Voice of Eastern India

ସୁନା ମୂଲ୍ୟ କମିବା ପଛରେ ଏହି ୩ କାରଣ: ଦର କମିବା ଦେଖି ଲୋଭରେ ସୁନା କିଣିବା ଉଚିତ କି ? କ’ଣ କହିଲେ ଏକ୍ସପର୍ଟ ପଢନ୍ତୁ। Explained


ନୂଆଦିଲ୍ଲୀ: ଅକ୍ଟୋବର ୨୦୨୬ ଠାରୁ ସୁନା ଦରରେ ଏକ ତୀବ୍ର ସଂଶୋଧନ ଆରମ୍ଭ ହୋଇଥିଲା। ହେଲେ ନଭେମ୍ବର ମାସ ବେଳକୁ ଏହି ମୂଲ୍ୟବାନ ଧାତୁର ଦର ଭୟଙ୍କର ଭାବରେ କମିଲାଣି। ଏମସିଏକ୍ସର ଗତ ୯ଟି ଟ୍ରେଡିଂ ସେସନରେ ସୁନା ଦର ପାଖାପାଖି ୧୫ ପ୍ରତିଶତ ହ୍ରାସ ପାଇଛି। ତେବେ ଏତେବଡ଼ ହ୍ରାସର କାରଣ କଣ ? ବର୍ତ୍ତମାନ ଯେହେତୁ ଦର କମିଛି, ତେଣୁ ସୁନାରେ ନିବେଶ କରିବା ପାଇଁ ଏହା ପ୍ରକୃଷ୍ଟ ସମୟ କି? ଏନେଇ କଣ କହୁଛନ୍ତି ଏକ୍ସପର୍ଟ ତଳେ ପଢ଼ନ୍ତୁ।

କାହିଁକି କମୁଛି ସୁନା?

୧. ଆମେରିକା ଡଲାର ମୁଜଭୁତ- ଏକ୍ସପର୍ଟମାନଙ୍କର କହିବା କଥା ହେଲା ବର୍ତ୍ତମାନ ସମୟରେ ଆମେରିକୀୟ ଡଲାର ୧୯ ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ତେଣୁ ଏହା ସୁନା ମୁଲ୍ୟ ଉପରେ ଚାପ ପକାଉଛି। ଯେଉଁମାନେ ଅନ୍ୟ ମୁଦ୍ରାରେ ସୁନା କିଣୁଛନ୍ତି, ସେମାନଙ୍କୁ ଏହା ଅଧିକ ମହଙ୍ଗା ପଡ଼ୁଛି। ତେଣୁ ସୁନାର ଚାହିଦା କମିବା ଫଳରେ ଏହାର ଦର ହ୍ରାସ ପାଉଛି।

Also Read- Gold Silver Price Today: ଗୋଟିଏ ଦିନରେ ପୁଣି କମିଲା ସୁନା ଦର: ବର୍ଷକର ପୁରୁଣା ସ୍ଥିତିକୁ ଖସିଗଲା ମୂଲ୍ୟ, ରୁପା ବି ୬୦% ହ୍ରାସ

୨. ଆମେରିକା କେନ୍ଦ୍ରୀୟ ବ୍ୟାଙ୍କ ସୁଧହାର ବୃଦ୍ଧି ଚିନ୍ତା- ଆମେରିକାର ଫେଡେରାଲ ରିଜର୍ଭରେ ଆଉ ଏକ ସୁଧ ହାର ବୃଦ୍ଧିର ଆଶା ବଣ୍ଡ ଲାଭ ବଢ଼ାଇଛି। ତେଣୁ ଅଧିକ ଲାଭ ପାଇବା ଆସାରେ ଅନ୍ୟ ନିବେଶକମାନେ ଏଥିରେ ନିବେଶ କରିପାରନ୍ତି ବୋଲି ବିଶ୍ଳେଷକମାନେ ବିଶ୍ୱାସ କରୁଛନ୍ତି। ତେଣୁ ବିଶେଷଜ୍ଞଙ୍କ ମତରେ ନିରନ୍ତର ମୁଦ୍ରାସ୍ଫୀତି ସହିତ ଆମେରିକାର ସୁଧ ହାର ବୃଦ୍ଧିର ଆଶା ରହିଥିବାରୁ ବିଭିନ୍ନ ବଜାରରେ ସୁନା ବିକ୍ରିକୁ ଏକପ୍ରକାର ବାଧ୍ୟତାମୂଳକ କରିଦେଇଛି।

୩. ସୁନା ବିକ୍ରି କରି କ୍ଷତିଭରଣା କରୁଛନ୍ତି ନିବେଶକ- ଟେକ୍ନୋଲୋଜୀ ଓ ଏଆଇ ଷ୍ଟକ୍ରେ ବିକ୍ରି ମଧ୍ୟ ବୁଲିଅନ ମାର୍କେଟ(ସୁନା-ରୁପା) ଉପରେ ଚାପ ପକାଉଛି। କିଛି ନିବେଶକ ନିଜ ପାଖରେ ଥିବା ସୁନାକୁ ବିକ୍ରି କରି ନଗଦରେ ପରିଣତ କରୁଛନ୍ତି। ଫଳରେ ଯେମିତି ଅନ୍ୟ ନିବେଶରେ ହୋଇଥିବା କ୍ଷତିର ଭରଣା ହୋଇପାରିବ।

ବର୍ତ୍ତମାନ ସୁନା କିଣିବାର ଉଚିତ ସମୟ କି?

ଏଠାରେ ଏକ ଦ୍ୱନ୍ଦ୍ୱ ରହିଛି। ବର୍ତ୍ତମାନ ସୁନା ଦରରେ ହେଉଥିବା ହ୍ରାସ ଲଙ୍ଗ ଟର୍ମୀ ନିବେଶଙ୍କୁ ହୁଏତ ଆକର୍ଷିତ କରିପାରେ। ହେଲେ ଏହାର ଅର୍ଥ ଏହା ନୁହେଁ, ଯେ ବର୍ତ୍ତମାନର ହ୍ରାସ ସୁନାର ସର୍ବନିମ୍ନ ହ୍ରାସ ହୋଇପାରେ। ଏହା ପରେ ମଧ୍ୟ ହ୍ରାସ ହୋଇପାରେ କିମ୍ବା ବଢ଼ିପାରେ। ବିଶେଷଙ୍କ କହିବା କଥା ହେଲା ବର୍ତ୍ତମାନ ସୁନା ମାର୍କେଟ୍ ଡାଉନ ରହିଛି। ତେଣୁ ନିବେଶକ ସମୟକୁ ଦେଖି କିସ୍ତି ଅନୁସାରେ ଅଳ୍ପ ଅଳ୍ପ କରି ନିବେଶ କରିବା ଉପରେ ବିଚାର କରିପାରିବେ। କିନ୍ତୁ ଏକାଥରକେ ପୂରା ନିବେଶ କରିବାରୁ ଦୂରେଇ ରହିବା ଉଚିତ୍। ନିବେଶ ସମୟକୁ ମଧ୍ୟ ଧ୍ୟାନରେ ରଖିବା ଖୁବ ଗୁରୁତ୍ୱପୂର୍ଣ୍ଣ ବୋଲି ବିଶେଷଜ୍ଞଙ୍କ ମତ।



Source link

Leave A Reply

Your email address will not be published.