ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୭ ପୂର୍ବରୁ ଆସିଛି ବଡ଼ ଖବର। ବାଂଲାଦେଶ କ୍ରିକେଟ୍ ବୋର୍ଡ ମାରିଛି ବଡ଼ ୟୁଟର୍ଣ୍ଣ। ଗତ ବର୍ଷ ହୋଇଥିବା ବିବାଦ ସତ୍ତ୍ଵେ ମୁସ୍ତାଫିଜୁର ରେହମାନଙ୍କ ସମେତ ସାତ ବାଂଲାଦେଶୀ ଖେଳାଳି ଆଇପିଏଲ୍ ଖେଳିବାକୁ ପ୍ରସ୍ତୁତ। ଏହି ଖବର ବର୍ତ୍ତମାନ କ୍ରିକେଟ୍ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।
ଇଣ୍ଡିଆ ଟୁଡେର ରିପୋର୍ଟ ଅନୁସାରେ ମୁସ୍ତାଫିଜୁର ନିଲାମରେ ଭାଗ ନେବାକୁ ଇଚ୍ଛା ପ୍ରକାଶ କରିବା ପରେ ବାଂଲାଦେଶ କ୍ରିକେଟ୍ ବୋର୍ଡ(BCB) ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ କରି ଦେଇଛି। BCBର ସୂତ୍ର ମୁତାବକ ନାହିଦ ରାଣା, ରିଶାଦ ହୁସେନ, ହସନ ମେହମୁଦ, ତୋହିଡ ହୃଦୟ, ତସ୍କିନ ଅହମ୍ମଦ ଓ ଶୋରିଫୁଲ ଇସଲାମ ସହିତ ଅନେକ ବାଂଲାଦେଶୀ କ୍ରିକେଟର ନିଲାମ ପାଇଁ ନିଜ ନାଁ ପଞ୍ଜିକୃତ କରିବାକୁ ପ୍ରସ୍ତୁତ। ଗତ ସିଜିନରେ ଲୋକକାତା ନାଇଟ୍ ରାଇଡର୍ସ ମୁସ୍ତାଫିଜୁର ରେହମାନଙ୍କୁ ନିଲାମରେ କିଣିବା ପରେ ପରବର୍ତ୍ତୀ ସମୟରେ ରିଲିଜ୍ କରି ଦେଇଥିଲା। ଏହାକୁ ନେଇ ଖୁବ ହଙ୍ଗାମା ମଧ୍ୟ ହୋଇଥିଲା।
Also Read: ପ୍ରେମ ସମ୍ପର୍କକୁ ଦେଲେ ନୂଆ ପରିଚୟ, ଫିଲ୍ମି ଷ୍ଟାଇଲ୍ରେ ଗର୍ଲଫ୍ରେଣ୍ଡଙ୍କୁ ପ୍ରପୋଜ୍ କଲେ ଅର୍ଶଦୀପ
ଯୋଗାଯୋଗ କଲା ବିସିସିଆଇ
ସୂତ୍ର ମୁତାବକ, ବିସିସିଆଇ ବାଂଲାଦେଶ କ୍ରିକେଟ୍ ବୋର୍ଡ ସହ ଆଇପିଏଲ୍ ୨୦୨୭ ନିଲାମ ପୂର୍ବରୁ ଯୋଗାଯୋଗ କରିଛି। ଏହା ପରେ ବାଂଲାଦେଶ ନିଜ ଖେଳାଳିଙ୍କୁ ପୁଣି ଥରେ ଆଇପିଏଲରେ ସାମିଲ୍ ହେବାକୁ ଅନୁମତି ଦେବାକୁ ରାଜି ହୋଇଛି।
ଆଇପିଏଲ୍ ମିନି ନିଲାମ ପାଇଁ ଏହା ଏକ ନିୟମିତ ପ୍ରକ୍ରିୟା ହୋଇଥିବାରୁ ବିସିସିଆଇ ପ୍ରତ୍ୟେକ କ୍ରିକେଟ୍ ବୋର୍ଡ ସହ ଯୋଗାଯୋଗ କରିଛି ଏବଂ ସେହି ଖେଳାଳିଙ୍କ ନାଁ ପଞ୍ଜିକରଣ କରିବାକୁ କହିଛି ଯେଉଁମାନେ ଆଇପିଏଲ୍ ଖେଳିବାକୁ ଆଗ୍ରହୀ। ଏହି କ୍ରମରେ ବାଂଲାଦେଶର ଉପରୋକ୍ତ ସାତ ଖେଳାଳି ପଞ୍ଜିକୃତ କରିବାକୁ ଯାଉଛନ୍ତି।
Also Read: ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହେବେ କି ରୋହିତ ଶର୍ମା ? ଅଜାଣତରେ ବଡ଼ ଖୁଲାସା କରି ଦେଲେ ମିଚେଲ୍ ସାଣ୍ଟନର
କାହିଁକି ମୁସ୍ତାଫିଜୁରଙ୍କୁ ରିଲିଜ କରିଥିଲା କୋଲକାତା ନାଇଟ୍ ରାଇଡର୍ସ ?
ଗତ ବର୍ଷ ଭାରତ ଓ ବାଂଲାଦେଶ ମଧ୍ୟରେ ଦ୍ଵିପାକ୍ଷିକ ସମ୍ବନ୍ଧ ବିଗିଡ଼ିବା ଏବଂ ଦୁଇ ଦେଶ ମଧ୍ୟରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ବିସିସିଆଇ ମୁସ୍ତାଫିଜୁର ରେହମାନଙ୍କୁ KKRରୁ ରିଲିଜ କରିବାକୁ ଆଦେଶ ଦେଇଥିଲା। କୋଲକାତା ଏହି ବାଂଲାଦେଶୀ ବୋଲରଙ୍କୁ ନିଲାମରେ ୯.୨୦ କୋଟି ଟଙ୍କା ଦେଇ କିଣିଥିଲା।
ବାଂଲାଦେଶରେ ଜଣେ ହିନ୍ଦୁ ବ୍ୟକ୍ତିଙ୍କ ହତ୍ୟା ଓ ସେଠାକାର ସଂଖ୍ୟାଲଘୁଙ୍କ ସୁରକ୍ଷାକୁ ନେଇ ଭାରତର ଚିନ୍ତାକୁ ଦୃଷ୍ଟିରେ ରଖି ବାଂଲାଦେଶୀ କ୍ରିକେଟରଙ୍କ ଭାଗିଦାରୀକୁ ନେଇ ବିସିସିଆଇ ଉପରେ ଚାପ ବଢିବାରେ ଲାଗିଥିଲା। ରେହମାନଙ୍କୁ ଦଳରେ ରଖିବା କାରଣରୁ କେକେଆର ସହ ମାଲିକ ତଥା ବଲିଉଡର ସୁପରଷ୍ଟାର ଶାହରୁଖ ଖାନଙ୍କୁ ମଧ୍ୟ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା।
