Voice of Eastern India

ଓଡ଼ିଶା ପାଇଁ ଗୌରବ, ‘ପ୍ରାଇଡ୍ ମିସ୍ ଇଣ୍ଡିଆ ୨୦୨୬’ ହେଲେ SCB ଛାତ୍ରୀ ଶ୍ରୀୟା


କଟକ ୮।୧୦: ଏସ୍‌ସିବି ମେଡିକାଲ କଲେଜର ଏବିଏସ୍ ଦ୍ୱିତୀୟ ବର୍ଷର ଛାତ୍ରୀ ଶ୍ରୀୟା ଶିବଦର୍ଶିନୀ ପଣ୍ଡା ଓଡ଼ିଶା ପାଇଁ ସୁନାମ ଆଣିଛନ୍ତି । ପ୍ରାଇଡ୍ ମିସ୍ ଇଣ୍ଡିଆ ୨୦୨୬ ପ୍ରତିଯୋଗିତାରେ ସେ ବିଜୟୀ ହୋଇଛନ୍ତି । ନୂଆଦିଲ୍ଲୀର ଦ୍ଵାରକା ସ୍ଥିତ ତାଜ୍ ଭିଭାନ୍ତ ଠାରେ ଏହି ଏହି ମର୍ଯ୍ୟାଦାଜନକ ମୁକୁଟ ତାଙ୍କୁ ମିଳିଛି । ତାଙ୍କ ନିଜ ଘର ଭଦ୍ରକ ଜିଲ୍ଲା ବନ୍ତ ସାହାଡ଼ାଗଡ଼ିଆ ଅଞ୍ଚଳରେ ହୋଇଥିଲେ ହେଁ ସେ ବାପା ଡାକ୍ତର ତ୍ରିନାଥ ପଣ୍ଡା ଓ ମାଆ ମିନତି ପଣ୍ଡାଙ୍କ ସହ ଭୁବନେଶ୍ବରରେ ରହୁଛନ୍ତି ।

ଜାତୀୟ ସ୍ତରରେ ହେଉଥିବା ଏହି ପ୍ରାଇଡ୍ ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ କଷ୍ଟୁମ ରାଉଣ୍ଟ୍, ଟ୍ୟାଲେଣ୍ଟ୍ ରାଉଣ୍ଡ୍ରେ ଦେଶରେ ସେ ବହୁ ପ୍ରତିଭାଙ୍କୁ ଶ୍ରୀୟା ପଛରେ ପକାଇଥିଲେ । ଏଥିରେ ସେ ଓଡ଼ିଆଙ୍କ ସଂସ୍କୃତି ଓ ଓଡ଼ିଶୀ ପୋଷାକ ପରିଧାନ କରି ଚମତ୍କାର କଳା ପ୍ରଦର୍ଶନ କରିଥିଲେ । ଏହି ପ୍ରତିଯୋଗିତା କେବଳ ସୁନ୍ଦର ରୂପ ଚର୍ଯ୍ୟାକୁ ନେଇ ନ ଥିଲା ବୋଲି ଶ୍ରୀୟା କହିଛନ୍ତି ।

Also Read:- ୩୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଶିକ୍ଷା ବିଭାଗ ଅଧିକାରୀ, ୩ ଠିକଣାରେ ଚଢ଼ାଉ

ବିଶେଷକରି ଏଥିରେ ଟ୍ୟାଲେଣ୍ଟ୍ ରାଉଣ୍ଡ୍‌ରେ ବହୁ ଗୁରୁତ୍ଵ ଦିଆଯାଇଥିଲା । ଏଥରେ ଅଭିଜ୍ଞ ବିଚାରକମଣ୍ଡଳୀଙ୍କ ଦ୍ଵାରା ଉପସ୍ଥିତି ବୁଦ୍ଧି(ପ୍ରେଜେନ୍ସ ଅଫ୍ ମାଇଣ୍ଡ୍), ମାନସିକ ଓ ଶାରୀରିକ ସୁସ୍ଥତା, ଦକ୍ଷତା, ଜ୍ଞାନ ଓ ବିଭିନ୍ନ ପ୍ରସଙ୍ଗରେ ପ୍ରଶ୍ନଭୋର କରାଯାଇଥିଲା । ଏସବୁ ପ୍ରତିଯୋଗିତାରେ ଶ୍ରୀୟା ଦକ୍ଷତା ପ୍ରଦର୍ଶନ କରି ଶୀର୍ଷସ୍ଥାନରେ ଥିବାରୁ ମୋତେ ଏହି ପ୍ରାଇଡ୍ ମିସ୍ ଇଣ୍ଡିଆ ସମ୍ମାନ ମିଳିଥିଲା ବୋଲି ଶ୍ରୀୟା କହିଛନ୍ତି ।

Watch Video:



Source link

Leave A Reply

Your email address will not be published.