Voice of Eastern India

୧୨ ଦିନ ପରେ ବି ରହସ୍ୟ ଉପରୁ ହଟୁନି ପରଦା, ୩ ଥର ବିଫଳ ପରେ ଶୁଭଶ୍ରୀଙ୍କ ମୃତଦେହ ଖୋଜୁଛି ଅଗ୍ନିଶମ ବାହିନୀ


ପଟ୍ଟାମୁଣ୍ଡାଇ ୭।୧୦: ହଂସୁଆ ନଦୀରେ ଶୁଭଶ୍ରୀଙ୍କ ମୃତଦେହ ଖୋଜା । ମୃତଦେହ ଖୋଜୁଛି ଅଗ୍ନିଶମ ବାହିନୀ । କେନ୍ଦ୍ରାପଡ଼ା ରାଜନଗର ରାଜପୁର ଗାଁର ଶୁଭଶ୍ରୀ ଦାସଙ୍କ ମୃତ୍ୟୁ ଘଟଣା ଉପରୁ ହଟୁନି ପରଦା । ଘଟଣକୁ ୧୨ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଘଟଣାର ଖିଅ ପାଉନି ।

ରାଜନଗର ହଂସୁଆ ନଦୀର ଗର୍ଜନପୁର ନିକଟରେ ଶୁଭଶ୍ରୀଙ୍କ ମୃତଦେହ ଲାଗିଥିଲା । ଏହି ମୃତଦେହ ସମ୍ପର୍କରେ ସ୍ଥାନୀୟ ଜଣେ ମତ୍ସ୍ୟଜୀବୀ ମୃତ ଶୁଭଶ୍ରୀଙ୍କ ପରିବାରକୁ ସୂଚନା ଦେଇଥିଲେ । ଖବର ପାଇ ପରିବାର ଲୋକେ ବୋଟ୍ ଯୋଗେ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ସେଠାରୁ ନିଛାଟିଆ ସ୍ଥାନକୁ ନେଇ ନଦୀ ନଝିରେ ମୃତଦେହରେ ପଥର ବାନ୍ଧି ଫିଙ୍ଗି ଦେଇଥିବା କୁହାଯାଉଛି । ଘଟଣା ପ୍ରଘଟ ପରେ ପୋଲିସ ସେହି ସ୍ଥାନରେ ପହଞ୍ଚି ଛାନଭିନ ଆରମ୍ଭ କରିବା ସହ ଶୁଭଶ୍ରୀଙ୍କ ପରିବାର, ବୋଟ୍ ଚାଳକଙ୍କ ସମେତ ୮ ଜଣଙ୍କୁ ଉଠାଇ ଆଣି ଥାନାରେ ଅଟକ ରଖି ପଚାର ଉଚରା କରି ଛାଡି ଦେଇଛି ।

Also Read:- ନିର୍ବାଚନ ତାଲିକାରୁ ଲ’ କଲେଜ ବାଦ୍, ମନ୍ତ୍ରୀଙ୍କ ଘର ଆଗରେ ଛାତ୍ରଙ୍କ ବିକ୍ଷୋଭ

ଶୁଭଶ୍ରୀ ନିଖୋଜ ଥିବା ନେଇ ତାଙ୍କ ଜେଜେ ରାଜନଗର ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ପରିବାର ଶୁଦ୍ଧି ହୋଇ କ୍ରିୟା କର୍ମ ଶେଷ କରିଥିବା ତାଙ୍କ ପୁରୋହିତ ସୂଚନା ଦେଇଛନ୍ତି । ପ୍ରକୃତରେ ଶୁଭଶ୍ରୀଙ୍କ ମୃତ୍ୟୁ କେମିତି ହେଲା । ମୃତଦେହ କେଉଁଆଡେ ଗଲା । ୧୨ ଦିନ ପରେ ପୋଲିସ ଘଟଣା ଉପରୁ ପରଦା ନଉଠାଇ ଚୁପ୍ ରହିବା ପୋଲିସର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ ଉଠିଛି । ପୂର୍ବରୁ ଅଗ୍ନିଶମ ବାହିନୀ ୩ ଥର ଶବ ଖୋଜି ନିରାଶ ହୋଇ ଫେରିଥିବା ବେଳେ ବୁଧବାର ପୁଣି ହଂସୁଆ ନଦୀରେ ଅଗ୍ନିଶମ ବାହିନୀ ଶୁଭଶ୍ରୀଙ୍କ ମୃତଦେହ ଖୋଜୁଛି ।

Watch Video:

 



Source link

Leave A Reply

Your email address will not be published.