Voice of Eastern India

ରାଜଧାନୀରେ ନାବାଳକ ଗାଡ଼ି ଚାଳନା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ: ଆରମ୍ଭ ହେଲା ସ୍ପେଶାଲ୍ ଡ୍ରାଇଭ୍


ଭୁବନେଶ୍ୱର: ରାଜଧାନୀରେ ନାବାଳକମାନଙ୍କ ଦ୍ୱାରା ବେପରୁଆ ଗାଡ଼ି ଚାଳନାକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି। ଆଜି ଭୁବନେଶ୍ୱରରେ ଆରମ୍ଭ ହୋଇଛି ଏକ ସ୍ୱତନ୍ତ୍ର ଯାଞ୍ଚ ଅଭିଯାନ ବା ସ୍ପେଶାଲ୍ ଡ୍ରାଇଭ୍। ଆରଟିଓ ଏବଂ କମିଶନରେଟ୍ ପୋଲିସର ମିଳିତ ସହଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

ବିଶେଷ କରି ୧୮ ବର୍ଷରୁ କମ୍ ବୟସର ପିଲାମାନେ ଗାଡ଼ି ଚଳାଉଥିଲେ ସେମାନଙ୍କ ବିରୁଦ୍ଧରେ ଆଇନଗତ କଠୋର ଦଣ୍ଡବିଧାନ କରାଯିବ। ଚେକିଂ ସମୟରେ ନାବାଳକମାନେ ଗାଡ଼ି ଚଳାଉଥିବା ଜଣାପଡ଼ିଲେ କେବଳ ଫାଇନ୍ ଆଦାୟ କରାଯିବ ନାହିଁ, ବରଂ ସେମାନଙ୍କ ଅଭିଭାବକଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

Also Read: ୮ ବର୍ଷ ପରେ କ୍ୟାମ୍ପସରେ ବାଜିଲା ନିର୍ବାଚନୀ ବିଗୁଲ, ଅକ୍ଟୋବର ୧୫ରେ ଛାତ୍ର ସଂସଦ ନିର୍ବାଚନ

ପ୍ରାପ୍ତ ସୂଚନା ଅନୁଯାୟୀ, ଆଜି ସତ୍ୟନଗର ଛକଠାରୁ ଆରମ୍ଭ କରି ମାଷ୍ଟର କ୍ୟାଣ୍ଟିନ୍ ଛକ ପର୍ଯ୍ୟନ୍ତ ବିଭିନ୍ନ ପ୍ରମୁଖ ସ୍ଥାନରେ ଏହି କଡ଼ା ଯାଞ୍ଚ୍ ଜାରି ରହିଛି। କେବଳ ଗୋଟିଏ ଦିନ ପାଇଁ ଏହି ସ୍ୱତନ୍ତ୍ର ଡ୍ରାଇଭ୍ ଅନୁଷ୍ଠିତ ହେଉଛି। ଟ୍ରାଫ୍ଟିକ୍ ନିୟମକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବା ଏବଂ ଦୁର୍ଘଟଣା ହ୍ରାସ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ।



Source link

Leave A Reply

Your email address will not be published.