Voice of Eastern India

ନ୍ୟୁଜ୍ ଆଙ୍କରଙ୍କୁ ଗୁଳି କରି ହତ୍ୟା : କାହିଁକି ହତ୍ୟା କଲେ ସ୍ୱାମୀ ? ଜଣା ପଡିଲା କାରଣ


ନୂଆଦିଲ୍ଲୀ, ୧୦/୧୧ : ପାକିସ୍ତାନର ରାୱଲପିଣ୍ଡିରେ ରବିବାର ଜଣେ ଟିଭି ଉପସ୍ଥାପିକା ରବିୟା ଅହସାନଙ୍କୁ ତାଙ୍କ ଘରେ ଗୁଳି କରି ହତ୍ୟା କରାଯାଇଛି। ଏହି ମାମଲାରେ ପୁଲିସ ତାଙ୍କ ସ୍ବାମୀ ଅହସାନ୍ ତାହିରଙ୍କୁ ଗିରଫ କରିଛି I ଯେଉଁ ବନ୍ଧୁକରୁ ରବିୟାଙ୍କ ଉପରକୁ ଗୁଳି ଚଳାଯାଇଥିଲା ତାକୁ ଘଟଣାସ୍ଥଳରୁ ଉଦ୍ଧାର କରଯାଇଛି।

ରାୱଲପିଣ୍ଡିର ସିଟି ପୁଲିସ ଅଧିକାରୀ ହସନ ସୁଖେରା କହିଛନ୍ତି, ୪୧ ବର୍ଷୀୟ ରବିୟା ଏକ ସ୍ଥାନୀୟ ଟିଭି ଚ୍ୟାନେଲରେ ଉପସ୍ଥାପିକା ଭାବେ କାର୍ଯ୍ୟରତ ଥିଲେ। ତାଙ୍କର ୧୩ ଏବଂ ୧୧ ବର୍ଷୀୟ ଦୁଇ ଝିଅ ଅଛନ୍ତି। ରବିବାର ଦିନ ପ୍ରାୟ ୩ଟବେଳେ ରବିୟାଙ୍କ ଉପରକୁ ଗୁଳିମାଡ଼ ସମୟରେ ସେମାନେ ଘରର ଲନରେ ଆଈମା’ ଏବଂ ମାଉସୀଙ୍କ ସହ ବସିଥିଲେ। ଗୁଳିମାଡ଼ର ଶବ୍ଦ ଶୁଣି ରବିୟାଙ୍କ ଭଉଣୀ ଅଲବିନା ଦୌଡ଼ି ତାଙ୍କ ବେଡରୁମ୍ରେ ପହଞ୍ଚିଥିଲେ। ସେତେବେଳକୁ ରାବିୟା ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡ଼ିଥିଲେ।

Also Read :- କମିଲା ପାରଦ ବଢିଲା ଶୀତ : ଆହୁରି କମିବ ରାତି ତାପମାତ୍ରା

ସ୍ବାମୀ ଅହସାନ୍ ତାହିର ହାତରେ ବନ୍ଧୁକ ଧରି ଛିଡ଼ା ହୋଇଥିଲେ। ଏହାପରେ ତାହିର କହିଥିଲେ, ଭୁଲବଶତଃ ରବିୟାଙ୍କ ଉପରକୁ ସେ ଗୁଳି ଚଳାଇ ଦେଇଛନ୍ତି। ପ୍ରକୃତରେ ସେ ବନ୍ଧୁକ ଦେଖୁଥିଲେ। ସେଥିରେ ଗୁଳି ଭରା ହୋଇଥିବା ଜାଣିନଥିଲେ । ତେବେ ରାବିୟଙ୍କ ଭାଇଙ୍କ ଅଭିଯୋଗ ଆଧାରରେ ପୁଲିସ ତାଙ୍କୁ ଗିରଫ କରିଛି । ପଚରାଉଚରା ସମୟରେ ତାହିର ବନ୍ଧୁକର ଲାଇସେନ୍ସ ଦେଖାଇ ପାରିନଥିବା ସୂଚନା ମିଳିଛି।



Source link

Leave A Reply

Your email address will not be published.