Voice of Eastern India

୨୭ ବର୍ଷ ପରେ ଜାମିନବିହୀନ ଗିରଫ ପରୱାନା କାର୍ଯ୍ୟକାରୀ, ଅନୁଗୁଳରୁ ଅଭିଯୁକ୍ତ ଗିରଫ


ସାଲେପୁର: ଦୀର୍ଘ ୨୭ ବର୍ଷ ଧରି ଜାରି ରହିଥିବା ଜାମିନବିହୀନ ଗିରଫ ପରୱାନାକୁ କାର୍ଯ୍ୟକାରୀ କରିବାରେ ସଫଳ ହୋଇଛି ସାଲେପୁର ଆଦର୍ଶ ଥାନା ପୁଲିସ। ଏହି ମାମଲାରେ ବଟେଶ୍ୱର ଗ୍ରାମର ପ୍ରଦୀପ୍ତ ଭୂୟାଁଙ୍କ ପୁଅ ପ୍ରଣୟ ଭୂୟାଁ ଓରଫ କରୁଣାଙ୍କୁ ଅନୁଗୁଳରୁ ଗିରଫ କରାଯାଇଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୧୯୯୫ ମସିହାରେ ଲାଲବାଗ ଥାନାରେ ରୁଜୁ ହୋଇଥିବା କେସ୍ ନମ୍ବର ୭୧/୧୯୯୫ ସମ୍ପର୍କିତ ଏସ୍.ଟି. କେସ୍ ନମ୍ବର ୩୨୦/୧୯୯୬ରେ ପ୍ରଣୟ ଭୂୟାଁଙ୍କ ବିରୋଧରେ ଜାମିନବିହୀନ ଗିରଫ ପରୱାନା ଜାରି ହୋଇଥିଲା। ଦୀର୍ଘବର୍ଷ ଧରି ଏହି ପରୱାନା କାର୍ଯ୍ୟକାରୀ ହୋଇପାରିନଥିଲା।

ପରୱାନା କାର୍ଯ୍ୟକାରୀ କରିବା ପାଇଁ ସାଲେପୁର ଏସ୍ଡିପିଓଙ୍କ ତତ୍ତ୍ୱାବଧାନରେ ଆଦର୍ଶ ଥାନା ଆଇଆଇସି ମହେଶ୍ୱର ବେହେରା ଏକ ସ୍ୱତନ୍ତ୍ର ପୁଲିସ ଟିମ୍ ଗଠନ କରିଥିଲେ। ଏହି ଟିମ୍ ଦୀର୍ଘ ଚାରି ମାସ ଧରି ବିଭିନ୍ନ ସ୍ଥାନରେ ଖୋଜାଖୋଜି ଜାରି ରଖିଥିଲା। ଶେଷରେ ଅନୁଗୁଳରେ ପ୍ରଣୟଙ୍କ ଠିକଣା ଠାବ କରି ତାଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା।

Also Read: ମୋବାଇଲ୍ ହଜିବା ପରେ ବ୍ୟାଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ଗାଏବ, ୩ ମହିଳାଙ୍କ ସମେତ ୧୬ ଗିରଫ

ଦୀର୍ଘ ୨୭ ବର୍ଷ ପରେ ଅଦାଲତଙ୍କ ନିର୍ଦ୍ଦେଶରେ ଜାରି ହୋଇଥିବା ଏହି ଗିରଫ ପରୱାନା କାର୍ଯ୍ୟକାରୀ ହେବା ପରେ ପୁଲିସ ପକ୍ଷରୁ ପରବର୍ତ୍ତୀ ଆଇନଗତ ପ୍ରକ୍ରିୟା ଜାରି ରହିଛି। ଦୀର୍ଘଦିନ ଧରି ଫେରାର ଥିବା ଅଭିଯୁକ୍ତଙ୍କୁ ଠାବ କରି ଗିରଫ କରିବା ଘଟଣା ସାଲେପୁର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।



Source link

Leave A Reply

Your email address will not be published.