ବୋଲି ଜଣାପଡିଛି ।

Also Read:- ଖୋଲାଖୋଲି ଲାଞ୍ଚ ମାଗୁଛନ୍ତି ମହିଳା କିରାଣୀ, ଭାଇରାଲ୍ ଭିଡିଓରେ କହୁଛନ୍ତି, ଲାଞ୍ଚ ଟଙ୍କାରେ ଅନ୍ୟ ଅଫିସରଙ୍କ ଭାଗ ଅଛି..

ପଦ୍ମନାଭ ରାଉତଏବଂ ସରୋଜ ରାଉତଙ୍କର ତାଙ୍କ ଭାଇଆଳିଆଙ୍କ ସହିତ ତାଙ୍କର ପୈତୃକ ଜମି ଜମାକୁ ନେଇ ଗଣ୍ଡଗୋଳ ରହିଥିବା ବେଳେ ଭାପୁର ଫାଣ୍ଡିରେ ମାମଲା ରହିଛି । ତେବେ ମାମଲାରେ ଭାପୁର ଫାଣ୍ଡି ପୋଲିସ ଏମାନଙ୍କ ଗୁହାରି ନଶୁଣି ପକ୍ଷପାତିତା କରୁଥିବା ଅଭିଯୋଗ ଉଠାଇଛନ୍ତି । ସଠିକ୍ ନ୍ୟାୟ ନପାଇ ଶୁକ୍ରବାର ତାଙ୍କ ପରିବାର ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟକୁ ଆସି ଆତ୍ମାହୁତି ଦେବାର ନିଷ୍ପତ୍ତି ନେଇଥିବା ସରୋଜଙ୍କ ମା’ ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ପ୍ରଥମେ ସେମାନେ ଆସିଥିବା ବେଳେ ଏମାନଙ୍କ ଅଭିଯୋଗ ଶୁଣାଯିବ ଓ ତଦନ୍ତ କରାଯାଇ ସଠିକ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍ପି ଅଭିନବ ସୋନକର ପ୍ରକାଶ କରିଛନ୍ତି ।



Source link

Leave A Reply

Your email address will not be published.