Voice of Eastern India

IPL 2027 ପୂର୍ବରୁ CSKର ବଡ଼ ନିଷ୍ପତ୍ତି, ଦଳରୁ ବାହାରିଲେ ଆଉ ଜଣେ ଧୂରନ୍ଧର, ଏବେ କାହାର ହେବ ଏଣ୍ଟ୍ରି ?


ନୂଆଦିଲ୍ଲୀ: IPL 2027 ଠିକ୍ ପୂର୍ବରୁ ୫ ଥରର ଆଇିଏଲ୍ ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସ(CSK) ବହୁତ ବଡ଼ ନିଷ୍ପତ୍ତି ନେଇଛି। ଷ୍ଟିଫେନ ଫ୍ଲେମିଂ ଓ ଏରିକ ସିମନ୍ସଙ୍କ ପରେ ଏବେ ଦଳରେ ଦୀର୍ଘ ସମୟ ଜଡ଼ିତ ଥିବା ବ୍ୟାଟିଂ କୋଚ୍ ମାଇକେଲ୍ ହସିଙ୍କଠୁ ଦୂରେଇ ଯାଇଛି ଫ୍ରାଞ୍ଚାଇଜ। ଅଷ୍ଟ୍ରେଲିଆର ଏହି ପୂର୍ବତନ ବାମହାତୀ ବ୍ୟାଟରଙ୍କ ଚେନ୍ନାଇ ସହିତ ବହୁତ ପୁରୁଣା ସଂପର୍କ ରହିଛି। ହସି ପ୍ରଥମେ ଜଣେ ଖେଳାଳି ଭାବେ CSK ପାଇଁ ଅନେକ ସ୍ମରଣୀୟ ଇନିଂସ ଖେଳି ଦଳକୁ ଜିତାଇଛନ୍ତି।

କ୍ରିକେଟରୁ ଅବସର ନେବା ପରେ ୨୦୧୮ରୁ ହସି CSKରେ ବ୍ୟାଟିଂ କୋଚ୍ ଦାୟିତ୍ଵରେ ରହିଥିଲେ। ହେଲେ ଶନିବାର ଫ୍ରାଞ୍ଚାଇଜ କୋଚିଂ ଷ୍ଟାଫରେ ପରିବର୍ତ୍ତନ କରିବା ଯୋଜନା ସ୍ଵରୂପ ହସିଙ୍କୁ ନେଇ ଏହି ବଡ଼ ନିଷ୍ପତ୍ତି ନେଇଛି। ଏବେ ପ୍ରଶ୍ନ ଉଠୁଛି ସିଏସକେର ପରବର୍ତ୍ତୀ ବ୍ୟାଟିଂ କୋଚ୍ କିଏ ହେବ ?

Also Read: ଦଳରେ ମୋତେ ଚୟନ କରାଯାଉ ନାହିଁ, ଭୁବନେଶ୍ଵରଙ୍କ ପ୍ରତ୍ୟାବର୍ତ୍ତନ ପରେ ଦୁଃଖ ବଖାଣିଲେ ଶାମି

ଚେନ୍ନାଇ ସୁପର କିଙ୍ଗ୍ସ ଆଗାମୀ ସିଜିନରେ ପୂରା ନୂଆ ରଙ୍ଗରେ ମଇଦାନକୁ ଫେରିବା ପାଇଁ ପ୍ରସ୍ତୁତି କରୁଛି। ତେଣୁ ଦଳ ନିଜର ସପୋର୍ଟ ଷ୍ଟାଫରେ ଗୋଟିଏ ପରେ ଗୋଟିଏ ପରିବର୍ତ୍ତନ କରି ଚାଲିଛି। ଚଳିତ ବର୍ଷ ଆରମ୍ଭରେ ଫ୍ରାଞ୍ଚାଇଜ ଦଳରେ ଦୀର୍ଘ ବର୍ଷ ଧରି ମୁଖ୍ୟ କୋଚ୍ ଥିବା ଷ୍ଟିଫେନ ଫ୍ଲେମିଂଙ୍କୁ ବାହାରର ରାସ୍ତା ଦେଖାଇଥିଲା। ତାଙ୍କ ସ୍ଥାନରେ ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଜାହିର ଖାନଙ୍କୁ ଦାୟିତ୍ଵ ଦିଆଯାଇଛି।

ଏରିକ ସିମନ୍ସଙ୍କୁ ହଟାଇ ତାଙ୍କ ସ୍ଥାନରେ ପୂର୍ବତନ ଭାରତୀୟ ଦ୍ରୁତ ବୋଲର ମୋହିତ ଶର୍ମାଙ୍କୁ ବୋଲିଂ କୋଚ୍ କରାଯାଇଛି। ଏହା ବ୍ୟତୀତ ଫିଲ୍ଡିଂ କୋଚ୍ ଜେମ୍ସ ଫାଷ୍ଟରଙ୍କ ଭବିଷ୍ୟତ ମଧ୍ୟ ଅନିଶ୍ଚିତତା ଦେଇ ଗତି କରୁଛି।

Also Read: ୧୧ ଛକା ଏବଂ ୩୭ ବଲରେ ଶତକ…ଡିଭିଲିୟର୍ସଙ୍କ ବ୍ୟାଟିଂ ବିସ୍ଫୋରଣରେ ହାସିଲା ଆଷ୍ଟ୍ରେଲିଆ ଚାମ୍ପିଅନ୍ସ

କ’ଣ ଇଂଲଣ୍ଡ ଟିମକୁ ଯିବେ ହସି ?

ମାଇକେଲ୍ ହସିଙ୍କ ଯିବା ପଛର କାରଣ ଇଂଲଣ୍ଡ ଟିମ ସହ ଥିବା କନେକ୍ସନ। ଫ୍ଲେମିଂଙ୍କ ସହିତ ତାଙ୍କର ସଂପର୍କ ବେଶ ନିବିଡ଼। ହସି ଶୀଘ୍ର ଇଂଲଣ୍ଡ ଟେଷ୍ଟ ଟିମର ନୂଆ ବ୍ୟାଟିଂ କୋଚ୍ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହା ପୂର୍ବରୁ ହସି ୨୦୨୨ ଟି-୨୦ ବିଶ୍ଵକପରେ ପରାମର୍ଶଦାତା ଭାବେ ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।



Source link

Leave A Reply

Your email address will not be published.