Voice of Eastern India

OMFED milk price hike: ଗ୍ରାହକଙ୍କୁ ମହଙ୍ଗା ମାଡ଼, ବଢ଼ିଲା ଓମଫେଡ୍ କ୍ଷୀର ଦାମ୍


ଭୁବନେଶ୍ବର ୩।୧୦: ପୁଣି ଗ୍ରାହକଙ୍କୁ ମହଙ୍ଗା ମାଡ଼ । କ୍ଷୀର ଦର ବୃଦ୍ଧି କରିବ ଓମଫେଡ୍ । ଆସନ୍ତା ୪ ତାରିଖରୁ ଓମଫେଡ୍ କ୍ଷୀର ଦର ବୃଦ୍ଧି କରିବାକୁ ଯାଉଛି । ପ୍ରତି ଲିଟରରେ ୨ରୁ ୪ ଟଙ୍କା ବଢିଛି । ଟୋନ୍ଡ ଦୁଗ୍ଧ ଲିଟର ପ୍ରତି ୫୬ ଟଙ୍କାରୁ ବୃଦ୍ଧି ପାଇ ୫୮ ଟଙ୍କା ହୋଇଛି ।

ରାଜ୍ୟରେ ଓମଫେଡ୍ କ୍ଷୀରର ଦର ଲିଟର ପିଛା ୨ରୁ ୪ ଟଙ୍କା ବୃଦ୍ଧି ପାଇଛି । ଆସନ୍ତା ଅକ୍ଟୋବର ୪ ତାରିଖରୁ ଏହି ବର୍ଦ୍ଧିତ ଦର ଲାଗୁ ହେବ । ଯାହା ଗ୍ରାହକଙ୍କ ଉପରେ ସିଧାସଳଖ ପ୍ରଭାବ ପକାଇବ । ତେବେ ଗତ ୫ ମାସ ମଧ୍ୟରେ ଓମଫେଡ୍ ଦ୍ୱିତୀୟ ଥର ପାଇଁ କ୍ଷୀର ଦର ବୃଦ୍ଧି କରିଛି ।

କେଉଁ କ୍ଷୀର ଦାମ୍ କେତେ ହେଲା-

ପ୍ରିମିୟମ୍ କ୍ଷୀର ପୂର୍ବରୁ ଲିଟର ପିଛା ୫୮ ଟଙ୍କା ଥିବାବେଳେ ଏବେ ବୃଦ୍ଧି ପାଇ ୬୦ ଟଙ୍କା ହୋଇଛି । ଗୋଲ୍ଡ କ୍ଷୀର ଲିଟର ପିଛା ୨ ଟଙ୍କା ବଢ଼ି ୬୨ ଟଙ୍କାରେ ପହଞ୍ଚିଛି । ଗୋଲ୍ଡ ପ୍ଲସ୍ ୬୬ ଟଙ୍କା ଏବଂ ଟୋନ୍ଡ କ୍ଷୀର ୫୮ ଟଙ୍କାକୁ ବୃଦ୍ଧି ପାଇଛି ।

Also Read:- ଆସୁଛି ଅବପାତ ! ଆଣ୍ଡାମାନ ସାଗରରେ ବଢାଉଛି ଶକ୍ତି, ଦଶହରାରେ ଓଡିଶାକୁ ବିପଦ

ଓମଫେଡ୍ ପରିଚାଳନା କମିଟି ବୈଠକରେ ଦର ବୃଦ୍ଧି ନେଇ ନିଷ୍ପତ୍ତି ନିଆଯାଇଛି । ବିଶ୍ୱ ବଜାରରେ ତୈଳ ଦର ବୃଦ୍ଧି ଯୋଗୁଁ ଉତ୍ପାଦନ ଓ ପରିବହନ ଖର୍ଚ୍ଚ ବୃଦ୍ଧି ପାଇଥିବାରୁ ଏହି ପଦକ୍ଷେପ ନିଆଯାଇଛି । ଏହା ପୂର୍ବରୁ ସେପ୍ଟେମ୍ବର ୯ ତାରିଖରେ ଚାଷୀଙ୍କ ଠାରୁ କ୍ଷୀର ସଂଗ୍ରହ ଦର ୨ ଟଙ୍କା ବଢ଼ାଯାଇଥିଲା ।



Source link

Leave A Reply

Your email address will not be published.