ମୁମ୍ବାଇ,୩୧/୧୧ : ବଲିଉଡର ବିବାହ ଓ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା କିଛି ନୂଆ କଥା ନୁହେଁ। କିନ୍ତୁ ଯେତେବେଳେ କଥା ଆମିର ଖାନଙ୍କ ବୈବାହିକ ଜୀବନର ଆସେ, ସେବେ ଏହା ରୋଚକ ହୋଇଯାଏ। ବଲିଉଡର ପରଫେକ୍ସନିଷ୍ଟ ଆମିର ଖାନ୍। ନିଜ ଫିଲ୍ମ ଓ ଅଭିନୟକୁ ନେଇ ସେ ଯେତିକି ଚର୍ଚ୍ଚାରେ ରୁହନ୍ତି, ତା’ଠାରୁ ଅଧିକ ଚର୍ଚ୍ଚା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ରହିଥାଏ । ଖାସ୍ କରି ତାଙ୍କ ବିବାହ ଓ ସମ୍ପର୍କକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଛି। ଆଉ ଏବେ ତାଙ୍କ ବୈବାହିକ ଜୀବନରୁ ଅନୁପ୍ରାଣିତ ହୋଇଛନ୍ତି ଆଉ ଜଣେ ଅଭିନେତା। ଆମିରଙ୍କ ବୈବାହିକ ଜୀବନର ଉଦାହରଣ ଦେଇ ଚର୍ଚ୍ଚାରେ ଅଭିନେତା ଶେହଜାଦ ।
ସେ ହେଉଛନ୍ତି ବଲିଉଡ୍ର ପ୍ରତିଷ୍ଠିତ ଖଳନାୟକ ଅଜିତଙ୍କ ପୁଅ ତଥା ଅଭିନେତା ଶେହଜାଦ ଖାନ୍। ଅନେକ ହିନ୍ଦୀ ଫିଲ୍ମରେ ଖଳନାୟକ ଭାବେ ଅଭିନୟ କରିଥିବା ଶେହଜାଦ ଖାନ୍ ନିଜ ଅଭିନୟ ପାଇଁ ମଧ୍ୟ ପରିଚିତ।। କିନ୍ତୁ ବର୍ତ୍ତମାନ ସେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ୬୦ ବର୍ଷ ବୟସରେ ସେ ପୁଣି ତୃତୀୟ ବିବାହ କରିବାକୁ ଯୋଜନା କରୁଥିବା ନେଇ ଖବର ସାମ୍ନାକୁ ଆସିଛି । ଆଉ ଏହାକୁ ନେଇ ନିକଟରେ ସେ ନିଜେ ଖୁଲାସା ମଧ୍ୟ କରିଛନ୍ତି । ଶେହଜାଦଙ୍କ ବାପା ଅଜିତ ମଧ୍ୟ ଚାରି ଥର ବିବାହ କରିଥିଲେ ।
ସୂଚନା ଅନୁସାରେ, ଶେହଜାଦ ଖାନ୍ ନିଜ ବିବାହ ଓ ପାରିବାରିକ ଜୀବନକୁ ନେଇ ଏକ ଭିନ୍ନ ଚିନ୍ତାଧାରା ରଖିଛନ୍ତି। ଶାହଜାଦଙ୍କ ପ୍ରଥମ ପତ୍ନୀ ଥିଲେ ରୁକୈୟା; ୧୯୯୧ ମସିହାରେ ଦୁହେଁ ବିବାହ କରିଥିଲେ। ତାଙ୍କୁ ଛାଡପତ୍ର ଦେବା ପରେ, ଅଭିନେତା ୨୦୦୮ ମସିହାରେ ହୁମୈରା ଖାନଙ୍କୁ ବିବାହ କରିଥିଲେ। ଶାହଜାଦଙ୍କ ପ୍ରଥମ ବିବାହରୁ ଗୋଟିଏ ପୁଅ ଫାରିସ୍ ଖାନ ଏବଂ ଦ୍ୱିତୀୟ ବିବାହରୁ ଗୋଟିଏ ଝିଅ ଏବଂ ଗୋଟିଏ ପୁଅ ଅଛି। ଆମିର ଖାନଙ୍କ ଭଳି ସମ୍ପର୍କକୁ ସମ୍ମାନ ଦେବା ଓ ପରିବାର ସହ ଭଲ ସମ୍ପର୍କ ବଜାୟ ରଖିବା ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହି ପ୍ରସଙ୍ଗରେ ତାଙ୍କ ତୃତୀୟ ବିବାହକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି।
ଆମିର ଖାନଙ୍କ ବିଷୟରେ କହିବାକୁ ଗଲେ, ସେ ପ୍ରଥମେ ୧୯୮୬ ମସିହାରେ ରୀନା ଦତ୍ତାଙ୍କୁ ବିବାହ କରିଥିଲେ ଏବଂ ୨୦୦୨ ମସିହାରେ ସେମାନଙ୍କର ଛାଡପତ୍ର ହୋଇଥିଲା। ତା’ପରେ ସେ କିରଣ ରାଓଙ୍କୁ ଡେଟ୍ କରିଥିଲେ, କିନ୍ତୁ ୨୦୨୧ ମସିହାରେ ଏହି ଦମ୍ପତିଙ୍କର ଛାଡପତ୍ର ହୋଇଥିଲା। ତା’ପରେ ଆମିର ୨୦୨୬ ମସିହାରେ ଗୌରୀ ସ୍ପ୍ରେଟଙ୍କୁ ବିବାହ କରିଛନ୍ତି ।
