Voice of Eastern India

IMD ଡିଜିଙ୍କ ବଡ଼ ବୟାନ, ୧୯୭୬ ଓ ୧୯୮୭ରେ ମଧ୍ୟ ଦେଖାଦେଇଥିଲା ଏଭଳି ସ୍ଥିତି


ସମ୍ବଲପୁର ୨୧।୧୧ : ଚଳିତ ବର୍ଷ ପାଇଁ ଆଉ ବାତ୍ୟାର ପୂର୍ବାନୁମାନ କରିନାହିଁ IMD (ଭାରତୀୟ ପାଣିପାଗ ବିଭାଗ)। ଏବର୍ଷ ଏଯାଏଁ ୩ଟି ବାତ୍ୟା ଆସିଥିବା ବେଳେ ବର୍ଷକୁ ହାରାହାରି ପ୍ରାୟ ୫ଟି ବାତ୍ୟା ସୃଷ୍ଟି ହୋଇଥାଏ ବୋଲି ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଚଳିତ ବର୍ଷ ଯେଉଁ ସ୍ଥିତି ଦେଖାଦେଇଛି । ଏଭଳି ସ୍ଥିତି ୧୯୮୭ ଓ ୧୯୭୬ ମସିହାରେ ମଧ୍ୟ ଦେଖାଯାଇଥିଲା। ୧୯୮୭ ମସିହାରେ ମଧ୍ୟ ୩ଟି ବାତ୍ୟା ସୃଷ୍ଟି ହୋଇଥିଲା। ସେହି ବର୍ଷ ବାତ୍ୟାଗୁଡ଼ିକ ଆନ୍ଧ୍ର ଉପକୂଳ ଆଡ଼କୁ ଗତି କରିବା ସହ ଓଡ଼ିଶା ମୁହାଁ ହୋଇଥିଲା। ଚଳିତ ବର୍ଷ ମଧ୍ୟ ଏଲ୍ନିନୋର ପ୍ରଭାବ ରହିଥିବାରୁ ବିଶ୍ୱର ବିଭିନ୍ନ ଅଞ୍ଚଳର ପାଣିପାଗ ଉପରେ ଏହାର ପ୍ରଭାବ ପଡ଼ୁଥିବା କହିଛନ୍ତି I 

Also Read:-ବାତ୍ୟା କ୍ଷୟକ୍ଷତି ଆକଳନ ଆରମ୍ଭ, ଫସଲ ନଷ୍ଟ ଚାଷୀଙ୍କୁ ମିଳିବ ଇନ୍‌ପୁଟ୍ ସବ୍‌ସିଡି

ସେହିପରି ବାତ୍ୟା ସୃଷ୍ଟି ପାଇଁ ବର୍ଷରେ ମୁଖ୍ୟତଃ ଦୁଇଟି ସିଜିନ୍ ରହିଥାଏ। ପ୍ରଥମଟି ଏପ୍ରିଲ, ମେ ଓ ଜୁନ୍ ମାସ। ଦ୍ୱିତୀୟଟି ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ମାସ। ଏହି ସମୟରେ ସମୁଦ୍ରରେ ବାତ୍ୟା ସୃଷ୍ଟି ହେବାର ଅନୁକୂଳ ପରିସ୍ଥିତି ରହିଥାଏ। ଏପଟେ ବାତ୍ୟା ପରବର୍ତ୍ତୀ ପାଣିପାଗକୁ ନେଇ ମଧ୍ୟ ଆଶ୍ୱସ୍ତି ଦେଇଛି IMD। ଆଜିଠାରୁ ପାଗ ଶୁଖିଲା ରହିବ । ତେଣୁ ଲଗାଣ ବର୍ଷା ପରେ ରାଜ୍ୟବାସୀଙ୍କୁ ମିଳିପାରେ ଆଶ୍ୱସ୍ତି। ଏବର୍ଷର ବାତ୍ୟା ଅନୁଭୂତି ଏବଂ ପୂର୍ବ ବର୍ଷଗୁଡ଼ିକର ତୁଳନା ଆଗାମୀ ଦିନରେ ପାଣିପାଗ ଅଧ୍ୟୟନ ପାଇଁ ଗୁରୁତ୍ୱ ରଖିବ।

Watch Video:-

 



Source link

Leave A Reply

Your email address will not be published.