Voice of Eastern India

ଷଷ୍ଠ ଥର ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ଜିତିଲା ଭାରତ, ଫାଇନାଲରେ ଜାପାନକୁ ୪-୧ ଗୋଲରେ ହରାଇଲା


ମୋହାଲି: ଭାରତୀୟ ପୁରୁଷ ହକି ଦଳ ଏସିଆନ ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ଜାପାନକୁ ୪-୧ ଗୋଲରେ ପରାସ୍ତ କରିଛି । ମୋହାଲିରେ ଖେଳାଯାଇଥିବା ଟାଇଟଲ୍ ମ୍ୟାଚ୍ରେ ଜାପାନ ଦ୍ୱିତୀୟ କ୍ୱାର୍ଟର ପର୍ଯ୍ୟନ୍ତ ଅଗ୍ରଣୀ ରହିଥିଲା । କିନ୍ତୁ ଭାରତ ତୃତୀୟ ଏବଂ ଚତୁର୍ଥ କ୍ୱାର୍ଟରରେ ମଜଭୁତ ପ୍ରଦର୍ଶନ କରି ଲଗାତାର ଗୋଲ ସ୍କୋର କରିଥିଲା । ଏହି ବିଜୟ ସହିତ ଭାରତ ଷଷ୍ଠ ଥର ପାଇଁ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ଜିତିଛି । ଭାରତୀୟ ଟିମ୍ ୨୦୧୧, ୨୦୧୬, ୨୦୧୮, ୨୦୨୩, ୨୦୨୪, ୨୦୨୬ରେ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ଟାଇଟଲ୍ ଜିତିଛି ।

 

ଜାପାନ ବିପକ୍ଷରେ ଭାରତ ପାଇଁ ଶିଳାନନ୍ଦ ଲାକ୍ରା, ଦିଲପ୍ରୀତ ସିଂହ, ଜୁଗରାଜ ସିଂହ ଏବଂ ବିବେକ ସାଗର ପ୍ରସାଦ ଗୋଲ ଦେଇଥିଲେ । ଜାପାନର ଏକମାତ୍ର ଗୋଲ କାଜୁମାସା ମାତ୍ସୁମୋଟୋ କରିଥିଲେ । ଚତୁର୍ଥ କ୍ୱାର୍ଟରରେ ତିନୋଟି ଗୋଲ ଦେଇ ଭାରତ ମ୍ୟାଚକୁ ନିୟନ୍ତ୍ରଣ କରିଥିଲା ।

ପ୍ରଥମ କ୍ୱାର୍ଟର ତୃତୀୟ ମିନିଟରେ ଜାପାନ ପାଇଁ କାଜୁମାସା ମାତ୍ସୁମୋଟୋ ପ୍ରଥମ ଗୋଲ୍ ଦେଇ ଟିମକୁ ଅଗ୍ରଣୀ କରିଥିଲେ । ଦ୍ୱିତୀୟ କ୍ୱାର୍ଟରରେ କୌଣସି ଗୋଲ୍ ହୋଇପାରି ନଥିଲା । ତା’ପରେ ଭାରତ ପାଇଁ ଶିଳାନନ୍ଦ ଲାକ୍ରା (୪୨ତମ), ଦିଲପ୍ରୀତ ସିଂହ (୪୮ତମ), ଜୁଗରାଜ ସିଂହ (୫୩ତମ) ଏବଂ ବିବେକ ସାଗର ପ୍ରସାଦ (୫୪ତମ)ଙ୍କ ଗୋଲ ଦେଇଥିଲା ।

ଏସୀୟ କ୍ରୀଡାର ସ୍ୱର୍ଣ୍ଣ ପଦକ ବିଜେତା ଭାରତ ଟୁର୍ଣ୍ଣାମେଣ୍ଟର ପ୍ରଥମ ରାଉଣ୍ଡ-ରବିନ୍ ଲିଗ୍ ମ୍ୟାଚରେ ଜାପାନକୁ ୪-୧ ଗୋଲରେ ପରାସ୍ତ କରିଥିଲା । ଏହା ପୂର୍ବରୁ, ଗୁରୁବାର ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି ପ୍ରତିଯୋଗିତାର ବ୍ରୋଞ୍ଜ ପଦକ ମୁକାବିଲାରେ ଏସୀୟ କ୍ରୀଡାର ରୌପ୍ୟ ପଦକ ବିଜେତା ମାଲେସିଆ ଦକ୍ଷିଣ କୋରିଆକୁ ୫-୨ ଗୋଲରେ ପରାସ୍ତ କରିଥିଲା ।



Source link

Leave A Reply

Your email address will not be published.