Voice of Eastern India

ଦେବ୍ରିଗଡ଼ରେ ବାଘର ଶିକାର, ସୁରକ୍ଷା ପାଇଁ ବଢ଼ିଲା ପାଟ୍ରୋଲିଂ


ସମ୍ବଲପୁର ୧୦।୧୧ : ଦେବ୍ରିଗଡ଼ ଜଙ୍ଗଲରେ ମହାବଳର ଶିକାର। ସମ୍ବରକୁ ମାରି ଖାଇଲା ବାଘ। ଆଉ ମହାବଳର ଏହି ଶିକାରୀ ଅନ୍ଦାଜକୁ ନିଜ ଆଖିରେ ଦେଖିଛନ୍ତି ପ୍ରାୟ ୪୦ ଜଣ ପର୍ଯ୍ୟଟକ। ସେପଟେ ସ୍ଥାନୀୟ ଲୋକଙ୍କୁ ସତର୍କ କରାଇଛି ବନବିଭାଗର ପାଟ୍ରୋଲିଂ ଟିମ୍ ।

ସମ୍ବଲପୁର-ବରଗଡ଼ ସୀମାନ୍ତରେ ଥିବା ଦେବ୍ରିଗଡ଼ ଅଭୟାରଣ୍ୟର କୋର୍ ଅଞ୍ଚଳରେ ଏହି ଘଟଣା ଘଟିଛି। ଏକ ସମ୍ବରକୁ ମହାବଳ ବାଘଟି ଶିକାର କରିଥିବା ଜଣାପଡ଼ିଛି। ସେହି ସମୟରେ ପ୍ରାୟ ୪ଟି ସଫାରି ଗାଡ଼ିରେ ଥିବା ୪୦ ଜଣ ପର୍ଯ୍ୟଟକ ବାଘକୁ ଦେଖିବାର ସୁଯୋଗ ପାଇଥିଲେ। ଜଙ୍ଗଲରେ ବାଘର ଏଭଳି ଶିକାର ଦୃଶ୍ୟ ପର୍ଯ୍ୟଟକଙ୍କ ପାଇଁ ଏକ ବିରଳ ଅନୁଭୂତି ପାଲଟିଛି।

Also Read:-ତିଳବାଡ଼ି ଗାଁରେ ବାଘ ଭୟ, ଲୋକଙ୍କୁ ସତର୍କ କରୁଛି ବନ ବିଭାଗ

ଅନ୍ୟପଟେ ଅଭୟାରଣ୍ୟରେ ମହାବଳ ବାଘର ସୁରକ୍ଷାକୁ ନେଇ ବନ ବିଭାଗ ପକ୍ଷରୁ ସତର୍କତା ବଢ଼ାଯାଇଛି। ବିଶେଷକରି ନଦୀପଥରେ ପାଟ୍ରୋଲିଂ କରାଯିବା ସହ ଅଭୟାରଣ୍ୟର ପଶ୍ଚିମ ସୀମାଞ୍ଚଳରେ ନଜରଦାରୀକୁ ଅଧିକ କଡ଼ାକଡ଼ି କରାଯାଇଛି। ଏଥିସହ ଶିକାରୀଙ୍କ ଗତିବିଧି, ଫାଶ କିମ୍ବା ଅନ୍ୟ କୌଣସି ସନ୍ଦେହଜନକ ସାମଗ୍ରୀ ସମ୍ପର୍କରେ ତୁରନ୍ତ ସୂଚନା ଦେବାକୁ ପୋଲିସ, ସ୍ଥାନୀୟ ଲୋକ ଏବଂ ସୂଚନାଦାତାମାନଙ୍କୁ ସତର୍କ କରାଯାଇଛି। ବାଘର ସୁରକ୍ଷା ସହ ଅଭୟାରଣ୍ୟର ଜୈବ ବିବିଧତାକୁ ସୁରକ୍ଷିତ ରଖିବା ଏବେ ବନ ବିଭାଗ ପାଇଁ ପ୍ରମୁଖ ଗୁରୁତ୍ୱ ପାଲଟିଛି।



Source link

Leave A Reply

Your email address will not be published.