Voice of Eastern India

ବୈଭବ ସୂର୍ଯ୍ୟବଂଶୀଙ୍କ ଜବରଦସ୍ତ ବୋଲିଂ : ଗୋଟିଏ ଓଭରରେ ନେଲେ ଦୁଇଟି ଓ୍ୱିକେଟ୍…ଦେଖନ୍ତୁ ଭିଡିଓ


ବେଙ୍ଗାଲୁରୁ, ୨୫/୦୮ : ବ୍ୟାଟିଂରେ ଫ୍ଲପ୍ । ହେଲେ ବୋଲିଂରେ ହିଟ୍ । ବେଙ୍ଗାଲୁରୁରେ ଖେଳାଯାଉଥିବା ଦଲୀପ ଟ୍ରଫିର କ୍ୱାର୍ଟର ଫାଇନାଲରେ ଚମକିଛନ୍ତି ବୈଭବ ସୂର୍ଯ୍ୟବଂଶୀ । ବ୍ୟାଟିଂରେ ସେ କରିସ୍ମା କରିପାରିନଥିଲେ । ହେଲେ ଦମଦାର ବୋଲିଂ କରି ଦୁଇଟି ଓ୍ୱିକେଟ୍ ହାସଲ କରିଛନ୍ତି ।

ଇଷ୍ଟ୍ ଜୋନ ପକ୍ଷରୁ ଖେଳୁଥିବା ୧୫ ବର୍ଷୀୟ ବୈଭବ ମ୍ୟାଚର ଦ୍ୱିତୀୟ ପାଳିରେ ଗୋଟିଏ ଓଭରରେ ଦୁଇଟି ଓ୍ୱିକେଟ୍ ଅକ୍ତିଆର କରିଛନ୍ତି । ଏହାସହ ବିପକ୍ଷ ଟିମର ମେରୁଦଣ୍ଡ ଭାଙ୍ଗି ଦେଇଛନ୍ତି । ମୁକାବିଲାରୁ ଦେଖିଲେ ପ୍ରଥମ ପାଳିରେ ନର୍ଥ ଇଷ୍ଟ୍ ଜୋନ୍ ୧୧୧ ରନ୍ କରିପାରିଥିଲା । ଜବାବରେ ଇଷ୍ଟ୍ ଜୋନ୍ ୪୬୭ ରନର ବଡ ସ୍କୋର୍ କରିଥିଲା । ଏହାପରେ ଫଲୋଅନର ଶିକାର ହୋଇଥିବା ନର୍ଥ ଇଷ୍ଟ୍ । ଦ୍ୱିତୀୟ ପାଳିରେ ବି ଟିମ୍ ଲଗାତାର ଓ୍ୱିକେଟ୍ ହରାଇ ଥିଲା ।

ବାମହାତୀ ଅର୍ଥୋଡକ୍ସ ସ୍ପିନର୍ ବୈଭବ ମୁକାବିଲାରେ ବଲରେ ଯାଦୁ ଦେଖାଇଥିଲେ । ସେ ୨୭ ତମ ଓଭରରେ ବୋଲିଂ କରିବାକୁ ଆସିଥିଲେ । ଏହି ଓଭରରେ ସେ ଦୁଇଟି ଓ୍ୱିକେଟ୍ ଅକ୍ତିଆର କରିଥିଲେ । ଓଭରରେ ଦ୍ୱିତୀୟ ବଲରେ ସେ କିଷନ ଲିଂଗଦୋହଙ୍କୁ ୨୫ ରନରେ ପ୍ୟାଭିଲିୟନର ରାସ୍ତା ଦେଖାଇଥିଲେ ।

ଏହାପରେ ଓଭରର ପଞ୍ଚମ ବଲରେ ବୈଭବ ଇମଲିବାତୀ ଲେମଟୁରଙ୍କୁ ଶିକାର କରିଥିଲେ । ଲେମଟୁର ମାତ୍ର ୩ ବଲ ଖେଳି ୪ ରନ୍ କରିଥିଲେ । ଏଭଳି ଭାବେ ବୈଭବ ଗୋଟିଏ ଓଭରରେ ଦୁଇଟି ବଡ଼ ଓ୍ୱିକେଟ୍ ନେଇ ନର୍ଥ ଇଷ୍ଟକୁ ଅକଳରେ ପକାଇ ଦେଇଥିଲେ । ସେ ମୋଟ୍ ୩ ଓଭର ବୋଲିଂ କରି ୧୧ ରନ୍ ବ୍ୟୟ କରିଥିଲେ । ଏହାସହ ଦୁଇ ଜଣଙ୍କୁ ପ୍ୟାଭିଲିୟନ ପଠାଇଥିଲେ ।

Also Read :- ଜୈଶ୍ୱାଲଙ୍କ ବିରୋଧରେ ICCର ବଡ଼ ଆକ୍ସନ୍ : ଲାଗିଲା କଳଙ୍କ, କ୍ୟାରିଅରରେ ଯୋଡି଼ହେଲା ନେଗେଟିଭ୍ ପଏଣ୍ଟ୍

ସୂଚନାଯୋଗ୍ୟ, ବୈଭବ ବ୍ୟାଟିଂରେ ଫ୍ଲପ୍ ହୋଇଥିଲେ । ମ୍ୟାଚରେ ସେ ଇଷ୍ଟ ଜୋନ ପକ୍ଷରୁ ପ୍ରଥମ ପାଳିରେ ୮ ରନ୍ କରିଥିଲେ । ମାତ୍ର ୬ଟି ବଲ୍ ଖେଳି ସେ ଆଉଟ୍ ହୋଇଥିଲେ ।





Source link

Leave A Reply

Your email address will not be published.