Voice of Eastern India

ହକି ୱାର୍ଲଡକପ-୨୦୨୬ରେ ଟିମ୍ ଇଣ୍ଡିଆର ଯାତ୍ରା ଶେଷ, ୫-୩ରେ ବାଜିମାରିଲା ଆର୍ଜେଣ୍ଟିନା


ନୂଆଦିଲ୍ଲୀ: ହକି ୱାର୍ଲଡ କପ ୨୦୨୬ରେ ଟିମ୍ ଇଣ୍ଡିଆ ସେପରି ଉଲ୍ଲେଖନୀୟ ପ୍ରଦର୍ଶନ କରିପାରି ନାହିଁ। ୨୪ ଅଗଷ୍ଟ ସୋମବାର ଖେଳା ଯାଇଥିବା ମ୍ୟାଚ୍ ରେ ଭାରତକୁ ଆର୍ଜେଣ୍ଟିନା ୫-୩ରେ ପରାସ୍ତ କରିଛି। ଏହା ପୂର୍ବରୁ ନେଦରଲ୍ୟାଣ୍ଡ ଠାରୁ ଭାରତ ପରାଜିତ ହୋଇଥିଲା। ହେଲେ ଏବେ ଆର୍ଜେଣ୍ଟିନାଠୁ ହାରିବା ପରେ ହକି ୱାର୍ଲଡ କପରେ ଟିମ୍ ଇଣ୍ଡିଆର ଯାତ୍ରା ସମାପ୍ତ ହୋଇଯାଇଛି। ପୁଣି ଥରେ ବିଶ୍ୱ ଚାମ୍ପିୟନ ହେବା ପାଇଁ ଭାରତୀୟ ଟିମ୍ ର ସ୍ୱପ୍ନ ଚୁରମାର ହୋଇଛି। ଆର୍ଜେଣ୍ଟିନା ଠାରୁ ପରାଜୟ ପରେ ଭାରତୀୟ ଫ୍ୟାନସଙ୍କୁ ଝଟକା ଲାଗିଛି।

ଆର୍ଜେଣ୍ଟିନା ବିପକ୍ଷରେ ଭାରତର ପ୍ରାରମ୍ଭ ଅତ୍ୟନ୍ତ ନିରାଶାଜନକ ଥିଲା। ମ୍ୟାଚ୍ ଆରମ୍ଭ ହେବାର ୪୦ତମ ସେକେଣ୍ଡରେ ଆର୍ଜେଣ୍ଟିନା ପ୍ରଥମ ଗୋଲ ସ୍କୋର କରିଥିଲା। ଫଳରେ ଭାରତ ପଛେଇବା ଆରମ୍ଭ କରିଥିଲା। ଏହି ଗୋଲ ଆର୍ଜେଣ୍ଟିନା ଖେଳାଳି ତୋସ୍କାନୀ ସ୍କୋର କରିଥିଲେ। ଏହାର ୭ ମିନିଟ୍ ପରେ ନିକୋଲାସ ଡେଲା ଟୋରୀ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିବର୍ତ୍ତିତ କରି ଆର୍ଜେଣ୍ଟିନାକୁ ୨-୦ରେ ଅଗ୍ରଣୀ ଦେଇଥିଲେ। ଏହା ପରେ ଭାରତୀୟ ଟିମ୍ ୧୦ ମିନିଟ୍ ରେ ପ୍ରଥମ ଗୋଲ ସ୍କୋର କରି ପୁଣି ସ୍ଥିତିକୁ ନିୟନ୍ତ୍ରଣକୁ ନେବାକୁ ଚେଷ୍ଟା କରିଥିଲା।

ସୁଖଜିତ ସିଂହ ଏହି ଗୋଲ ସ୍କୋର କରି ଭାରତୀୟ ଖେଳାଳିଙ୍କ ମନବଳ ବଢେଇଥିଲେ। ଏହି ଗୋଲ ପରେ ବି ଭାରତୀୟ ଟିମ୍ ଅଧିକ ସମୟ ପର୍ଯ୍ୟନ୍ତ ଆର୍ଜେଣ୍ଟିନା ଉପରେ ଚାପ ପକାଇ ପାରିନଥିଲା। ମ୍ୟାଚ୍ ର ୩୪ତମ ମିନିଟରେ ଭାରତକୁ ୪ଟି ପେନାଲ୍ଟି କର୍ଣ୍ଣର ମିଳିଥିଲା। ହେଲେ କ୍ୟାପ୍ଟେନ ହରପ୍ରିତ କୌର ଏଥିରୁ କୌଣସି ଗୋଟିକୁ ଗୋଲରେ ପରିବର୍ତ୍ତିତ କରିପାରିନଥିଲେ। ଶେଷ କ୍ୱାର୍ଟରରେ ଭାରତ ଆଉ ଦୁଇଟି ଗୋଲ କରିଥିଲା। ହେଲେ ମ୍ୟାଚ୍ ଜିତିବା ପାଇଁ ଏହା କାଫି ନଥିଲା। ଶେଷରେ ଆର୍ଜେଣ୍ଟିନା ଭାରତକୁ ୫-୩ରେ ହରାଇ ବିଶ୍ୱକପରୁ ବାହାରକୁ ରାସ୍ତା ଦେଖାଇ ଦେଇଛି।





Source link

Leave A Reply

Your email address will not be published.