ଭୁବନେଶ୍ୱର ୦୧।୧୧ : ବଙ୍ଗୋପସାଗରରେ ସୃଷ୍ଟି ହେଲା ଗଭୀର ଅବପାତ । ଘଣ୍ଟାପ୍ରତି ୨୩କିମି ବେଗରେ ଆଗକୁ ବଢୁଛି ସିଷ୍ଟମ । ଆଗାମୀ ୬ଘଣ୍ଟାରେ ବାତ୍ୟା ଓ ଆସନ୍ତାକାଲି ଭୀଷଣ ବାତ୍ୟାର ରୂପନେବା ସମ୍ଭାବନା ରହିଛି । ବିଶାଖାପାଟନମ ଠାରୁ ୮୮୦କିମି ଏବଂ ଚେନ୍ନାଇ ଠାରୁ ୮୩୦କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି ।
ରବିବାର ଦିନ ବାତ୍ୟା ଏବଂ ସୋମବାର ଭୀଷଣ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । ୩ ତାରିଖ ସକାଳେ ଏହି ଭୀଷଣ ବାତ୍ୟା ଦକ୍ଷିଣ ଆନ୍ଧ୍ର ଉପକୂଳରେ ସ୍ଥଳଭାଗକୁ ପ୍ରବେଶ କରିପାରେ। ଘଣ୍ଟା ପ୍ରତି ପବନ ବେଗ ୧୦୦ ରୁ ୧୧୦କିମି ଏବଂ ଝଟକା ପବନ ୧୨୦କିମି ସହ ନେଲୁର ଏବଂ ନାରସାପୁର ମଧ୍ୟରେ ଏହି ବାତ୍ୟା ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି ।
Also Read:-ପାଣିରେ ଭସାଇବ ଓ ପବନରେ ଉଡ଼ାଇବ ‘ମୁରାସୁ’ ! ସୋମବାରଠୁ ବଡ଼ ବର୍ଷା, ଏହି ସବୁ ଜିଲ୍ଲାବାସୀ ସାବଧାନ
ତେବେ ଗୋଟିଏ ବାତ୍ୟା ଜଳ ପ୍ରଳୟ ଓ ଭୂସ୍ଖଳନ ରଚାଇ ଓଡ଼ିଶାକୁ ବିପତ୍ତିରେ ପୋତି ଦେଇଛି। ମାଟି ତଳ ତଳୁ ଜୀବନ ଖୋଜା ଚାଲିଛି, ପାଣି ବି ଛାଡ଼ି ନାହିଁ । ଉଜୁଡ଼ି ଯାଇଥିବା ଜୀବନ ଜୀବିକାକୁ ସାଉଁଟିବାକୁ ଉଦ୍ୟମ କରୁଛନ୍ତି ଲୋକେ। ଏଭଳି ସ୍ଥିତିରେ ଆଉ ଏକ ବାତ୍ୟା ମୁଣ୍ଡ ଟେକିଲାଣି। ଯେଉଁଠି ଯୁଝୁଛନ୍ତି ଲୋକେ ସେଇ ଗଞ୍ଜାମ, ଗଜପତି, କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।
