Voice of Eastern India

ପାର୍ଟିକୁ ଡାକି ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ: ବାନ୍ଧବୀଙ୍କ ସମେତ ୪ ଜଣଙ୍କ ନାଁରେ ମାମଲା ରୁଜୁ


ନୂଆଦିଲ୍ଲୀ: ପାର୍ଟିକୁ ଡାକି ୧୭ ବର୍ଷୀୟା ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ଏହି ଘଟଣାରେ ନାବାଳିକାଙ୍କ ବାନ୍ଧବୀଙ୍କ ସମେତ ମୋଟ ୪ ଜଣଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏଭଳି ଏକ ସାଂଘାତିକ ଘଟଣା ଘଟିଛି ମୁମ୍ବାଇର କାଶୀଗାଓଁ ଅଞ୍ଚଳରେ ।

ଅଭିଯୋଗ ଅନୁଯାୟୀ, ଗତ ନଭେମ୍ବର ୧୬ ତାରିଖ ରାତି ପ୍ରାୟ ୯ଟାରେ ପୀଡ଼ିତାଙ୍କ ୨୫ ବର୍ଷୀୟା ବାନ୍ଧବୀ ଶୀତଲ ତାଙ୍କୁ ଏକ ପାର୍ଟିକୁ ଡାକିଥିଲେ । ସେଠାରେ ଶୀତଲ ନାବାଳିକାଙ୍କୁ ପୀୟୂଷ ଠାକୁର, ଦୁଷ୍ୟନ୍ତ ସିଂହ ଏବଂ ଅହତ ଖାନଙ୍କ ସହ ପରିଚିତ କରାଇଥିଲେ । ଏହାପରେ ସମସ୍ତେ ମିଶି ବିନୟ ନଗର ସ୍ଥିତ ଖାନଙ୍କ ଫ୍ଲାଟକୁ ଯାଇଥିଲେ।

ଫ୍ଲାଟରେ ପହଞ୍ଚିବା ପରେ ନାବାଳିକାଙ୍କୁ ଜବରଦସ୍ତ ମଦ ପିଆଯାଇଥିବା ଅଭିଯୋଗ ହୋଇଛି । ପରେ ଶୀତଲ ଓ ପୀୟୂଷ ତଳକୁ ଚାଲିଯାଇଥିବା ବେଳେ ମଧ୍ୟରାତ୍ରିରୁ ସକାଳ ୬ଟା ମଧ୍ୟରେ ଅହତ ଖାନ୍ ଏବଂ ଦୁଷ୍ୟନ୍ତ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିବା ପୀଡ଼ିତା ଅଭିଯୋଗ କରିଛନ୍ତି । ଏହି ସମୟରେ ତାଙ୍କ ବେକରୁ ୫ ଗ୍ରାମ ଓଜନର ଏକ ସୁନା ଚେନ୍ ମଧ୍ୟ ଚୋରି ହୋଇଥିବା ସେ ଦର୍ଶାଇଛନ୍ତି ।

ଘଟଣା ରାତିରେ ନାବାଳିକା ଘରକୁ ନ ଫେରିବାରୁ ତାଙ୍କ ମାଆ ବ୍ୟସ୍ତ ହୋଇ ଖୋଜାଖୋଜି ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ପୁରା ଘଟଣା ସାମ୍ନାକୁ ଆସିବା ପରେ ପରିବାର ପକ୍ଷରୁ ପୁଲିସରେ ଅଭିଯୋଗ କରାଯାଇଥିଲା। କାଶୀଗାଓଁ ପୁଲିସ ଏହି ମାମଲାରେ ଶୀତଲ, ପୀୟୂଷ ଠାକୁର, ଦୁଷ୍ୟନ୍ତ ସିଂହ ଏବଂ ଅହତ ଖାନଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (BNS) ଏବଂ ପୋକ୍ସୋ (POCSO) ଆଇନର ସମ୍ପୃକ୍ତ ଦଫା ଅନୁଯାୟୀ ମାମଲା ରୁଜୁ କରିଛି। ପୁଲିସ ସୂଚନା ମୁତାବକ, ଘଟଣା ପରଠାରୁ ସମସ୍ତ ୪ ଜଣ ଅଭିଯୁକ୍ତ ଫେରାର ଅଛନ୍ତି ଏବଂ ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଜାରି ରହିଛି ।



Source link

Leave A Reply

Your email address will not be published.