Voice of Eastern India

ଖୋର୍ଦ୍ଧା ପୋଲିସକୁ ବଡ଼ ସଫଳତା: ୧୫ଟି ଲୁଟ୍ ଘଟଣାର ପର୍ଦ୍ଦାଫାସ, ୧୨ ଗିରଫ


ଖୋର୍ଦ୍ଧା: ଅଳଙ୍କାର ଦୋକାନରୁ ଲୁଟ୍ କରୁଥିବା ଏକ ଆନ୍ତଃଜିଲ୍ଲା ଲୁଟେରା ଗ୍ୟାଙ୍ଗକୁ ଧରିବାରେ ଖୋର୍ଦ୍ଧା ପୋଲିସକୁ ବଡ଼ ସଫଳତା ମିଳିଛି। ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର ବିଭିନ୍ନ ଅଳଙ୍କାର ଦୋକାନରୁ ଲୁଟ୍ ଘଟଣାରେ ସମ୍ପୃକ୍ତ ୧୨ ଜଣଙ୍କୁ ପୋଲିସ ଗିରଫ କରିଛି। ଏହି ଗ୍ୟାଙ୍ଗ ୧୫ଟି ଲୁଟ୍ ଘଟଣାରେ ସମ୍ପୃକ୍ତ ଥିବା ପୋଲିସ ସୂଚନା ଦେଇଛି। ଗିରଫ ଅଭିଯୁକ୍ତଙ୍କଠାରୁ ୫୦୦ ଗ୍ରାମ ସୁନା ଓ ୧୧ କିଲୋଗ୍ରାମ ରୂପା ଅଳଙ୍କାର ଜବତ କରାଯାଇଛି। ମଙ୍ଗଳବାର ଏନେଇ ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ଏସ୍ପି ଏହି ସୂଚନା ଦେଇଛନ୍ତି। ଗିରଫ ୧୨ ଜଣଙ୍କ ମଧ୍ୟରୁ ଜଣେ ଗ୍ରାହକ ଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଗତ ୨୮ ତାରିଖରେ ବାଣପୁର ଥାନା ସମ୍ମୁଖରେ ଥିବା ଏକ ଅଳଙ୍କାର ଦୋକାନରେ ବଡ଼ଧରଣର ଲୁଟ୍ ହୋଇଥିଲା। ଦୋକାନର କାନ୍ଥ ଭାଙ୍ଗି ଦୁର୍ବୃତ୍ତମାନେ ସେଠାରୁ ସୁନା ଓ ରୂପା ଅଳଙ୍କାର ଲୁଟି ନେଇଥିଲେ। ଏନେଇ ଅଭିଯୋଗ ପରେ ବାଣପୁର ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

Also Read: ବ୍ରହ୍ମପୁରରେ ନକଲି ଗୁଟଖା ଗୋଦାମ ଉପରେ ପୁଲିସର ଚଢ଼ାଉ, ୫ ଗିରଫ

ତଦନ୍ତ ସମୟରେ ପୋଲିସ ଏହି ଲୁଟେରା ଗ୍ୟାଙ୍ଗର ସମ୍ପୃକ୍ତି ଠାବ କରିବା ସହ ୧୨ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରେ ଘଟିଥିବା ମୋଟ ୧୫ଟି ଲୁଟ୍ ଘଟଣାରେ ଏହି ଗ୍ୟାଙ୍ଗର ସମ୍ପୃକ୍ତି ଥିବା ପୋଲିସ ପକ୍ଷରୁ କୁହାଯାଇଛି। ଏହି ଗିରଫଦାରୀ ସହ ୫୦୦ ଗ୍ରାମ ସୁନା ଓ ୧୧ କେଜି ରୂପା ଅଳଙ୍କାର ଜବତ ହୋଇଛି। ଏହି ଗ୍ୟାଙ୍ଗର ଅନ୍ୟ କୌଣସି ସଦସ୍ୟଙ୍କ ସମ୍ପୃକ୍ତି ରହିଛି କି ନାହିଁ ଏବଂ ଲୁଟ୍ ସାମଗ୍ରୀର ଅନ୍ୟାନ୍ୟ ଦିଗ ସମ୍ପର୍କରେ ପୋଲିସ ତଦନ୍ତ ଜାରି ରଖିଛି।

 



Source link

Leave A Reply

Your email address will not be published.