Voice of Eastern India

ପାଣିରେ ଭସାଇବ ଓ ପବନରେ ଉଡ଼ାଇବ 'ମୁରାସୁ' ! ସୋମବାରଠୁ ବଡ଼ ବର୍ଷା, ଏହି ସବୁ ଜିଲ୍ଲାବାସୀ ସାବଧାନ




ଭୁବନେଶ୍ୱର, ୧/୧୧ : ଆସୁଛି ସମ୍ଭାବ୍ୟ ବାତ୍ୟା ମୁରାସୁ । ରବିବାର ଏହା ଭୀଷଣ ରୂପ ଧାରଣ କରିବ । ଆନ୍ଧ୍ରରେ ମାଡ଼ ହେଲେ ବି ଅର୍ଣ୍ଣବ ଭଳି ଓଡିଶାରେ ପଡିବ ପ୍ରଭାବ । ତେବେ ଅନେକ ଜିଲ୍ଲାରେ ପୁଣି ଜଳପ୍ରଳୟ ତଥା ବଡ଼ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ ।

ଆଇଏମଡି ଆକଳନ ଅନୁସାରେ ଦକ୍ଷିଣ ଓଡ଼ିଶାରେ ନଭେମ୍ବର ୨ରୁ ବର୍ଷା ଆରମ୍ଭ ହେବ । ୩ ଓ ୪ରେ ବର୍ଷା ଅଧିକ ରହିପାରେ। ସେହିପରି ଦକ୍ଷିଣ ଓଡ଼ିଶା ଉପକୂଳରେ ୩ ତାରିଖ ଭୋର ସମୟରୁ ସନ୍ଧ୍ୟା ପର୍ଯ୍ୟନ୍ତ ୫୦-୬୦ କିମି ପବନ ରହିପାରେ । ଝଟକା ପବନ ବେଗ ୭୦ କିମି ଛୁଇଁପାରେ। ରବିବାର ରାଜ୍ୟର ଅଳ୍ପ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ଏବଂ କିଛି ସ୍ଥାନରେ ଘଡ଼ଘଡ଼ି ଏବଂ ପବନ ରହିପାରେ। ସୋମବାର (୨ ତାରିଖ) ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନ ଏବଂ ଉତ୍ତରର ଅଳ୍ପ କିଛି ଜାଗାରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ଅଛି। ଗଞ୍ଜାମ, ଗଜପତିର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। କେତେକ ସ୍ଥାନରେ ଘଡ଼ଘଡ଼ି ସହ ପବନ ରହିପାରେ। ୩ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ଅଛି। ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।

Also Read :- ଆସୁଛି 'ମୁରାସୁ' : ଆଜି ନେବ ବାତ୍ୟାର ରୂପ, ଅତି ଭୀଷଣ ରୂପରେ ମାଡ଼ି ଆସିବ !

ଖୋର୍ଦ୍ଧା, ପୁରୀ, ନବରଙ୍ଗପୁର, କଳାହାଣ୍ଡିରେ ବି ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ଆଶଙ୍କା ଅଛି। ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ଘଡ଼ଘଡ଼ି ସହ ଘଣ୍ଟା ପ୍ରତି ୫୦-୬୦ କିମି ପବନ, ଝଟକା ପବନ ୭୦ କିମି ରହିପାରେ। ପୁରୀ, ଖୋର୍ଦ୍ଧା ସମେତ ଉପକୂଳର କିଛି ଜାଗାରେ ବି ପବନ ଆଶଙ୍କା ରହିଛି। ୪ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ଅଛି। ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଖୋର୍ଦ୍ଧା, ପୁରୀ, ନୟାଗଡ଼, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ଜାଗାରେ ପ୍ରବଳ ବର୍ଷା ଆଶଙ୍କା ଅଛି। ଦକ୍ଷିଣ ଓଡ଼ିଶା ଏବଂ ଦକ୍ଷିଣ ଉପକୂଳର କେତେକ ଜାଗାରେ ଘଣ୍ଟା ପ୍ରତି ୫୦-୬୦ ପବନ ଏବଂ ଝଟ୍କା ପବନ ୭୦ କିମି ପର୍ଯ୍ୟନ୍ତ ରହିପାରେ। ଉପକୂଳ, ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଜିଲ୍ଲାର କେତେକ ଜାଗାରେ ବି ବଜ୍ରପାତ ସହ ପବନ ଆଶଙ୍କା ରହିଛି।

କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁ ସାରେ ୨ ତାରିଖ ବିଳମ୍ବିତ ରାତିରୁ ୩ ତାରିଖ ଭୋର ମଧ୍ୟରେ (ରାତି ୨ଟାରୁ ସକାଳ ୫ଟା) ମଧ୍ୟରେ ଆନ୍ଧ୍ରର ନିଜାମପଟ୍ଟନମ ଏବଂ ମଛଲିପଟ୍ଟନମ ମଧ୍ୟରେ ଏହା ଉପକୂଳ ଛୁଇଁ ପାରେ। ଓଡ଼ିଶାର ଗଞ୍ଜାମରେ ବିଶେଷ ପ୍ରଭାବ ରହି ପାରେ। ଆନ୍ଧ୍ର ଉପକୂଳକୁ ବାତ୍ୟା ଯିବା ସମୟରେ ଗୋପାଳପୁର, ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଘଡ଼ଘଡ଼ି ସହ ଝଟକା ପବନ ବହି ପାରେ । ୨ ଓ ୩ରେ ଗଞ୍ଜାମରେ ପ୍ରବଳ ବର୍ଷା ହୋଇପାରେ। ଆସିକା, ହିଞ୍ଜିଳିକାଟୁ, ଭଞ୍ଜନଗର ଅଞ୍ଚଳରେ ମଧ୍ୟ ବର୍ଷା ସମ୍ଭାବନା ରହିଛି ।



Source link

Leave A Reply

Your email address will not be published.