Voice of Eastern India

‘ପରମାଣୁ ଅସ୍ତ୍ର ପକାଇଦେବି’ : ୟୁରୋପକୁ ଧମକ ଦେଲେ ପୁଟିନ, କହିଲେ…


ନୂଆଦିଲ୍ଲୀ, ୦୩/୧୦ :ରୁଷର କାଲିନିନଗ୍ରାଡ୍ କ୍ଷେତ୍ରରେ ଆକ୍ରମଣ ହେଲେ ନାଟୋ ଦେଶଗୁଡ଼ିକ ଉପରେ ପରମାଣୁ ଅସ୍ତ୍ରରେ ହମଲା କରାଯିବ ବୋଲି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଧମକ ଦେଇଛନ୍ତି। ଏହାର ଜବାବ ଦେବାକୁ ରୁଷ୍ ସବୁ ପ୍ରକାର ଅସ୍ତ୍ର ପ୍ରସ୍ତୁତ ରଖିଛି ଏବଂ ସେଥି ମଧ୍ୟରେ ପରମାଣୁ ଅସ୍ତ୍ର ବି ରହିଛି ବୋଲି ପୁଟିନ୍ କହିଛନ୍ତି।

ମସ୍କୋରେ ଏକ କାର୍ଯ୍ୟକ୍ରମରେ ପୁଟିନ କହିଛନ୍ତି,ୟୁରୋପର କୌଣସି ଦେଶ ଉପରେ ରୁଷ୍ ଆକ୍ରମଣ କରିବାର ଯୋଜନା ନାହିଁ। କିନ୍ତୁ ରୁଷ୍ ନିଜ ଜମିର ସୁରକ୍ଷା ପାଇଁ ସବୁପ୍ରକାର ଜରୁରି ପଦକ୍ଷେପ ନେବ । ରୁଷର କୌଣସି ଅଞ୍ଚଳରେ ଆକ୍ରମଣ ବିପଦ ରହିଲେ ରୁଷ୍ ଏହାର କଡ଼ା ଜବାବ ଦେବ। ଏହା ଧମକ ନୁହେଁ। ଏହା ଆମକୁ ଡରାଇବାକୁ କରାଯାଉଥିବା ଚେଷ୍ଟାର ଜବାବ।

Also Read :- ଆସିବ ବାତ୍ୟା ! ଭୟରେ ଗଞ୍ଜାମବାସୀ, ଡରାଇଲାଣି ଅକ୍ଟୋବର

ପ୍ରକାଶଥାଉ କି,କାଲିନିନଗ୍ରାଡ୍ ରୁଷର ଏକ ଅଲଗା ଭାଗ। ଏହା ରୁଷର ମୁଖ୍ୟ ଭୂଭାଗ ସହ ଯୋଡ଼ି ହୋଇନାହିଁ। ରୁଷରୁ ସଡ଼କ ମାର୍ଗରେ ସେଠାରେ ପହଞ୍ଚିବାକୁ ହେଲେ ଅନ୍ୟ ଦେଶ ଦେଇ ଯିବାକୁ ପଡ଼ିଥାଏ। ତେବେ ବାଲଟିକ ସାଗର ଦେଇ ସେଠାରେ ସିଧା ପହଞ୍ଚାଯାଇପାରିବ। ଦ୍ବିତୀୟ ବିଶ୍ଵଯୁଦ୍ଧ ପୂର୍ବରୁ ଏହି ଅଞ୍ଚଳକୁ କାନିସବର୍ଗ କୁହାଯାଉଥିଲା ଏବଂ ଏହା ଜର୍ମାନୀର ଅଂଶ ଥିଲା। ଯୁଦ୍ଧ ପରେ ୧୯୪୫ରେ ଏହା ସୋଭିଏତ ସଂଘ ନିୟନ୍ତ୍ରଣକୁ ଚାଲି ଆସିଥିଲା । ସୋଭିଏତ ସଂଘ ପରେ ୧୯୯୧ରେ ତାହା ରୁଷର ଅଂଶ ରହିଥିଲା ।

ଏବେ ରୁଷ୍ ସେହି ଅଞ୍ଚଳକୁ ନିଜର ଗୁରୁତ୍ବପୂର୍ଣ୍ଣ ସାମରିକ ଠିକଣାରେ ପରିଣତ କରିଛି। ସେଠାରୁ ବାଲଟିକ ସାଗର ଏବଂ ନାଟୋ ସଦସ୍ୟ ଦେଶଗୁଡ଼ିକର ଆଖପାଖରେ ରୁଷ୍ ନିଜ ସୈନ୍ୟ ଉପସ୍ଥିତି ବଜାୟ ରଖ୍ ପାରିବ। ୟୁରୋପୀୟ ଦେଶଗୁଡିକ ବିଶ୍ୱରେ ଅସ୍ଥିରତା ସୃଷ୍ଟି କରୁଥିବା ପୁଟିନ୍ କହିଛନ୍ତି। ଆଗାମୀ ବର୍ଷରେ ପାଶ୍ଚାତ୍ୟ ଦେଶଗୁଡ଼ିକ ରୁଷ୍ ସହ ଯୁଦ୍ଧ କରିବାକୁ ପ୍ରସ୍ତୁତି କରୁଥିବା ମଧ୍ୟ ପୁଟିନ୍ ଦାବି କରିଛନ୍ତି। ସେ ବାଲଟିକ ସାଗରରେ ଯୁଦ୍ଧାଭ୍ୟାସ ଏବଂ ରୁଷୀୟ ଜାହାଜକୁ ଜବତ କରାଯାଇଥିବା କଥା ମଧ୍ୟ କହିଥିଲେ।

ରୁଷ୍ ଆଶଙ୍କା କରୁଛି ଯେ,ନାଟୋ ସମୁଦ୍ର ଏବଂ ଆକାଶ ମାର୍ଗରୁ କାଲିନିନଗ୍ରାଡ୍ ପର୍ଯ୍ୟନ୍ତ ଯାତାୟାତ ରୋକିବାକୁ ଉଦ୍ୟମ କରିପାରେ। ଯଦ୍ୱାରା କାଲିନିନଗ୍ରାଡ୍ ରୁଷର ବାକି ଅଂଶରୁ ବିଚ୍ଛିନ୍ନ ହୋଇପାରେ। ଏଥିସହ କାଲିନନଗ୍ରାଡ ଆଖପାଖରେ ନାଟୋର ସାମରିକ ଗତିବିଧି ମଧ୍ୟ ବୃଦ୍ଧିପାଉଛି। ରୁଷ୍ ଏହାକୁ କାଲିନିନଗ୍ରାଡ୍ ପାଇଁ ବିପଦ ଭାବେ ଦେଖୁଛି ।



Source link

Leave A Reply

Your email address will not be published.