Voice of Eastern India

ଫ୍ଲିପକାର୍ଟରେ ୧୫୦ କୋଟିର ଦୁର୍ନୀତି ଅଭିଯୋଗ: ବିକ୍ରେତାଙ୍କ ଠାରୁ ଲାଞ୍ଚ ନେଇ ପ୍ଲାଟଫର୍ମରେ ଦେଉଥିଲେ ଅଧିକ ସୁବିଧା, ୱାଲମାର୍ଟର ତଦନ୍ତ ଆରମ୍ଭ


ନୂଆଦିଲ୍ଲୀ: ଫ୍ଲିପକାର୍ଟ କର୍ମଚାରୀଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗର ତଦନ୍ତ ଆରମ୍ଭ କଲା ଆମେରିକୀୟ ରିଟେଲ କମ୍ପାନୀ ୱାଲମାର୍ଟ। ଅଭିଯୋଗ କର୍ତ୍ତା କମ୍ପାନୀର ସ୍ମାର୍ଟଫୋନ ଆଣ୍ଡ ଲଗେଜ୍ ଆଣ୍ଡ ଟ୍ରାଭେଲ ଆସେସୋରିଜ୍(ଏଲଟିଏ) ଡିଭିଜନର କର୍ମଚାରୀଙ୍କ ଉପରେ ଦୁର୍ନୀତି ଅଭିଯୋଗ ଆଣିଛନ୍ତି। ଏହି ବିଭାଗର କର୍ମଚାରୀମାନେ ମୋଟ ୧୫୦ କୋଟି ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ କର୍ତ୍ତା ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି।

ଘଟଣା ବିଷୟରେ ଜାଣିଥିବା ୪ ଜଣ କର୍ମଚାରୀଙ୍କ ଠାରୁ ସୂଚନା ନେଇ ମନି କଣ୍ଟ୍ରୋଲ ଏହି ରିପୋର୍ଟ ପ୍ରକାଶ କରିଛି। ଆମେରିକୀୟ ରିଟେଲ କମ୍ପାନୀ ୱାଲମାର୍ଟ ଫ୍ଲିପକାର୍ଟ ୮୦ ପ୍ରତିଶତ ଶେୟାର କିଣିଛି। ତେଣୁ କମ୍ପାନୀ ଉପରେ ୱାଲମାର୍ଟ ପୂରା କବ୍ଜା ରହିଛି। ତେଣୁ ତଦନ୍ତ ଭାର ଏବେ ୱାଲମାର୍ଟ ଉପରେ ରହିଛି।

ଘଟଣା ବିଷୟରେ ଜଣେ ବ୍ୟକ୍ତି କହିଛନ୍ତି ଯେ ବର୍ତ୍ତମାନ ମାମଲାରେ ତଦନ୍ତ ଚାଲିଛି। କେଉଁଭଳି ଏ ଘଟଣା ଘଟିଲା ? କିଏ କେତେ ପରିମାଣରେ ଲାଞ୍ଚ ଖାଇଛନ୍ତି, ସେବୁ ବିଷୟକୁ ନେଇ ତଦନ୍ତ ହେଉଛି। ସବୁ କଥା ସାମ୍ନାକୁ ଆସିଲେ ୱାଲମାର୍ଟ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବ୍ୟକ୍ତି ଜଣଙ୍କ ମନିକଣ୍ଟ୍ରୋଲକୁ କହିଛନ୍ତି। ତେବେ ଏନେଇ ୱାଲମାର୍ଟ ଓ ଫ୍ଲିପକାର୍ଟ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ପ୍ଲିପକାର୍ଟ ଭଳି ଏକ ବଡ଼ ଇ-କମର୍ସ କମ୍ପାନୀରେ ଏଭଳି ଲାଞ୍ଚ କାରବାର ଛୋଟ କଥା ନୁହେଁ। ଏହା ଭାରତର ଏକ ପ୍ରମୁଖ ଇ କମର୍ସ କମ୍ପାନୀ ହୋଇଥିବାରୁ ଏଭଳି ଲାଞ୍ଚ କାରବାର କମ୍ପାନୀ ପରିଚାଳନାର ବ୍ୟବସ୍ଥା ଉପରେ ପ୍ରଶ୍ନ ଛିଡ଼ା କରୁଛି।

Also Read- ଜିଓର ୫ଜି ଗ୍ରାହକ ସଂଖ୍ୟା ୩୦ କୋଟିରେ ପହଞ୍ଚିଲା, ଗତ ୧୨ ମାସରେ ୬.୬ କୋଟି ବୃଦ୍ଧି

