Voice of Eastern India

ସୁନ୍ଦରଗଡ଼ରେ ଗୁଳିକାଣ୍ଡ, ଯୁବକଙ୍କ ମୃତ୍ୟୁ; ଆସ୍ ଟ୍ରାନ୍ସପୋର୍ଟ ବ୍ୟବସାୟକୁ ନେଇ ହତ୍ୟା ସନ୍ଦେହ


ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ଗୁଳିକାଣ୍ଡକୁ ନେଇ ଚାଞ୍ଚଲ୍ୟ। ଭଷ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଅଞ୍ଚଳରେ ଗୁଳିମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଆସ୍ ଟ୍ରାନ୍ସପୋର୍ଟ ବ୍ୟବସାୟକୁ କେନ୍ଦ୍ର କରି ଏହି ଗୁଳିକାଣ୍ଡ ଘଟିଥିବା ପ୍ରାଥମିକ ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଦର୍ଲିପାଲି ଅଞ୍ଚଳରେ କୌଣସି କାରଣକୁ ନେଇ ଗୁଳିକାଣ୍ଡ ଘଟିଥିଲା। ଏଥିରେ ଗୁଳିମାଡ଼ର ଶିକାର ହୋଇ ଜଣେ ଯୁବକଙ୍କ ଜୀବନ ଯାଇଛି। ତେବେ ଆସ୍ ଟ୍ରାନ୍ସପୋର୍ଟ ବ୍ୟବସାୟକୁ ନେଇ ଏହି ଘଟଣା ଘଟିଥିବା ପ୍ରାଥମିକ ଭାବେ କୁହାଯାଉଛି।

ଘଟଣା ସମ୍ପର୍କରେ ଖବର ପାଇ ଭଷ୍ମା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି। କେଉଁ ପରିସ୍ଥିତିରେ ଗୁଳିକାଣ୍ଡ ଘଟିଲା, ଏହା ପଛରେ କାହାର ହାତ ରହିଛି ଏବଂ କେଉଁ କାରଣକୁ ନେଇ ଏଭଳି ଘଟଣା ଘଟିଲା, ସେନେଇ ପୋଲିସ ଖୋଳତାଡ଼ ଜାରି ରଖିଛି।

Also Read: ଅନ୍ଧବିଶ୍ୱାସର କରୁଣ ପରିଣତି, ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା

ଅନ୍ୟପଟେ ଦିନଦ୍ୱିପ୍ରହରରେ ଗୁଳିକାଣ୍ଡ ଓ ଯୁବକଙ୍କ ମୃତ୍ୟୁ ଘଟଣାକୁ ନେଇ ଦର୍ଲିପାଲି ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ପୋଲିସର ତଦନ୍ତ ପରେ ଗୁଳିକାଣ୍ଡର ପ୍ରକୃତ କାରଣ ଓ ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ସାମ୍ନାକୁ ଆସିବ।



Source link

Leave A Reply

Your email address will not be published.