Voice of Eastern India

Panchayat Election: ପଞ୍ଚାୟତ ନିର୍ବାଚନକୁ ନେଇ ତିନି ଦଳର କାଦୁଅ ଫିଙ୍ଗା, ବିଜେପି ପ୍ରସ୍ତୁତ ନ ଥିବା କହିଲା ବିଜେଡି-କଂଗ୍ରେସ


ଭୁବନେଶ୍ଵର: ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ନେଇ ଏବେଠୁ ସରଗରମ ହେଲାନି ରାଜ୍ୟ ରାଜନୀତି। ତିନି ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିବା ସହ ନିର୍ବାଚନ ଜିତିବା ନେଇ ଦମ୍ଭୋକ୍ତି ପ୍ରକାଶ କରୁଛନ୍ତି। ବିଜେପି ନିଜର ରାଜ୍ୟ ପ୍ରଭାରୀଙ୍କୁ ନେଇ ଦୁଇ ଦିନ ହେବ ବୈଠକ ଡକାଇ ମାନସ ମନ୍ଥନ କରୁଛି। ତିନି ଦଳ ଭିତରେ କାଦୁଅ ଫିଙ୍ଗା ଆରମ୍ଭ ହୋଇ ଯାଇଛି। କିନ୍ତୁ ପଞ୍ଚାୟତ ନିର୍ବାଚନକୁ ନେଇ ବିଜେପି ପ୍ରସ୍ତୁତ ନ ଥିବା କହିଛନ୍ତି ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ। ତେବେ ଜେନ ଜିକୁ ବେଶ ଗୁରୁତ୍ଵ ଦେଇଛନ୍ତି ବିଜେଡି ଓ କଂଗ୍ରେସ।

ପ୍ରଭାରୀ କହୁଛନ୍ତି ଦଳ ସହଜ ସ୍ଥିତିରେ ନାହିଁ

ପଞ୍ଚାୟତ ନିର୍ବାଚନକୁ ନେଇ ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ ଗଣମାଧ୍ୟମରେ କହିଛନ୍ତି ଯେ, ଦଳୀୟ ବୈଠକରେ ବିଜେପି ସହଜ ସ୍ଥିତିରେ ନ ଥିବା କହିଛନ୍ତି ତାଙ୍କର ପ୍ରଭାରୀ। ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡି ସବୁବେଳେ ପ୍ରସ୍ତୁତ ରହିଛି। କାରଣ ବିଜେଡି ସବୁବେଳେ ଗ୍ରାଉଣ୍ଡରେ ରହେ ଏବଂ କାମ କରି ଆସିଛି। ଲୋକଙ୍କ ସେବାରେ ଦଳ ସର୍ବଦା ରହିଛି। ପଞ୍ଚାୟତ ନିର୍ବାଚନ ଆସିଲେ ସବୁ ସ୍ପଷ୍ଟ ହେବ। ଏମିତି କି ପ୍ରଭାରୀ ବୈଠକରେ ଦଳ ସହଜ ସ୍ଥିତିରେ ନ ଥିବା କହିଥିବା କହିଛନ୍ତି ବିଜେଡି ବିଧାୟକ। ଫଳରେ ବିଜେପି ନିଜେ ଆତଙ୍କିତ ଅଛି। ଜେନ ଜି କାହା ସପକ୍ଷରେ ଅଛନ୍ତି ବିଜେପିକୁ ବୁଝେଇବାକୁ ପଡ଼ିବନି। ଜେନ ଜିଙ୍କୁ ମନେଇବା ଚେଷ୍ଟା କାମ ଦେବନି ବୋଲି ସେ କହିଛନ୍ତି।

Also Read: ପଞ୍ଚାୟତ ନିର୍ବାଚନ ପାଇଁ ମାନସ ମନ୍ଥନ କଲେ ବିଜେପି ରାଜ୍ୟ ପ୍ରଭାରୀ, ଜିତିବା ପାଇଁ ପ୍ରସ୍ତୁତ ହେଲା ଖସଡ଼ା

