Voice of Eastern India

ଗାମୁଛାରେ ଝୁଲିପଡ଼ିଲେ ଯାତ୍ରା ନୃତ୍ୟ କଳାକାର, ରହସ୍ୟ ବଢ଼ାଇଲା ମୃତ୍ୟୁ ପୂର୍ବର ଭିଡିଓ କଲ୍


ବାସୁଦେବପୁର: ଘରେ ଝୁଲିପଡ଼ିଲେ ଯାତ୍ରା ନୃତ୍ୟ କଳାକାର । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ବାସୁଦେବପୁର ବ୍ଲକ ବେତଡ଼ା । ମୃତ କଳାକାର ଜଣକ ସିଂହବାହିନୀରେ ଅପେରାରେ କାମ କରୁଥିଲେ । ଲକ୍ଷ୍ମୀପୂଜା ଉପଲକ୍ଷେ ଯାତ୍ରା ପରିବେଷଣ ପାଇଁ ବେତଡ଼ାରେ ଥିବା ବେଳେ ଘଟିଛି ଏହି ଘଟଣା । ତେବେ ଏହି ଆତ୍ମହତ୍ୟାର ସଠିକ କାରଣ ଜଣାପଡ଼ିନାହିଁ।

ଖବର ଅନୁଯାୟୀ, ଅଞ୍ଚଳରେ କିଛି ଦିନ ପାଇଁ ଯାତ୍ରାର ଆୟୋଜନ ହେବାକୁ ଥିବାରୁ ଯାତ୍ରା ପାର୍ଟି ପକ୍ଷରୁ ବିଭିନ୍ନ କଳାକାରଙ୍କୁ ରହିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଘର ଦିଆଯାଇଥିଲା । ଏହିକ୍ରମରେ ପାର୍ଟିରେ ନୃତ୍ୟ କଳାକାର ଭାବରେ କାମ କରୁଥିବା ଏକ ଦମ୍ପତିଙ୍କୁ ମଧ୍ୟ ଘର ମିଳିଥିଲା । ହେଲେ ଶନିବାର ସନ୍ଧ୍ୟାରେ ପତ୍ନୀ ଘରେ ନଥିବା ବେଳେ, ଗାମୁଛା ବାନ୍ଧି ଝୁଲିପଡ଼ିଥିଲେ ସ୍ବାମୀ ।

Also Read: ଇବ୍ ନଦୀର ପ୍ରଖର ସ୍ରୋତରେ ଭାସିଗଲେ ଯୁବକ, ଭିଡିଓ କଲେ ଲୋକେ, ଉଦ୍ଧାର ପାଇଁ ଆସିଲେନି କେହି !

ତେବେ ଯୁବକ ଜଣକ ଝୁଲିବା ପୂର୍ବରୁ କାହା ନିକଟକୁ ଭିଡିଓ କଲିଂ କରି ଆତ୍ମହତ୍ୟା କରିଥିବା ଘର ମାଲିକ କହିଛନ୍ତି। ଖବର ପାଇ ସାଥୀ କଳାକାରମାନେ ପହଞ୍ଚି ସଂଜ୍ଞାହୀନ ଅବସ୍ଥାରେ ଯୁବକକୁ ଧରି ସିମୁଳିଆ ଡାକ୍ତରଖାନା ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଖବର ପାଇ ବାସୁଦେବପୁର ପୋଲିସ ଘଟଣାସ୍ଥଳରେ ତଦନ୍ତ ଚଳାଇଛି।



Source link

Leave A Reply

Your email address will not be published.