Voice of Eastern India

କମିଲା ପାରଦ ବଢିଲା ଶୀତ : ଆହୁରି କମିବ ରାତି ତାପମାତ୍ରା


ଭୁବନେଶ୍ୱର, ୧୦/୧୧ : ଆସି ଗଲା ଥଣ୍ଡା। ଅନୁମାନ କରାଯାଉଛି, ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ କମିପାରେ । ଏଭଳି ପାଗ କିଛି ଦିନ ରହିପାରେ । ଏମିତି ପୂର୍ବାନୁମାନ ଦେଖାଇଛି ପାଣିପାଗ ବିଭାଗ। ଗତ ୨-୩ ଦିନ ଭିତରେ ରାତି ତାପମାତ୍ରା ସାମାନ୍ୟ କମିଛି।

ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରୀ ସେଲସିୟସ୍ ଥିବାବେଳେ ଦାରିଙ୍ଗିବାଡ଼ି ୧୫, ଭବାନୀପାଟଣା ୧୫, ଝାରସୁଗୁଡ଼ା ୧୬, ନବରଙ୍ଗପୁର ୧୬, କେନ୍ଦୁଝର ୧୬.୬, ରାୟଗଡ଼ା ୧୭ ଡିଗ୍ରୀ ସେଲସିୟସ୍ ଥିଲା ରବିବାର ରାତିରେ। ସୋମବାର ସନ୍ଧ୍ୟାରୁ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ବିଭିନ୍ନ ସ୍ଥାନରେ ହାଲୁକା ଶୀତୁଆ ପବନ ବହୁଥିଲା। ରାତିରେ ପାରଦ ଆହୁରି କମିପାରେ। ଉପକୂଳରେ ବି ପାରଦ ୨୦ ଡିଗ୍ରୀ ତଳକୁ ଆସିବା ନେଇ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି।

ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର (ସିଇସି) ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ କହିବାନୁସାରେ ବର୍ତ୍ତମାନ ସାମାନ୍ୟ ଥଣ୍ଡା ରହିପାରେ। ତେବେ ପୂର୍ବ ଉତ୍ତରପ୍ରଦେଶରୁ କେନ୍ଦ୍ରୀୟ ଓଡ଼ିଶା ପର୍ଯ୍ୟନ୍ତ ଏକ ଟ୍ରଫଲାଇନ ଥିବାରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ହାଲୁକା ବର୍ଷା ରହିପାରେ ଆସନ୍ତା ଦୁଇଦିନ।

କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଓଡ଼ିଶାରେ ରାତି ତାପମାତ୍ରା କ୍ରମାଗତ ଭାବେ କମିବାର ସମ୍ଭାବନା ରହିଛି। ଆଗାମୀ ୪୮ରୁ ୭୨ ଘଣ୍ଟା ଭିତରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ କମିପାରେ। ଆଭ୍ୟନ୍ତରୀଣ ଅଞ୍ଚଳରେ ଅଞ୍ଚଳରେ ତାପମାତ୍ରା ୧୨ରୁ ୧୬ ଡିଗ୍ରୀ ରହିପାରେ। ଉପକୂଳ ପାରଦ ୧୭-୨୦ ଡିଗ୍ରୀ ରହିବା ସମ୍ଭାବନା ଅଛି। କନ୍ଧମାଳର ଫୁଲବାଣୀ, କୋରାପୁଟର ସିମିଳିଗୁଡ଼ା, ଝାରସୁଗୁଡ଼ା, କେନ୍ଦୁଝରରେ ଅଧିକ ଥଣ୍ଡା ରହିପାରେ।

Also Read :- Horoscope Today : ନଭେମ୍ବର ୧୦ ତାରିଖ, ମଙ୍ଗଳବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ଭୁବନେଶ୍ଵର ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଉତ୍ତର ଓଡ଼ିଶା ଓ ସଂଲଗ୍ନ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ। ବିଶେଷ କରି ମୟୂରଭଞ୍ଜ, କେନ୍ଦୁଝରରେ ଗୋଟିଏ ଦୁଇଟି ଜାଗାରେ ଏ ବର୍ଷା ରହିପାରେ। ୧୩ରୁ ପାଗ ଶୁଖିଲା ରହିପାରେ ବୋଲି ଅନୁମାନ କରାଯାଇଛି।



Source link

Leave A Reply

Your email address will not be published.