Voice of Eastern India

ଗୋଟିଏ ଘଣ୍ଟାରେ ଦର୍ଶନ କରିବେ ୮-୧୦ ହଜାର ଲୋକ, ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ନେଇ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା


ଭୁବନେଶ୍ବର: ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ନେଇ ଉଚ୍ଚସ୍ତରୀୟ ବୈଠକ। ସୋମବାର ଆଇନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା। ବୈଠକରେ ପୁରୀ ଲ’ ସେକ୍ରେଟାରୀଙ୍କ ସହିତ ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ। ଆଇଆଇଟି ଭୁବନେଶ୍ୱରର ବୈଷୟିକ ଟିମ୍ ମଧ୍ୟ ଉପସ୍ଥିତ ଥିଲେ। ତେବେ ବୈଠକରେ ଶ୍ରୀମନ୍ଦିରରେ ଖୁବଶୀଘ୍ର ଧାଡ଼ି ବ୍ୟବସ୍ଥା ଆରମ୍ଭ କରିବା ଉପରେ ଜୋର ଦିଆଯାଇଛି।

ବୈଠକ ପରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି, ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ସଂଖ୍ୟା ଅହେତୁକ ବୃଦ୍ଧି ପାଇଛି। ଛୁଟି ଦିନରେ ଭକ୍ତ ସଂଖ୍ୟା ବଢୁଛି। ସରକାରକୁ ଆସିବା ପରେ ନିଷ୍ପତ୍ତି ହୋଇଥିଲା ଦର୍ଶନ ଶୃଙ୍ଖଳିତ ହେବ। ମନ୍ଦିର ଭିତର ଓ ନାଟମଣ୍ଡପକୁ ଏୟାର କଣ୍ଡିସନ କରାଯିବ। ହେଲେ ବୈଷୟିକ ସମସ୍ୟା ଯୋଗୁ ଏହାକୁ ଘୁଞ୍ଚା ଯାଇଥିଲା। ଏମିତିରେ ଆଇଆଇଟି ଭୁବନେଶ୍ୱରକୁ ଏହାର ଯାଞ୍ଚ ଦାୟିତ୍ୱ ଦିଆଯାଇଥିଲା। ଆଉ ଏହି କ୍ରମରେ IIT ଭୁବନେଶର ପକ୍ଷରୁ ବିକଳ୍ପ ଦିଆଯାଇଥିଲା। ଯାହାର ପାଇଲଟ ମଡେଲ କରିବାକୁ ଆଲୋଚନା ହୋଇଛି।

Also Read: ୧୯ ପାଳି ସୁଦ୍ଧା ୯୫% ସମାଧାନ, ଜିଲ୍ଲାସ୍ତରରେ ୮୭% ଅଭିଯୋଗର ସମାଧାନ

ମନ୍ତ୍ରୀ ଆହୁରି କହିଛନ୍ତି, ଧାଡ଼ି ଦର୍ଶନ ବ୍ୟବସ୍ଥା ଖୁବଶୀଘ୍ର ଆରମ୍ଭ ହେବ। ମହାପ୍ରଭୁଙ୍କ ଦର୍ଶନ କିପରି ଶୃଙ୍ଖଳିତ ହେବ ତାର ତର୍ଜମା ହୋଇଛି। ମନ୍ଦିର ନୀତିକାନ୍ତିଓ ଲୋକଙ୍କ ଦର୍ଶନରେ ସମସ୍ୟା ନ ହେବା ପାଇଁ ପାଇଲଟ ମଡେଲ କରାଯାଇଛି। ଆଠ ଦଶଦିନ ମଧ୍ୟରେ ସେମାନେ ଏହାକୁ ଦେଖାଇବେ। ୩- ୪ ମାସ ମଧ୍ୟରେ ଏହା ଲାଗୁ କରାଯିବ । ମୋଟ ୫ ଟି ରାମ୍ପ ତିଆରି ହେବ। ଯେଉଁଥିରେ ଆନୁମାନିକ ୫୦ ଜଣ ଲୋକ ଏକାସଙ୍ଗେ ଦର୍ଶନ କରିପାରିବେ। ଗୋଟିଏ ଘଣ୍ଟାରେ ୮ରୁ ୧୦ ହଜାର ଲୋକ ସୁରୁଖୁରୁ ଦର୍ଶନ କରିପାରିବେ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।

କେଉଁଠୁ କେଉଁ ଯାଏ ହେବ ରାମ୍ପ ?

ମନ୍ତ୍ରୀ କହିଛନ୍ତି ବର୍ତ୍ତମାନ ସାତ ପାହଚ ମଧ୍ୟ ଦେଇ ଭିତରକୁ ପ୍ରବେଶ କରୁଛନ୍ତି ଭକ୍ତ। ଏମିତିରେ ଗରୁଡ଼ ସ୍ତମ୍ଭ ଠାରୁ ବାହାର କାଠ ପର୍ଯ୍ୟନ୍ତ ରାମ୍ପ ତିଆରି ହେବ। ଫଳରେ ମନ୍ଦିର ଭିତରେ ଭିଡ଼ ହ୍ରାସ ପାଇବ। ଭିତରକୁ ପ୍ରବେଶ କଲା ପରେ ଯେଉଁ ୯ ଲାଇନ୍ ରହିଛି ତାକୁ କିପରି ଲାଗୁ କରାଯିବ ସେନେଇ ଯୋଜନା ପ୍ରସ୍ତୁତ ହେଉଥିବା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।



Source link

Leave A Reply

Your email address will not be published.