Voice of Eastern India

ଛୋଟ ପିଲାର ଉଗ୍ର ରୂପ ! KG ଛାତ୍ରୀଙ୍କୁ ପଥର ଓ ଫୁଲଦାନିରେ ପିଟିଲା ତୃତୀୟ ଶ୍ରେଣୀ ଛାତ୍ର


ପଞ୍ଚକୁଲା: ଛୋଟ ପିଲା କିନ୍ତୁ ରାଗ ବ୍ରହ୍ମ ଚଣ୍ଡାଳ। ତାରି ବୟସର ଛୋଟ ଝିଅଟିକୁ ପିଟିଲା। ପଥର ଫିଙ୍ଗିଲା। ବେହୋସ ହେବା ପରେ ସେଠାରୁ ଚାଲିଗଲା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଚଣ୍ଡିଗଡ ପଞ୍ଚକୁଲାରେ। ସେକ୍ଟର ୨୦ରେ ଥିବା ସଂସ୍କୃତି ମଡେଲ ସ୍କୁଲରେ କେଜି ଛାତ୍ରୀ ଗୁରୁତର ଆହତ ହୋଇଥିବା ସୂଚନା ମିଲିଛି । ଜଣେ ତୃତୀୟ ଶ୍ରେଣୀ ଛାତ୍ର ତାଙ୍କ ଉପରକୁ ପଥର ଫିଙ୍ଗିବା ସହ ମାଟି ଫୁଲଦାନି ଫିଙ୍ଗି ମାରିଥିବା ଅଭଯୋଗ ହୋଇଛି । ଆକ୍ରମଣର କାରଣ ଅସ୍ପଷ୍ଟ ଥିବା ବେଳେ ସ୍କୁଲ ପରିସରରେ ପିଲାଙ୍କ ସୁରକ୍ଷା ନେଇ ଉଠିଛି ପ୍ରଶ୍ନ ।

ସୂଚନା ଅନୁସାରେ ଛୋଟ ଝିଅଟିକୁ ପ୍ରଥମେ ପଥର ଫିଙ୍ଗିଥିଲା ତୃତୀୟ ଶ୍ରେଣୀର ଛାତ୍ର । ପରେ ମାଟି ଫୁଲଦାନୀରେ ପିଟିଥିଲା । ଏତେମାଡରେ ଛୋଟ ଝିଅଟି ବେହୋସ ହେଲା ପରେ ବି ପାଥର ତା ଉପରକୁ ଫିଙ୍ଗିବା ସହ ବେହୋସ ଅବସ୍ଥାରେ କିଛି ଦୂର ଘୋଷାଡି ଆଣିଥିଲା ତାପରେ କାହାକୁ କିଛି ନଜଣାଇ ଗୁରୁତର ଅବସ୍ଥାରେ ଝିଅଟିକୁ ଛାଡି ପଳାଇଥିଲା ।

ପ୍ରଥମେ ତାଙ୍କୁ ଗୁରୁତର ଅବସ୍ଥାରେ ସେକ୍ଟର ୬ରେ ଥିବା ସିଭିଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦେହ ଅଧିକ ଅସୁସ୍ଥ ହେବାରୁ ଚଣ୍ଡିଗଡର ପିଜିଏଲକୁ ସ୍ଥାନାନ୍ତର କରାଯାଇଛି । ସମ୍ପୃକ୍ତ ଛାତ୍ରୀଙ୍କ ଦେହର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଥିବା ଡାକ୍ତର କହିଛନ୍ତି । ଚିକିତ୍ସା ଚାଲିଥିବା ବେଳେ ଏବେ ସେ ସାମାନ୍ୟ ସୁସ୍ଥ ଥିବା ସୂଚନା ମିଳିଛି ।

also read- ଘର କିଣିବାକୁ ଚାହୁଁଥିଲେ ଖୁସି ଖବର ! ଏକାମ୍ର ରେସିଡେନ୍ସି ଆବେଦନ ଅବଧି ନଭେମ୍ବର ୩୦କୁ ବୃଦ୍ଧି

ସ୍କୁଲ ପରିସରରେ କ୍ଲାସରୁମରେ ଘଟିଛି ଏପରି ଅମାନବୀୟ କାଣ୍ଡ । ଯାହାକୁ ଦେଖିବା ପରେ ସ୍କୁଲ ପରିସରରେ ଛୋଟ ପିଲା କେତେ ସୁରକ୍ଷିତ ତାକୁ ନେଇ ଚିନ୍ତା ବଢିଛି । ଖବର ପାଇ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ସ୍କୁଲ କର୍ତ୍ତୃପକ୍ଷଙ୍କୁ ଏନେଇ ପଚରାଉଚରା କରାଯାଉଛି । କେମିତି ଓ କେଉଁ ପରସ୍ଥିତିରେ ଏପରି ଘଟଣା ଘଟିଲା ତାକୁ ନେଇ ଚାଲିଛି ଜେରା । ତୃତୀୟ ଶ୍ରେଣୀ ଛାତ୍ରର ବାପା ମାଙ୍କୁ ମଧ୍ୟ ପଚରାଉଚରା ହେଉଛି । ସିସିଟିଭି ଫୁଟେଜ୍ ଯାଂଚ କରୁଛି ପୋଲିସ ।



Source link

Leave A Reply

Your email address will not be published.