ଉଭୟ ବିଜେପି ଓ ବିଜେଡିକୁ କଂଗ୍ରେସର ଟାର୍ଗେଟ୍

ପଞ୍ଚାୟତ ଲଢ଼େଇକୁ ନେଇ କଂଗ୍ରେସ ନିଜ ପ୍ରତିକ୍ରିୟାରେ କହିଛି ଯେ, ଦଳ ନିର୍ବାଚନ ଲଢିବା ପାଇଁ ପୂରା ପ୍ରସ୍ତୁତ। ସବୁ ରାଜନୈତିକ ଦଳ ନିଜ ନିଜ କାମ କରୁଛନ୍ତି। ହେଲେ ଶାସକ ବିଜେପି ତଳକୁ ଖସୁଛି।। ଅଢେଇ ବର୍ଷ ଭିତରେ କିଛି କାମ କରି ନାହାନ୍ତି। ତାଙ୍କ ପରିସ୍ଥିତି ଭଲ ନାହିଁ। ବିଜେଡି ଏବେ ନିର୍ବାଚନ ଲଢ଼ିବା ସ୍ଥିତିରେ ନାହିଁ। ଲୋକ ସେହି ଦଳକୁ ଚାହୁଁ ନାହାନ୍ତି। ଲୋକ ତାଙ୍କୁ ସାଧାରଣ ନିର୍ବାଚନରେ ପ୍ରତ୍ୟାଖ୍ୟାନ କରି ସାରିଛନ୍ତି।

ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି, ଏପଟେ କଂଗ୍ରେସର ଗ୍ରହଣୀୟତା ବଢିଛି। ଦଳର ସବୁ କାର୍ଯ୍ୟକ୍ରମରେ ହଜାର ହଜାର ଲୋକ ଆସୁଛନ୍ତି। ସବୁ ପ୍ରସଙ୍ଗରେ ଲୋକଙ୍କ ସ୍ୱର ବର୍ତ୍ତମାନ କଂଗ୍ରେସ ପାଲଟିଛି। ଆସନ୍ତା ପଞ୍ଚୟତ ନିର୍ବାଚନରେ କଂଗ୍ରେସ ହିଁ ଜିତିବ।ଜେନ୍ ଜି ବର୍ତ୍ତମାନ ସମୟରେ ବିଜେପି ପାଇଁ କ୍ଷତିଗସ୍ତ ହୋଇଛନ୍ତି। ଡବଲ ଇଞ୍ଜିନ ବିରୋଧରେ ଜେନ୍ ଜି ଲଢେଇ କରୁଛନ୍ତି। ରାହୁଲ ଗାନ୍ଧୀଙ୍କ ସହ ଜେନ୍ ଜି ଅଛନ୍ତି। ଚାଷୀ, ଛାତ୍ରଛାତ୍ରୀ, ଶିକ୍ଷିତ ବେକାର, ମହିଳା ସୁରକ୍ଷା ପ୍ରସଙ୍ଗକୁ ନେଇ ଆମେ ଲୋକଙ୍କ ପାଖକୁ ଯାଉଛୁ। ଏମଏମଡ଼ିଆର ଆଇନ ପ୍ରତ୍ୟହାରକୁ ନେଇ ଲୋକ ମୁଖ୍ୟ ପ୍ରସଙ୍ଗ କରାଯିବ।

ସୂଚନାଯୋଗ୍ୟ, ଆସନ୍ତା ମାର୍ଚ୍ଚ କିମ୍ବା ଏପ୍ରିଲରେ ରାଜ୍ୟରେ ପଞ୍ଚାୟତ ଏବଂ ପୌର ନିର୍ବାଚନ ହୋଇପାରେ। ଶାସକ ବିଜେପି ପରି ଦୁଇ ବିରୋଧୀ ଦଳ ବିଜେଡି ଏବଂ କଂଗ୍ରେସ ମଧ୍ୟ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି।

Also Read: ଭିଆରଏସ ମାଗିଲେ ଆର୍. ଏସ ଗୋପାଳନ୍, ତେଜିଲା ରାଜ୍ୟ ରାଜନୀତି



Source link

Leave A Reply

Your email address will not be published.