Voice of Eastern India

Horoscope Today : ଜୁନ ୧୦ ତାରିଖ, ବୁଧବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ


ମେଷ– କାର୍ଯ୍ୟରେ ଗତି ବଢ଼ିବାର ସମ୍ଭାବନା ଅଛି। ନୂତନ ଯୋଜନା ଆରମ୍ଭ କରିପାରିବେ। ପରିବାରରେ ମଧ୍ୟମ ଶାନ୍ତି ରହିବ। ଆର୍ଥିକ ଲାଭର ଯୋଗ ରହିଛି। ସ୍ୱାସ୍ଥ୍ୟ ପ୍ରତି ସାବଧାନ ରହନ୍ତୁ। ଅଚାନକ ଶୁଭ ସମ୍ବାଦ ମିଳିପାରେ। ଆତ୍ମବିଶ୍ୱାସ ବଢିବ।

ବୃଷ– ଘାତ ଚନ୍ଦ୍ର ଥିବାରୁ ମନ ଅସ୍ଥିର ରହିପାରେ। କାମରେ ବାଧା ଆସିପାରେ। ଅପରିଚିତ ବ୍ୟକ୍ତିଙ୍କୁ ଭରସା କରିବେନି। ଆର୍ଥିକ କ୍ଷତିର ସମ୍ଭାବନା ଅଛି। ପରିବାର ସହ ମତଭେଦ ହେବା ସମ୍ଭାବନା। ଯାତ୍ରାରେ ସାବଧାନ ରହନ୍ତୁ। ମାନସିକ ଚାପ ବଢ଼ିପାରେ।

ମିଥୁନ– ଆପଣଙ୍କ ପାଇଁ ସୁଯୋଗମୟ ଦିନ। ଶିକ୍ଷା ଓ କାର୍ଯ୍ୟରେ ଉନ୍ନତି ହେବ। ବନ୍ଧୁମାନଙ୍କ ସହଯୋଗ ମିଳିବ। ନୂତନ କାମରେ ସଫଳତା ପାଇବେ। ମନୋବଳ ଦୃଢ଼ ରହିବ। ପରିବାରରେ ଖୁସି ବଢ଼ିବ। ଆର୍ଥିକ ଅବସ୍ଥା ସୁଧାରିବ।

କର୍କଟ– କାମରେ ଆଳସ୍ୟତା ଦେଖାଯାଇପାରେ। ଅନାବଶ୍ୟକ ଚିନ୍ତା ବଢ଼ିପାରେ। ପରିବାରରେ ସମସ୍ୟା ଆସିପାରେ। ଧୈର୍ଯ୍ୟ ଧରିବା ଆବଶ୍ୟକ। ଆର୍ଥିକ ଖର୍ଚ୍ଚ ବଢିବ। ସ୍ୱାସ୍ଥ୍ୟ ଦୁର୍ବଳ ହେବାର ସମ୍ଭାବନା। ଶାନ୍ତ ମନେ ନିଷ୍ପତ୍ତି ନିଅନ୍ତୁ।

ସିଂହ– ଆପଣଙ୍କ ପାଇଁ ଭଲ ଦିନ। କାର୍ଯ୍ୟରେ ପ୍ରଶଂସା ମିଳିବ। ଆର୍ଥିକ ଲାଭ ହେବ। ନୂତନ ସମ୍ପର୍କ ଗଢ଼ିଉଠିବ। ଆତ୍ମବିଶ୍ୱାସ ବଢିବ। ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିପାରେ। ପ୍ରତିଷ୍ଠା ବଢ଼ିବ।

କନ୍ୟା– ଚନ୍ଦ୍ର ଆପଣଙ୍କ ରାଶିରେ ଥିବାରୁ ମନ ଖୁସି ରହିବ। କାମରେ ସଫଳତା ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ। ଆର୍ଥିକ ଅବସ୍ଥା ସୁଧାରିବ। ନୂତନ ଯୋଜନା ସଫଳ ହେବ। ପରିବାରରେ ସମ୍ମାନ ବଢିବ। ଆପଣଙ୍କ କଥାର ମୂଲ୍ୟ ବଢ଼ିବ।

ତୁଳା– ଅପେକ୍ଷିତ ଫଳ ମିଳିବା କଷ୍ଟକର। କାମରେ ବାଧା ଆସିପାରେ। ବିବାଦ ଠାରୁ ଦୂରେ ରହନ୍ତୁ। ଧନ ହାନିର ସମ୍ଭାବନା ଅଛି। ଧୈର୍ଯ୍ୟ ରଖନ୍ତୁ। ମନୋବଳ କମିପାରେ। ଅପେକ୍ଷା କଲେ ଭଲ ଫଳ ମିଳିବ।

ବିଛା– ଭାଗ୍ୟ ସହଯୋଗ କରିବ। କାର୍ଯ୍ୟରେ ଉନ୍ନତି ହେବ। ବନ୍ଧୁମାନଙ୍କ ସହ ସମୟ କଟିବ। ଧନଲାଭ ହେବ। ମନ ପ୍ରସନ୍ନ ରହିବ। ନୂତନ ଅବସର ମିଳିପାରେ। ପରିବାରରେ ଶୁଭ କାର୍ଯ୍ୟ ହେବ।

ଧନୁ– କାମରେ ଚାପ ବଢ଼ିପାରେ। ଅଧିକ ପରିଶ୍ରମ କରିବାକୁ ପଡ଼ିବ। ପରିବାରର ସହଯୋଗ ମିଳିବ। ଧୈର୍ଯ୍ୟ ଧରନ୍ତୁ। ଆଗାମୀ ଦିନରେ ଲାଭ ମିଳିବ। ଯାତ୍ରାର ଯୋଗ ରହିଛି। ନୂତନ ପରିଚୟ ଲାଭକାରୀ ହେବ।

ମକର– ଘାତ ବାର ଥିବାରୁ ସାବଧାନ ରହନ୍ତୁ। କାମରେ ବିଘ୍ନ ଆସିପାରେ। ଧନ ଖର୍ଚ୍ଚ ବଢ଼ିପାରେ। ଯାତ୍ରା ଏଡ଼ାଇବା ଭଲ। ପରିବାରରେ ମତଭେଦ ହେବା ସମ୍ଭାବନା। ସ୍ୱାସ୍ଥ୍ୟ ନେଇ ସଚେତନ ରହନ୍ତୁ। ଶତ୍ରୁ ସକ୍ରିୟ ହୋଇପାରନ୍ତି।

କୁମ୍ଭ– ମିଶ୍ର ଫଳ ମିଳିବ। କାମରେ ଅଳ୍ପ ବାଧା ଆସିପାରେ। ନୂତନ ଅବସର ମିଳିପାରେ। ବନ୍ଧୁମାନଙ୍କ ସହଯୋଗ ରହିବ। ଆର୍ଥିକ ସ୍ଥିତି ସାଧାରଣ ରହିବ। ନୂତନ ଯୋଜନା ଆରମ୍ଭ ହେବ। ମନୋବଳ ସ୍ଥିର ରହିବ।

ମୀନ– ଭଲ ଫଳ ମିଳିବ। କାର୍ଯ୍ୟରେ ସଫଳତା ଆସିବ। ପରିବାରରେ ଖୁସି ରହିବ। ଧନଲାଭ ହେବ। ମନ ଶାନ୍ତ ରହିବ। ଆଧ୍ୟାତ୍ମିକ ଚିନ୍ତା ବଢିବ। ନୂତନ ସୁଯୋଗ ଆସିପାରେ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682



Source link

Leave A Reply

Your email address will not be published.