ନୂଆଦିଲ୍ଲୀ, ୨୨।୧୧ : ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ୍ ସିରିଜ୍ ଖେଳାଯାଉଛି । ପ୍ରଥମ ମୁକାବିଲାରେ ଜବରଦସ୍ତ ପ୍ରଦର୍ଶନ କରିଛି । ପ୍ରଥମ ଇନିଂସରେ ଦଳ ୯ ଓ୍ୱିକେଟ୍ ହରାଇ ୭୨୦ ରନ୍ ସଂଗ୍ରହ କରିଛି । ଏବେ କିଓ୍ୱି ଟିମ୍ ଦ୍ୱିତୀୟ ଇନିଂସ ପାଇଁ ବ୍ୟାଟିଂ କରୁଛି । ତେବେ ବିଶାଳ ସ୍କୋର ସହ ଟିମ୍ ଇଣ୍ଡିଆ ଏକ ଐତିହାସିକ କୀର୍ତ୍ତି ହାସଲ କରିଛି ।
ଓ୍ୱିଲଙ୍ଗଟନରେ ଖେଳାଯାଉଥିବା ମୁକାବିଲାରେ ଶୁବମନଙ୍କ ଗିଲଙ୍କ ଦଳ ଏକାଧିକ ରେକର୍ଡ ପ୍ରତିଷ୍ଠା କରିଛି । ଦଳର ପ୍ରଥମ ୭ ଜଣ ବ୍ୟାଟରଙ୍କ ମଧ୍ୟରେ ଅର୍ଧଶତକୀୟ ପାର୍ଟନରସିପ୍ ହୋଇଛି । ପ୍ରଥମ ୭ ଓ୍ୱିକେଟରେ ସବୁ ବ୍ୟାଟର ସହ ଖେଳାଳିଙ୍କ ସହ ୫୦ କିମ୍ବା ଏହାଠୁ ଅଧିକ ରନର ପାର୍ଟନରସିପ୍ କରିଛନ୍ତି ।
Also Read :- Salman Khan: ଦିନକୁ ମାତ୍ର ଗୋଟିଏ ଚାମଚ ଭାତ ଖାଆନ୍ତି ସଲମାନ, ଟଙ୍କାକୁ ନେଇ ଆଜି ବି ଅଛି ସେହି ପୁରୁଣା ଚିନ୍ତାଧାରା
ପ୍ରଥମ ଇନିଂସରେ ନ୍ୟୁଜିଲାଣ୍ଡ ୩୬୮ ରନରେ ଅଲଆଉଟ୍ ହୋଇଯାଇଥିଲା । ଭାରତ ୭୨୦ ରନ୍ ସହ ୩୫୨ ରନରେ ଆଗୁଆ ରହିଥିଲା । ଭାରତର ଏହି ଇନିଂସ କେଏଲ ରାହୁଲ ଏବଂ ଯଶସ୍ୱୀ ଜୟସ୍ୱାଲଙ୍କ ମଧ୍ୟରେ ୧୩୦ ରନର ପାର୍ଟନରସିପରୁ ଆରମ୍ଭ ହୋଇଥିଲା ।
ଯଶସ୍ୱୀ ୮୫ ରନରେ ଆଉଟ୍ ହେଲା ପରେ ଦ୍ୱିତୀୟ ଦିନରେ ରାହୁଲ ଏବଂ ଡେବଦତ୍ତ ପାଡିକଲଙ୍କ ମଧ୍ୟରେ ୧୬୫ ରନର ପାର୍ଟନରସିପ୍ ହୋଇଥିଲା । ପାଡିକଲ ମଧ୍ୟ ୮୦ ରନ୍ କରିଥିଲେ । ଏହାପରେ ଅଧିନାୟକ ଶୁବମନ ଗିଲ ରାହୁଲଙ୍କ ସହ ମିଶି ୯୧ ରନର ପାର୍ଟନରସିପ୍ କରିଥିଲେ ।
ଏତିକିରେ ଭାରତୀୟ ଦଳର ଦମଦାର ପାର୍ଟନରସିପ୍ ଅଟକିନଥିଲା । ତୃତୀୟ ଦିନରେ ଗିଲ୍ ଏବଂ ଋଷଭ ପନ୍ତଙ୍କ ମଧ୍ୟରେ ଦମଦାର ପାର୍ଟନରସିପ୍ ହୋଇଥିଲା । ସେହିପରି ଖେଳର ଚଚୁର୍ଥ ଦିନରେ ପନ୍ତ ଏବଂ ଅନଶୁଲ କମ୍ବୋଜଙ୍କ ମଧ୍ୟରେ ୭୫ ରନର ପାର୍ଟନରସିପ୍ ହୋଇଥିଲା । କମ୍ବୋଜ ଆଉଟ୍ ହେଲା ପରେ ପନ୍ତ ଏବଂ ଧ୍ରୁବ ଜୁରେଲଙ୍କ ମଧ୍ୟରେ ୫୪ ରନ୍ ର ଭାଗିଦାରୀ ହୋଇଥିଲା । ଏହାପରେ ଜୁରେଲ ଏବଂ ଓ୍ୱାଶିଂଟନ ସୁନ୍ଦରଙ୍କ ମଧ୍ୟରେ ୫୪ ରନ୍ ଭାଗିଦାରୀ ସହ ଦଳର ସ୍କୋର ୭୦୦ ଟପିଥିଲା ।
୭୨୦ ରନ୍ ସହ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ସର୍ବାଧିକ ସ୍କୋର କରିଛି । ପୂର୍ବରୁ ୧୯୯୫ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ସର୍ବାଧିକ ୬୬୦ ରନ୍ କରିଥିଲା । ଏପରିକି ପ୍ରଥମ ଦଳ ଭାବେ ଭାରତ ଏକାଧିକ ଥର ଗୋଟିଏ ଇନିଂସରେ ୭ଟି ଓ୍ୱିକେଟରେ ୫୦ ବା ଏହାଠୁ ଅଧିକ ରନର ପାର୍ଟନରସିପ୍ କରିବାର ରେକର୍ଡ ହାସଲ କରିଛି । ନ୍ୟୁଜିଲାଣ୍ଡ ମାଟିରେ ଏପରି ଭାରତ ପୂର୍ବରୁ କେବେ କରିନଥିଲା । ୨୦୦୭ରେ ଭାରତ ଇଂଲଣ୍ଡ ବିପକ୍ଷରେ ୮ଟି ଓ୍ୱିକେଟରେ ୫୦ରୁ ଅଧିକ ରନର ପାର୍ଟନରସିପ୍ ଯୋଡିଥିଲା ।
