Voice of Eastern India

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ କେନ୍ଦ୍ର ଆଇନ ମନ୍ତ୍ରୀ, ପ୍ରଧାମନ୍ତ୍ରୀଙ୍କ ଶୁଭ ମନାସି କଲେ ପୂଜାର୍ଚ୍ଚନା


ପୁରୀ ୧୦।୬: ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହିତ ସାନିଧ୍ୟ ଲାଭ କରିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ । ମହାପ୍ରଭୁଙ୍କ ଦର୍ଶନ ସାରି ଫେରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କେନ୍ଦ୍ର ଆଇନ ମନ୍ତ୍ରୀ କହିଛନ୍ତି, ଆଜି ଭାରତ ବର୍ଷ ପାଇଁ ଏବଂ ଦେଶର ଗଣତନ୍ତ୍ର ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ଦିନ।ଭାରତ ବର୍ଷରେ ନିର୍ବାଚିତ ପ୍ରତିନିଧି ଭାବରେ ସର୍ବାଧିକ ଦିନ ପାଇଁ ପ୍ରଧାନମନ୍ତ୍ରୀ ରହିବାର ସୌଭାଗ୍ୟ ପାଇଛନ୍ତି ନରେନ୍ଦ୍ର ମୋଦୀ । ଏହି ସମୟରେ ଦେଶରେ ସୁଶାସନ ଓ ବିକାଶର ଧାରା ପ୍ରବାହ ହୋଇଛି । ତେଣୁ ଏଭଳି ଏକ ଦିନରେ ମହାପ୍ରଭୁଙ୍କ ପାଖରେ ଦେଶର ଓ ପ୍ରଧାନମନ୍ତ୍ରୀଙ୍କର ଶୁଭ କାମନା କରିଛି ବୋଲି କହିଛନ୍ତି ମନ୍ତ୍ରୀ ।

Also Read:- କୋଟିଆରେ ଆନ୍ଧ୍ର ପ୍ରଦେଶ ଆଦିବାସୀ କଲ୍ୟାଣ ମନ୍ତ୍ରୀ, ଗସ୍ତକୁ ନେଇ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଦର୍ଶନ ପରେ ପ୍ରଧାନମନ୍ତ୍ରୀ ଶୁଭ କାମନା କରି ଅରୁଣ ସ୍ତମ୍ଭ ନିକଟରେ ପ୍ରଦୀପ ପ୍ରଜ୍ଵଳନ କରିଥିଲେ । ଏହାସହିତ ମନ୍ତ୍ରୀ ସାଂସଦ ଓ ବିଭିନ୍ନ ଶୁଭେଚ୍ଛୁ ମାନଙ୍କ ଜଗନ୍ନାଥ ତ୍ରାହିମାମ ଜଣାଣରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ସିଂହଦ୍ୱାର ।

ପୁରୀ ସାଂସଦ ସମ୍ବିତ ପାତ୍ରଙ୍କ ସମେତ ବିଜେପି କର୍ମୀ ଓ ଶୁଭେଚ୍ଛୁ ମାନେ ଉପସ୍ଥିତ ରହିଥିଲେ । ସନ୍ଧ୍ୟାରେ ଆଜି ମହୋଦଧି ଅର୍ଚନା କାର୍ଯ୍ୟକ୍ରମ ମଧ୍ୟ ରହିଛି । ଦେଶରେ ସବୁ ମନ୍ଦିରରେ ଆଜି ପ୍ରଧାନମନ୍ତ୍ରୀଙ୍କ ଶୁଭ ମନାସି ପୂଜା କରାଯାଉଛି । ତେଣୁ ଦେଶର ଲୋକତାନ୍ତ୍ରିକ ଇତିହାସରେ ଏହା ଏକ ବଡ ଦିନ ବୋଲି ପୁରୀ ସାଂସଦ ସମ୍ବିତ ପାତ୍ର କହିଛନ୍ତି ।



Source link

Leave A Reply

Your email address will not be published.