ରିପୋର୍ଟ ଅନୁସାରେ, ଫ୍ଲିପକାର୍ଟର ଏହି କର୍ମଚାରୀ ମାନେ ବିଜନେସ୍-ଟୁ-ବିଜନେସ୍ (B2B) ମାଧ୍ୟମରେ ଏହି ଅନିୟମିତତା କରୁଥିଲେ। କିଛି ମୋବାଇଲ୍ ଫୋନ୍ ବ୍ରାଣ୍ଡର ଡିଭାଇସ୍ ଗୋଟିଏ ବ୍ୟବସାୟିକ ସଂସ୍ଥାରୁ ଅନ୍ୟ ସଂସ୍ଥାକୁ ଯିବା ସମୟରେ କର୍ମଚାରୀମାନେ ବିକ୍ରେତାଙ୍କଠାରୁ କିଛି ଟଙ୍କା ନେଉଥିଲେ। ବଦଳରେ ସମ୍ପୃକ୍ତ ବିକ୍ରେତାଙ୍କୁ ଫ୍ଲିପକାର୍ଟ ପ୍ଲାଟଫର୍ମରେ ଅଧିକ ଭିଜିବିଲିଟି ଓ ପ୍ରାଥମିକତା ଦେଉଥିଲେ। ଫଳରେ ବିକ୍ରେତାଙ୍କ ପ୍ରଡକ୍ଟ ଅଧିକ ବିକ୍ରି ହେଉଥିଲା ବୋଲି ଦୁଇ ଜଣ ବ୍ୟକ୍ତି ମନି କଣ୍ଟ୍ରୋଲକୁ ସୂଚନା ଦେଇଛନ୍ତି। 

 B2B ବ୍ୟବସାୟ କିପରି ଚାଲେ?

ଫ୍ଲିପକାର୍ଟ ମୁଖ୍ୟତଃ ଦୁଇଟି ମାଧ୍ୟମରେ ନିଜର B2B ବ୍ୟବସାୟ ଚଲାଏ। ପ୍ରଥମଟି ଫ୍ଲିପକାର୍ଟ ହୋଲସେଲ୍, ଦ୍ୱିତୀୟଟି ହେଲା ଫ୍ଲିପକାର୍ଟର B2B ସେଲ୍ସ ପ୍ରୋଗ୍ରାମ୍। ଫ୍ଲିପକାର୍ଟ ହୋଲସେଲ୍‌ରେ କମ୍ପାନୀ ଛୋଟ ଦୋକାନୀ, ଖୁଚୁରା ବ୍ୟବସାୟୀ ଏବଂ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) ପାଇଁ କାମ କରେ। ସେହିପରି ସେଲ୍ସ ପ୍ରୋଗ୍ରାମ ମାଧ୍ୟମରେ ମାର୍କେଟପ୍ଲେସ୍ ବିକ୍ରେତାଙ୍କୁ ସେବା ଯୋଗାଏ। ଏହା ବ୍ୟତୀତ କମ୍ପାନୀର ଗ୍ରାହକଙ୍କ ପାଇଁ ଅଲଗା ଅନଲାଇନ୍ ମାର୍କେଟପ୍ଲେସ୍ ମଧ୍ୟ ରହିଛି।

ତେବେ ଫ୍ଲିପକାର୍ଟରେ ଏଭଳି ଘଟଣା ନୂଆ ନୁହେଁ। ଗତ ତିନି ବର୍ଷରୁ କମ୍ ସମୟରେ ମଧ୍ୟରେ ଏହା ୱାଲମାର୍ଟର ତୃତୀୟ ଆଭ୍ୟନ୍ତରୀଣ ତଦନ୍ତ। ଅଢ଼େଇ ବର୍ଷ ପୂର୍ବେ ଫ୍ଲିପକାର୍ଟର ସମାନ ଏଲଟିଏ ବିଭାଗରେ ଏଭଳି ଦୁର୍ନୀତି ଅଭିଯୋଗ ଆସିଥିଲା। ସେତେବେଳେ ବି କମ୍ପାନୀ ଏହାର ତଦନ୍ତ କରିଥିଲା। ଏଥିରେ ୩ କର୍ମଚାରୀଙ୍କୁ ବିଦା କରାଯାଇଥିଲା ବୋଲି ସୂତ୍ରରୁ ସୂଚନା ମିଳିଥିଲା।

ତେବେ ଏଇ ୬ ମାସ ପୂର୍ବେ ସ୍ମାର୍ଟଫୋନ୍ ବିଭାଗରେ ଆଉ ଏକ ଆର୍ଥିକ ଅନିୟମିତତା ଅଭିଯୋଗରେ ତଦନ୍ତ ହୋଇଥିଲା। ଏଥିରେ ଜଣେ କର୍ମଚାରୀଙ୍କୁ କମ୍ପାନୀରୁ ବହିଷ୍କାର କରିବାର ଥିଲା। ହେଲେ ତା ପୂର୍ବରୁ ସେ ନିଜ ଆଡ଼ୁ ଇସ୍ତଫା ଦେଇଥିଲେ।

ତେବେ ଗୋଟିଏ କମ୍ପାନୀ ଭିତରେ ବାରମ୍ବାର ଏଭଳି ଅନିୟମିତତା ଅଭିଯୋଗ ଆସିବା କମ୍ପାନୀର ପ୍ରତିଷ୍ଠାକୁ ହାନୀ ପହଞ୍ଚାଇପାରେ। କର୍ମଚାରୀମାନେ ଏଭଳି ଲାଞ୍ଚ କାରବାରରେ ଲିପ୍ତ ରହିଲେ କମ୍ପାନୀ ଉଭୟ ସରକାରୀ ଓ ଜନତାଙ୍କ ବିଶ୍ୱାସ ହରାଇପାରେ।



Source link

Leave A Reply

Your email address will not be published.